ପତଞ୍ଜଳୀ କରଶର୍ମା ହେଲେ ରାଜ୍ୟ ଭାଜପା ମିଡ଼ିଆ ପାନେଲିଷ୍ଟ

ଭଦ୍ରକ,୩୦।୧(ସନାତନ ରାଉତ): ବରିଷ୍ଠ ଖବରଦାତା ତଥା ଭାଜପା ପ୍ରାକ୍ତନ ବନ୍ତ ବ୍ଲକ ସଭାପତି ପତଞ୍ଜଳୀ କର ଶର୍ମାଙ୍କୁ ଦଳର ରାଜ୍ୟ ଗଣମାଧ୍ୟମ ପାନେଲିଷ୍ଟ ଭାବେ ମନୋନୀତ କରାଯାଇଛି। ସୋମବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଭାଜପା ରାଜ୍ୟ ମିଡ଼ିଆ ସେଲର ୧୨ଜଣ ପାନେଲିଷ୍ଟଙ୍କ ମଧ୍ୟରେ ଭଦ୍ରକ ଜିଲାରୂ ପତଞ୍ଜଳୀ କରଶର୍ମାଙ୍କୁ ମନୋନୟନ ତାଲିକାରେ ରଖାଯାଇଛି।

କରଶର୍ମା ଏହା ପୂର୍ବରୁ ଗତ ଦୁଇ ବର୍ଷ ହେଲା ରାଜ୍ୟ ଭାଜପା ବୁଦ୍ଧିଜୀବୀ ପ୍ରକୋଷ୍ଠର ସଦସ୍ୟ ଏବଂ ନିକଟରେ ନରେନ୍ଦ୍ର ମୋଦୀ ଆପ୍‌ ଅଭିଯାନର ସଂଯୋଜକ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ୨୦୧୨ରୁ ୨୦୧୪ ଯାଏ ବନ୍ତ ବ୍ଲକ ସଭାପତି ଭାବେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିବା ସହ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲାର ୧୪ ନମ୍ବର ଜିଲା ପରିଷଦ ଜୋନ ଆଗରପଡା ମହତାବ ମଣ୍ଡଳରୁ ଭାଜପାର ଜିଲା ପରିଷଦ ପ୍ରାର୍ଥୀ ହୋଇ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇ ଥିଲେ।

ଗତ ୨୮ ବର୍ଷ ହେଲା ରାଜ୍ୟର ବିଭିନ୍ନ ଜିଲାରେ ସାମ୍ବାଦିକତା ଦାୟିତ୍ୱ ନିର୍ବାହ କରିଆସିଥିବା କରଶର୍ମା ବନ୍ତ ପ୍ରେସ କ୍ଲବର ପ୍ରତିଷ୍ଠାତା ସଭାପତି ତଥା ବନ୍ତ ନାଗରିକ ଅଧିକାର ସୁରକ୍ଷା ପରିଷଦ ଆବାହକ ଏବଂ ଅନ୍ତରାଷ୍ଟ୍ରୀୟ ଉପଭୋକ୍ତା କଲ୍ୟାଣ ସମିତିର ରାଜ୍ୟ ସଭାପତି ଭଳି ଅନେକ ସାମାଜିକ ସଂଗଠନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଶାସକ ବିଜେଡି ଦଳ ସହ ଟକ୍କର ଦେଇ ରାଜ୍ୟରେ ସତ୍ତା ପରିବର୍ତ୍ତନ କ୍ଷେତ୍ରରେ ଏହି ପାନେଲିଷ୍ଟ ତାଲିକାରେ ସ୍ଥାନ ପାଇଥିବା ଅନୁଭବୀମାନେ ଭାଜପାର ଏହି ନୂତନ ମିଡ଼ିଆ ସେଲ୍‌କୁ ପ୍ରଭାବୀ କରିପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri