ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା: ଆଇପିଏଲ୍‌ ଖେଳିବେନି ମାଲିଙ୍ଗା

ଦୁବାଇ, ୨।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଝଟ୍‌କା ଲାଗିଛି। ଆଇପିଏଲ୍‌ ଇତିହାସର ସବୁଠାରୁ ଶ୍ରେଷ୍ଠ ବୋଲର ଲସିଥ୍‌ ମାଲିଙ୍ଗା ଚଳିତ ସଂସ୍କରଣରୁ ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଲାଗି ଚଳିତ ସିଜନରେ ମୁମ୍ବାଇ ପକ୍ଷରୁ ଖେଳିପାରିବେନି ବୋଲି ମାଲିଙ୍ଗା ଘୋଷଣା କରିଛନ୍ତି। ଏଥିସହ ସେ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ତେବେ ମାଲିଙ୍ଗାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଅଭିଜ୍ଞ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜେମ୍ସ ପାଟିନସନଙ୍କୁ ଦଳରେ ସାମିଲ କରିଛି। ମୁମ୍ବାଇ ପକ୍ଷରୁ ବୁଧବାର ଏନେଇ ସ୍ପଷ୍ଟ କରାଯାଇଛି।
ସ୍ପେଶାଲିଷ୍ଟ ବୋଲର ମାଲିଙ୍ଗା ୨୦୦୯ରେ ଆଇପିଏଲ୍‌ ପଦାର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୧୨୨ ଆଇପିଏଲ୍‌ ମ୍ୟାଚ୍‌ ଖେଳି ୧୭୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଏଥିସହ ଆଇପିଏଲ୍‌ ଇତିହାସରେ ସେ ସବୁଠାରୁ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି। ଗତବର୍ଷ ଫାଇନାଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ବିଜୟ ଲାଗି ଅନ୍ତିମ ଓଭରରେ ୯ ରନ ଆବଶ୍ୟକ ହେଉଥିଲା। କିନ୍ତୁ ଏହି ଓଭର ବୋଲିଂ କରିବାକୁ ଆସିଥିବା ମାଲିଙ୍ଗା ୭ ରନ୍‌ ବ୍ୟୟ କରି ମୁମ୍ବାଇକୁ ୪ର୍ଥ ଥର ପାଇଁ ଚାମ୍ପିୟନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାମିଲଟନ୍‌ଙ୍କୁ ବିବିସି ପୁରସ୍କାର

ଲଣ୍ଡନ, ୨୨ା୧୨ (ଏପି)- ସାତ ଥର ଫର୍ମୁଲାଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ଚଳିତ ବର୍ଷ ଆଉ ଏକ ସଫଳତା ହାସଲ କରିଛନ୍ତି। ସେ ବିବିସିର ସ୍ପୋଟର୍‌ସ...

କୋହଲିଙ୍କୁ ନେଇ ଏମିତି କହିଲେ ଦ୍ରାଭିଡ୍‌

ସେଞ୍ଚୁରିୟନ,୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୩ ରୁ ଆରମ୍ଭ ହେବ। ସେଞ୍ଚୁରିୟନରେ ପ୍ରଥମ ଟେଷ୍ଟ...

୧୦୦ତମ ଟେଷ୍ଟ ପାଇଁ ଈଶାନ୍ତ ସମ୍ବର୍ଦ୍ଧିତ

ଅହମଦାବାଦ, ୨୫।୨(ପି.ଟି.)- ଇଂଲଣ୍ଡ ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିବାରୁ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ...

ଜାଡେଜାଙ୍କ ‘ରକେଟ୍‌ ଥ୍ରୋ’ରେ ଧରାଶାୟୀ ସ୍ମିଥ୍‌: ପ୍ରଶଂସକ କହିଲେ ବାଃ ବାଃ

ସିଡନୀ,୮।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଭାରତ ଉପରେ ଦୃଢ଼ ପ୍ରଦର୍ଶନ କରିଥିଲା, କିନ୍ତୁ ରବିନ୍ଦ୍ର ଜାଡେଜା ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ...

ଜୁଲାଇ- ସେପ୍ଟେମ୍ବରରେ ଆଇପିଏଲ୍‌ ଆୟୋଜନ ନେଇ ଯୋଜନା

ମୁମ୍ବାଇ,୧୯।୩- କରୋନା ଭାଇରସ ସଂକ୍ରମଣ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ଏହି...

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ମୁମ୍ବାଇ,୩।୧୨:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଆଜିଠାରୁ ମୁମ୍ବାଇ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେଉଛି। ରୋହିତ ଶର୍ମାଙ୍କ...

ପ୍ରଥମ ଦିନରେ ନିରାଶ କଲେ ବୋଲର୍‌

ସିଡନୀ,୭।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟର ପ୍ରଥମ ଦିନ ମାତ୍ର ୫୫ ଓଭର ଖେଳ ହୋଇଛି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା...

ରୋହିତ ସଫଳ

ବିଶାଖାପାଟଣା,୦୨।୧୦: ଦିନିକିଆ ଓ ଟି୨୦ ଭଳି ଟେଷ୍ଟ ଫର୍ମାଟରେ ଓପନର ଭାବେ ଭାରତୀୟ ଦଳର ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା...

Advertisement
Archives

Model This Week