ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ପୁରୀର ଚନ୍ଦ୍ରଭାଗା ବେଳାଭୂମିରେ ଖୋଲିଛି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) କାଫେଟେରିଆ। ପୁରୀ ପରେ ଓଟିଡିସି ପକ୍ଷରୁ ଚନ୍ଦ୍ରଭାଗାରେ ଏହି ନୂତନ କାଫେଟେରିଆ ଖୋଲାଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ଏହି କାଫେଟେରିଆକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଓଟିଡିସି ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି କାଫେଟେରିଆର ନାମ ‘ଚନ୍ଦ୍ରଭାଗା ବିଚ୍ କାଫେ’ ରହିଛି। ଉଦ୍ଘାଟନୀ ଉତ୍ସବରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହାପୂର୍ବରୁ ଗତ ମାସରେ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଓଟିଡିସି ପକ୍ଷରୁ ‘ଦି ହ୍ବାଇଟ୍ କ୍ରାବ୍’ ନାମରେ ଏକ କାଫେଟେରିଆ ଲୋକାର୍ପିତ ହୋଇଥିଲା। ପ୍ରଥମ ୩୦ଦିନ ମଧ୍ୟରେ ଏହି କାଫେଟେରିଆ ୩.୫ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରିଥିବାବେଳେ ଧୀରେ ଧୀରେ ଏହା ପର୍ଯ୍ୟଟକଙ୍କ ଦ୍ୱାରା ଲୋକପ୍ରିୟ ହେଉଛି। ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ ପରେ ଚନ୍ଦ୍ରଭାଗା ବେଳାଭୂମିରେ ଆଉ ଏକ କାଫେଟେରିଆ ପ୍ରତିଷ୍ଠା କରି ଓଟିଡିସି ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ନୂଆ ପଦକ୍ଷେପ ନେଇଥିବା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି। ଏହି କାଫେଟେରିଆ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଆଦୃତି ଲାଭ କରିବ ବୋଲି ଶ୍ରୀମୟୀ ଆଶାବ୍ୟକ୍ତ କରିଛନ୍ତି। ଏହି ନୂଆ କାଫେଟେରିଆ ସମ୍ପର୍କରେ ସୂଚନା ଦେଇ ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ସଚିନ୍ ଆର୍. ଯାଦବ କହିଥିଲେ, ଚନ୍ଦ୍ରଭାଗା ବିଚ୍ କାଫେରେ ପର୍ଯ୍ୟଟକମାନେ ନିଜର ପସନ୍ଦ ମୁତାବକ ଖାଦ୍ୟର ବରାଦ ଦେଇପାରିବେ। ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଅଭିଜ୍ଞ ରୋଷେୟାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସୁସ୍ବାଦୁ ସି ଫୁଡ୍ ବା ସାମୁଦ୍ରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ପର୍ଯ୍ୟଟକଙ୍କୁ ପରିବେଷଣ କରାଯିବ। ଏଠାରେ ବାଲିପ୍ରନ୍, କ୍ରାଫ୍ଟଚିଲ୍ଲି, ଫିସ୍ଫିଙ୍ଗର, ଗୋଲଡେନ୍ ଫ୍ରାଏଡ୍ ପ୍ରନ୍ ଭଳି ସି ଫୁଡ୍ ସହ ଚା ଓ କଫି ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ।
ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍, ଆଉ ତା’ପରେ…
କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…
୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…
ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଓଡ଼ିଶା ଡେଭଲପ୍ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍ସି ପକ୍ଷରୁ ୭,୩୦୦ ବେଆଇନ…
ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍ବୁକ୍ ଲାଇଭ୍ରେ ବିବାଦୀୟ ମନ୍ତବ୍ୟ ପରେ…
ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…
ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ
ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…
ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ
ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…
ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ
ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍ଏମ୍ଡିଆର୍ ବିଲ୍ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..
ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍ଏମ୍ଡିଆର୍) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…
ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ
ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

