ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ପରିବାରକୁ ଆକ୍ରମଣ, ଥାନାରେ ଉଭୟ ପକ୍ଷରୁ…

 ମାର୍ଶାଘାଇ/ମହାକାଳପଡ଼ା,୯ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ପରିବାର ଉପରେ ରବିବାର ରାତିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ଘଟିଥିବା ଏହି ହିଂସାକାଣ୍ଡରେ ଚାମେଲୀଙ୍କ ବାପା, ଭାଇ ଏବଂ ଜଣେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ପଞ୍ଚାୟତର କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସହିତ ସରପଞ୍ଚ ପରିବାରର ବିବାଦ ଚାଲିଆସୁଥିଲା। ଏହି ପୂର୍ବ ଶତ୍ରୁତାର ଆକ୍ରୋଶ ରଖି ଦୁଇଜଣ ଯୁବକ ହଠାତ୍ ସରପଞ୍ଚଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଚାମେଲୀଙ୍କ ବାପା, ଭାଇ ଏବଂ ଜଣେ ନିକଟ ସମ୍ପର୍କୀୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲକୁ ନେଇଥିଲେ, ମାତ୍ର ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୁରନ୍ତ ଭୁବନେଶ୍ବର ପଠାଯାଇଥିଲା।

ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ମାର୍ଶାଘାଇ ଥାନାରେ ଉଭୟ ପକ୍ଷରୁ ପୃଥକ୍ ଭାବେ ଏତଲା ଦିଆଯାଇଛି। ପୋଲିସ ଘଟଣାକୁ ଗୁରୁତର ସହ ଗ୍ରହଣ କରି ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି। ଆକ୍ରମଣରେ ସମ୍ପୃକ୍ତ ଥିବା ଯୁବକମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇତିହାସରେ ଲିପିବଦ୍ଧ ହୋଇଛି ମୁଶଫିକର ରହିମଙ୍କ ନାମ; ଟେଷ୍ଟ କ୍ରିକେଟରେ ଏମିତି କରିବାରେ ହେଲେ ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୯।୧୧: ମୁଶଫିକର ରହିମ ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି; ସେ ଟେଷ୍ଟ ଫର୍ମାଟରେ ୭,୦୦୦ ରନ ପୂରଣ କରିବାରେ ପ୍ରଥମ ବାଂଲାଦେଶୀ ବ୍ୟାଟର ହୋଇପାରିଛନ୍ତି। ୱେଷ୍ଟଇଣ୍ଡିଜ…

କେବଳ ଅଧିନାୟକ ନୁହେଁ, କୋଚ ମଧ୍ୟ ବଦଳିବେ କି? ତୃତୀୟ ଦିନିକିଆ ପରେ ଟିମ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ,୯।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ନଭେମ୍ବର ୧୦ ମଙ୍ଗଳବାର ଦିନ ଖେଳାଯିବ। ଏହି ମ୍ୟାଚ ପରେ ଭାରତୀୟ ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ…

ମହିଳା ଟିଭି ଆଙ୍କରଙ୍କୁ ଗୁଳି କରି ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୯।୧୧: ପାକିସ୍ତାନର ରାୱଲପିଣ୍ଡିରେ ଜଣେ ମହିଳା ଟିଭି ଆଙ୍କରଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଛି । ମୃତକ ହେଲେ ରାବିଆ ଅହସାନ। ସେ ଏକ…

ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ: କ୍ୟାମେରାରେ କଏଦ ହେଲା ଉପସ୍ଥିତି

ସମ୍ବଲପୁର,୯।୧୧ : ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘର ଉପସ୍ଥିତି ଜଣାପଡ଼ିଛି। ଅଭୟାରଣ୍ୟରେ ଲଗାଯାଇଥିବା ଆରବିଟି (RBT) କ୍ୟାମେରାରେ ବାଘର ଚିତ୍ର କଏଦ ହୋଇଛି। ଏହା ସହ…

ପାକିସ୍ତାନ ପାଇଁ ଏକାସାଙ୍ଗେ ୪ ଖେଳାଳି କଲେ ଡେବ୍ୟୁ, ୨୦ ବର୍ଷୀୟ ବ୍ୟାଟରଙ୍କୁ ମିଳିଲା ଓପନିଂ ସୁଯୋଗ

ରାୱଲପିଣ୍ଡି,୯।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ସୋମବାରଠାରୁ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ…

ସିଂହ ରାଶିକୁ ମଙ୍ଗଳଙ୍କ ଚଳନ, ୭ରାଶିଙ୍କ ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ନଭେମ୍ବର ୧୨ ତାରିଖ ଗୁରୁବାର ମଙ୍ଗଳ ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କୁ ସାହସ, ଶକ୍ତି, ଦୃଢ଼ ସଂକଳ୍ପ, ଆତ୍ମବିଶ୍ୱାସ, ସମ୍ପତ୍ତି…

ଦୀପାବଳିରେ ଅଘଟଣ! ପେଟରେ ପଶିଗଲା ରକେଟ୍‌ ବାଣ, ତାପରେ….

ନୂଆଦିଲ୍ଲୀ,୯।୧୧: ଦୀପାବଳିର ଖୁସି ଦିଲ୍ଲୀର ଅନେକ ପରିବାର ପାଇଁ ଦୁଃଖରେ ପରିଣତ ହୋଇଛି । ନରେଲା ଅଞ୍ଚଳରେ ବାଣ ଫୁଟାଇବା ସମୟରେ ରକେଟ୍‌ ମାଡ଼ରେ ଜଣେ ୧୦…

ଅଭିଷେକ ଶର୍ମାଙ୍କ ସ୍ପେଶାଲ ଡ୍ୟାନ୍ସ, ହୃଦୟ ଜିତିଲା ଏମ.ଏସ. ଧୋନିଙ୍କ ଉତ୍ସବ ପାଳନ ଶୈଳୀ, ଦେଖନ୍ତୁ କ୍ରିକେଟରଙ୍କ ସ୍ପେଶାଲ ଦୀପାବଳି

ନୂଆଦିଲ୍ଲୀ,୯।୧୧: ସମ୍ପୂର୍ଣ୍ଣ ଦେଶ ବର୍ତ୍ତମାନ ଦୀପାବଳିର ଆଲୋକରେ ଝଲସି ଉଠୁଛି। ସମସ୍ତେ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିଛନ୍ତି ଏବଂ ଭାରତୀୟ କ୍ରିକେଟରମାନେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?