Posted inଖେଳ

ପୁଣିଥରେ ହାଇ ମାରି ଚର୍ଚ୍ଚାକୁ ଆସିଲେ ପାକିସ୍ତାନ କ୍ରିକେଟର୍‌ ସର୍ଫରାଜ

ମାଞ୍ଚେଷ୍ଟର, ୨।୯: ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ପୁଣିଥରେ ଖବରର ଶିରୋନାମାରେ ରହିଛନ୍ତି। ନିଜର ବ୍ୟାଟିଂ କିମ୍ବା ଉଇକେଟ୍‌ କିପିଂ ପାଇଁ ନୁହେଁ ବରଂ ପୁଣିଥରେ ହାଇ ମାରି ଚର୍ଚ୍ଚାକୁ ଆସିଛନ୍ତି ସର୍ଫରାଜ। ଇଂଲଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନ ଦଳ ସେଠାରେ ପ୍ରଥମେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଓ ପରେ ଟି୨୦ ସିରିଜ ଖେଳିଛି। ଏହି ପୁରା ଗସ୍ତରେ ସର୍ଫରାଜ ପାକିସ୍ତାନ ଦଳ ସହିତ ଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନ ଥିଲେ। ଏହି ଅବସରରେ ମାଞ୍ଚେଷ୍ଟରରେ ଖେଳାଯାଇଥିବା ୨ୟ ଟି୨୦ ମ୍ୟାଚ୍‌ ପରେ ସୋସିଆଲ ମିଡିଆରେ ସର୍ଫରାଜଙ୍କ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ରିଜର୍ଭ ଖେଳାଳି ଭାବେ ପଡ଼ିଆ ବାହାରେ ବସିଥିବା ସର୍ଫରାଜ ହାଇ ମାରୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ନେଇ ଏବେ ସର୍ଫରାଜଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସର୍ଫରାଜ ହାଇ ମାରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଉଇକେଟ୍‌ କିପିଂ କରୁଥିବାବେଳେ ସର୍ଫରାଜ ହାଇ ମାରି ଚର୍ଚ୍ଚାକୁ ଆସିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ତାଙ୍କୁ ବେଶ୍‌ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସେହିଭଳି ଚଳିତ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ସେ ବାହାରେ ବସିଥିବାବେଳେ ହାଇ ମାରୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଜଣେ ପ୍ରଶଂସକ ଟ୍ରୋଲ୍‌ କରି କହିଛନ୍ତି ଯେ, ୩ ଫର୍ମାଟ୍‌ରେ ହାଇ ମାରିବାରେ ସେ ପ୍ରଥମ କ୍ରିକେଟର୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶ- ଶ୍ରୀଲଙ୍କା ଟକ୍କର: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା

ଦୁବାଇ,୧।୯: ଏସିଆ କପ୍‌ ପାଇଁ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ- ଶ୍ରୀଲଙ୍କା। ତେବେ ଆଜିର ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି...

କଟା ଘା’ରେ ଚୂନ ଲଗାଇଲେ କୋହଲି

ଇଂଲଣ୍ଡ,୧୭।୮: ଭାରତୀୟ କ୍ରିକେଟ ଦଳ ଆୟୋଜକ ଇଂଲଣ୍ଡ ଐତିହାସିକ ଲର୍ଡସରେ ଭାରତୀୟ ଦଳ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି। ଭାରତୀୟ ଦଳ ଜିତିବା ପାଇଁ...

ପରିବାର ପୋଷିବା ପାଇଁ ଶ୍ରମିକ ଭାବେ ଖଟୁଛନ୍ତି ଏହି କ୍ରିକେଟର

କରୋନା ଯୋଗୁ ସମସ୍ତ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। କିଛି କ୍ରିକେଟର ଘରେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଥିବା କେତେକ କ୍ରିକେଟରଙ୍କ...

ହସ୍ପିଟାଲରୁ ଘରକୁ ଫେରିଲେ ଗାଙ୍ଗୁଲି

କୋଲକାତା,୩୧ ।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ସେ କରୋନାରେ ସଂକ୍ରମିତ ହୋଇଥିବା ବେଳେ କୋଳକାତା...

ରାଇଜିଂ ଷ୍ଟୁଡେଣ୍ଟ, ରେଲଓ୍ବେ, ଓଡ଼ିଶା ଏଫ୍‌ସି ବିଜୟୀ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ରାଇଜିଂ ଷ୍ଟୁଡେଣ୍ଟ, ଇଷ୍ଟକୋଷ୍ଟ ରେଲଓ୍ବେ ଏବଂ...

କରୋନା ଭାଇରସ୍‌ ଟେଷ୍ଟରେ କ୍ରିକେଟର ପଜିଟିଭ୍‌

ଜୋହାନ୍ସବର୍ଗ,୮।୫(ପି.ଟି.): ଦକ୍ଷିଣ ଆଫ୍ରିକା ପ୍ରଥମଶ୍ରେଣୀ କ୍ରିକେଟର ସୋଲୋ ଏନ୍‌କ୍ୱେନି କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ୨୫ ବର୍ଷୀୟ ଏହି କ୍ରିକେଟର ମଧ୍ୟ ଏକାଧିକ...

ଅବସର ନେବେ ଟେନିସ୍‌ ତାରକା

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି। ଏହି ସମୟରେ ସାନିଆ...

ଏହି ଦଳ ଜିତିପାରେ ଟି୨୦ ବିଶ୍ୱକପ୍‌

ଅହମ୍ମଦାବାଦ,୧୧।୩ : ବିଶ୍ୱର ନଂ ୧ ଟି୨୦ ଦଳ ଇଂଲଣ୍ଡ ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ୍‌ ଜିତିବା ପାଇଁ ଫେଭରାଇଟ୍‌ ବୋଲି କହିଛନ୍ତି ଟିମ୍‌...

Advertisement
Archives

Model This Week