ଧାନ ଅମଳବେଳେ କାଳବୈଶାଖୀ: ଜୋର୍‌ ଧରିଲା କ୍ଷତିପୂରଣ ଦାବି

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁ ନାହିଁ। ଜିଲାର ଉଭୟ ଜଳସେଚିତ, ଅଣଜଳସେଚିତ ଅଞ୍ଚଳର ଜମିରେ ବର୍ତ୍ତମାନ ରବିଧାନ ଅମଳକ୍ଷମ ଅବସ୍ଥାରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଧାନ ଅମଳ କାର୍ଯ୍ୟକୁ ଆରମ୍ଭ ମଧ୍ୟ କରି ଦେଇଛନ୍ତି। କିନ୍ତୁ ଗତ ସପ୍ତାହରେ କାଳବୈଶାଖୀ ପ୍ରଭାବରେ ୨ଥର ଝଡ଼ବର୍ଷା ସହିତ କରାମାଡ଼ ହେବା ଯୋଗୁ ଜିଲାର ବିଭିନ୍ନ ଅଞ୍ଚଳରେ ଧାନ ଫସଲ ଉଜୁଡ଼ି ଯାଇଛି। ଧାନକେଣ୍ଡାରୁ ଧାନ ଝଡ଼ିଯାଇ ଥିବାବେଳେ କେଣ୍ଡାରେ ରହିଥିବା ବଳକା ଧାନ ଅଗାଡ଼ି ହୋଇଯିବା ଆଶଙ୍କା ରହିଛି। ସେହିପରି କ୍ଷେତ, ଖଳାରେ ରହିଥିବା ଅମଳ ଧାନ ମଧ୍ୟ ବର୍ଷା, କରାମାଡ଼ରେ ପ୍ରଭାବିତ ରହିଛି। ଧାନ ଅମଳ ସମୟରେ କାଳବୈଶାଖୀର ଏଭଳି କରାଳ ରୂପ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ଏହି କ୍ରମରେ ସୋମବାର ପୂର୍ବାହ୍ନରେ ବିଭିନ୍ନ ସଂଗଠନ ନେତୃତ୍ୱରେ ଚାଷୀମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ବରଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିବାବେଳେ ସେଠାକୁ ସଂଯୁକ୍ତ କୃଷକ ସଂଗଠନ ଏବଂ ଆମ୍‌ ଆଦମୀ ପାର୍ଟି(ଏଏପି) ନେତୃତ୍ୱରେ ଚାଷୀମାନେ ପହଞ୍ଚିଥିଲେ। ଉଭୟ ସଙ୍ଗଠନ ପୃଥକ୍‌ ଭାବେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ ସହିତ କରାମାଡ଼ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍‌ ସବସିଡ଼ି(କ୍ଷତିପୂରଣ ସହାୟତା) ଏବଂ ବୀମା କ୍ଷତିପୂରଣ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ସଂଯୁ୍‌କ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ନିରଞ୍ଜନ ପ୍ରଧାନ, ସୁରେଶ ନେକାଣ୍ଟି, ସୁଦାମ ପାତ୍ରଙ୍କ ସମେତ ଅନେକ କ୍ଷତିଗ୍ରସ୍ତ ଚାଷୀ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।
ସେହିପରି ଆମ ଆଦମୀ ପାର୍ଟି, ବରଗଡ଼ ଜିଲା ଶାଖା ମଧ୍ୟ ଅନୁରୂପ ଦାବି କରିଛି। ଅଦିନିଆଁ ବର୍ଷା ଏବଂ କରାମାଡ଼ ପ୍ରଭାବରେ ଜିଲାର ବିଭିନ୍ନ ବ୍ଲକରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଯୋଗୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଆମ ଆଦମୀ ପାର୍ଟି ଦାବି କରିଛି। ଦଳର ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଜିଲା ସମ୍ପାଦକ ସ୍ବରୂପ ଭୋଇ, ନାରୀନେତ୍ରୀ ମାରିୟମ ବାର୍ଲା, ଅସିତ୍‌ ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, ଗତମାସ ୨୯ତାରିଖରୁ ଜିଲାରେ କ୍ରମାଗତ ବ୍ୟବଧାନରେ କାଳବୈଶାଖୀର ପ୍ରଭାବ ବଢ଼ି ଚାଲିଛି। ଗତ ୧ତାରିଖ ଓ ୩ତାରିଖ ଜିଲାରେ ଝଡ଼ବର୍ଷା ହୋଇଥିଲା। ଏହା ସହିତ କରାମାଡ଼ ହେବା ଯୋଗୁ ଭଟଲି ବ୍ଲକର ହଲଦିପାଲି ଏବଂ ନାରଙ୍ଗପୁର ପଞ୍ଚାୟତରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ ଜିଲାର ଭେଡ଼େନ, ଅତାବିରା ଆଦି ବ୍ଲକରେ ମଧ୍ୟ ଧାନ ଫସଲ ଉଜୁଡ଼ି ଯାଇଥିବା ଯୋଗୁ ଚାଷୀଙ୍କ ମାନସିକ ସ୍ଥିତି ଦୋହଲି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri