ଗାନ୍ଧୀ ଭବନ ହେଉ ନ ଥିବାରୁ କ୍ଷୋଭ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଜି ରାଉତ ଛାତ୍ରାବାସ ଏବଂ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ଗାନ୍ଧିଜୀଙ୍କ ଅନୁଗୋଳ ଆଗମନର ୮୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍‌ଷ୍ଟାଣ୍ଡରୁ ବାରିଥିବା ଶାନ୍ତି ପଦଯାତ୍ରା ନଗର ପରିକ୍ରମା କରି ଶିମିଳିପଡ଼ାସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚତ୍ଥିଲା। ଆୟୋଜିତ ସଭାରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି ସଭାପତିତ୍ୱ କରିଥିଲେ। ଅନୁଗୋଳରେ ଗାନ୍ଧୀ ଭବନ ନିର୍ମାଣ ଦୀର୍ଘବର୍ଷର ଦାବି। ଅଦ୍ୟାବଧି ଏହା ହୋଇପାରିନାହିଁ, ଯାହାକୁ ନେଇ ଉପସ୍ଥିତ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ।
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଶାଖା ସଭାପତି ଶରତ ଚନ୍ଦ୍ର ସାହୁ, ଇଂ. ଧନେଶ୍ୱର ସାହୁ, ଡ. ବିଶ୍ୱଜିତ୍‌, ପ୍ରଫେସର କୁଳମଣି ନାୟକ, ଡ. ରମାମଞ୍ଜରୀ ଗଡ଼ନାୟକ, ପ୍ରଫେସର ଶାନ୍ତନୁ ସର, ପ୍ରଫେସର କୁମୁଦ ଚନ୍ଦ୍ର ଦାସ, ଡ. ଧରଣୀଧର ନାଥ, କୈଳାସ ଚନ୍ଦ୍ର ସାହୁ, ଗୋପାଳ ନାଥ, ସରସ୍ବତୀ ସ୍ବାଇଁ, ଅନ୍ତର୍ଯ୍ୟାମୀ ବରାଳ,
ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ, ଶଙ୍କର ବେହେରା, ପର୍ଶୁରାମ ଦାସ, ସୁଶାନ୍ତ ତ୍ରିପାଠୀ, ଲମ୍ବୋ କୁମାର ପ୍ରଧାନ, ଅରୁଣ ସାହୁ, ପ୍ରଦ୍ୟୁମ୍ନ ନାୟକ, ପ୍ରତିମା ନାୟକ, ଲିପିକା ମହାପାତ୍ର, ମାନସ ପଟ୍ଟନାୟକ, ପ୍ରମୋଦ ଜେନା ପ୍ରମୁଖ ଯୋଗଦେଇଥିଲେ। ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଜ୍ୟ ସଂଯୋଜକ ସୂର୍ଯ୍ୟନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ହିନ୍ଦୁ, ଇସ୍‌ଲାମ, ଖ୍ରୀଷ୍ଟିଆନ, ମହିମା ଧର୍ମର ପ୍ରତିନିଧିମାନେ ନିଜ ଧର୍ମର ପ୍ରାର୍ଥନା ଆବୃତିି କରିଥିଲେ। ବାଜି ରାଉତ ଛାତ୍ରାବାସର ଅନ୍ତେବାସୀମାନେ ସଧର୍ମ ପ୍ରାର୍ଥନା ଗାନ କରିଥିଲେ।
ସୂଚନାଯୋଗ୍ୟ, ୧୯୩୪ ମେ’ ୬ରେ ମହାତ୍ମା ଗାନ୍ଧୀ ବିହାର ରାଜ୍ୟର ପାଟନାରୁ ହରିଜନ ଯାତ୍ରାରେ ବାହାରି ଝାରସୁଗୁଡ଼ା-ସମ୍ବଲପୁର-ବାମୁର ଦେଇ ଅନୁଗୋଳରେ ପହଞ୍ଚତ୍ଥିଲେ। ଏହି ସଭାରେ ୪୦୦ଟଙ୍କା ଆଦାୟ ହୋଇଥିଲ। ବାପୁଙ୍କୁ ପ୍ରଦାନ କରାଯାଇଥିବା ଏକ ପାଚିଲା ଆମ୍ବଟିକୁ ନିଲାମ କରି ସେ ୫ ଟଙ୍କା ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri