Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବାକୁ ପାକିସ୍ତାନ ପ୍ରସ୍ତୁତ

ଇସ୍‌ଲାମାବାଦ୍‌,୨୨।୧୧(ଏପି): ପାଖାପାଖି ଏକ ଦଶନ୍ଧି ପରେ ପାକିସ୍ତାନରେ କ୍ରିକେଟ ମ୍ୟାଚ୍‌ ତଥା ସିରିଜ ଆୟୋଜନ ନେଇ ରାସ୍ତା ଖୋଲିଛି। ୨୦୦୯ରେ ଆତଙ୍କବାଦୀ ଘଟଣା ପରେ କ୍ରିକେଟ ଖେଳୁଥିବା ଦେଶଗୁଡିକ ପାକିସ୍ତାନ ଗସ୍ତ କରିବାକୁ ଅମଙ୍ଗ ହେଉଥିଲେ। ତେବେ ଆସନ୍ତା ୨୦୨୧ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଭଳି ଶ୍ରେଷ୍ଠ କ୍ରିକେଟ ଦଳ ବିପକ୍ଷରେ ସିରିଜ ଆୟୋଜନ କରିବାକୁ ପ୍ରସ୍ତୁତ ଅଛୁ ବୋଲି ପାକିସ୍ତାନ କହିଛି। ଏ ନେଇ ଅନ୍ୟ ଦେଶର କ୍ରିକେଟ ବୋର୍ଡଗୁଡିକ ସହିତ ଯୋଗାଯୋଗ ରକ୍ଷା କରିବା ସହିତ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ ଜାରି ରଖିଛୁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଓ୍ବାସିମ ଖାଁ କହିଛନ୍ତି।
ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ପାକିସ୍ତାନ ଗସ୍ତ କରି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ। ଏହାପରେ ଦକ୍ଷିଣ ଆଫ୍ରିକା ପାକିସ୍ତାନରେ ୩ଟି ଟି୨୦ ମ୍ୟାଚ୍‌ ଖେଳିବ। ସେହିପରି ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ୩ଟି ଦିନିକିଆ ଓ ୫ଟି ଟି୨୦ ଖେଳିବାକୁ ପାକିସ୍ତାନ ଗସ୍ତ କରିବ। ଏହାପରେ କରାଚୀରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଦୁଇଟି ଟି୨୦ ମ୍ୟାଚ୍‌ ଖେଳିବ। ଏଥିସହି ୨୦୦୫ ପରେ ଇଂଲଣ ପ୍ରଥମଥର ପାଇଁ ପାକିସ୍ତାନ ଗସ୍ତ କରିବ। ପୁଣି ଡିସେମ୍ବରରେ ପିସିବି ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏକ ହୋମ୍‌ ସିରିଜ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ୮ରୁ ୧୦ ମାସରେ ପାକିସ୍ତାନ କେତୋଟି ଘରୋଇ ସିରିଜ ଖେଳିବାରେ ସମ୍ପୂର୍ଣ୍ଣ ରୂପେ ବ୍ୟସ୍ତ ରହିବ ବୋଲି ଓ୍ବାସିମ କହିଛନ୍ତି। ୨୦୨୨ରେ ଅଷ୍ଟ୍ରେଲିଆ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ ସହିତ ପିସିବି ଆଲୋଚନା ଜାରି ରଖିଛି।
ଉଲ୍ଲେଖଥାଉ କି, ୨୦୦୯ ମାର୍ଚ୍ଚରେ ଶ୍ରୀଲଙ୍କା ଟିମ୍‌ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ଆୟୋଜନ ହୋଇ ନ ଥିଲା। ତେବେ ୨୦୧୫ରେ ଜିମ୍ବାଓ୍ବେ ପ୍ରଥମ ଟେଷ୍ଟ ଖେଳୁଥିବା ଦେଶ ଭାବେ ପାକିସ୍ତାନ ଗସ୍ତ କରି ଲାହୋରରେ ଏକ ସୀମିତ ଓଭର ସିରିଜ ଖେଳିଥିଲା। ତେବେ ଗତବର୍ଷ ଟେଷ୍ଟ କ୍ରିକେଟ ପାକିସ୍ତାନକୁ ଫେରିଥିଲା। ଶ୍ରୀଲଙ୍କା ରାଓ୍ବଲପିଣ୍ଡି ଓ କରାଚୀରେ ଦୁଇଟି ଟେଷ୍ଟ ଖେଳିଥିଲା। ବାଂଲାଦେଶ ମଧ୍ୟ ପାକିସ୍ତାନରେ ଗୋଟିଏ ଟେଷ୍ଟ ଖେଳିଥିଲା। ତେବେ ଦ୍ୱିତୀୟ ଟେଷ୍ଟ କୋଭିଡ୍‌-୧୯ କାରଣରୁ ବାତିଲ ହୋଇଥିଲା। ଘରୋଇ ଟି୨୦ ଲିଗ୍‌ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ମଧ୍ୟ ସଫଳ ଆୟୋଜନ ହୋଇଛି। ଏଥିରେ ଶେନ୍‌ ଓ୍ବାଟସନ, ଏବି ଡି’ଭିଲର୍ସଙ୍କ ଭଳି କ୍ରିକେଟର ସାମିଲ ହୋଇଥିଲେ। ଆସନ୍ତାବର୍ଷ ପଡୋଶୀ ଆଫଗାନିସ୍ତାନ ବିପକ୍ଷରେ ଏକ ସୀମିତ ଓଭର ସିରିଜ ଆୟୋଜନ କରିବାକୁ ପିସିବି ଯୋଜନା କରିଛି ବୋଲି ଓ୍ବାସିମ କହିଛନ୍ତି। ଭାରତ ସହିତ ଦ୍ୱିପାକ୍ଷିକ ସିରିଜ ଖେଳିବା ଉପରେ ମଧ୍ୟ ଓ୍ବାସିମ ଗୁରୁତ୍ୱ ଦେଇଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକ ଓ କୂଟନୈତିକ ସମ୍ପର୍କରେ ସୁଧାର ଆସି ନ ଥିବାରୁ ନିକଟ ଭବିଷ୍ୟତରେ ଭାରତ ସହିତ କ୍ରିକେଟ ଖେଳିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri