୨୨ବର୍ଷରେ ଆଇଏଏସ୍‌ ପାଇଲେ ଓଡ଼ିଆ ଝିଅ

ଭୁବନେଶ୍ୱର, ୬ା୮(ବ୍ୟୁରୋ): କମ୍‌ ବୟସରେ ବଡ଼ ସଫଳତା। ମାତ୍ର ୨୨ବର୍ଷ ବୟସରେ ୟୁପିଏସ୍‌ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଜଣେ ଓଡ଼ିଆ ଝିଅ। ୩୧ତମ ର଼୍ୟାଙ୍କ୍‌ରେ ରହି ସର୍ବକନିଷ୍ଠ ଆଇଏଏସ୍‌ ଅଧିକାରୀ ଭାବେ ନୂଆ କୀର୍ତ୍ତି ସ୍ଥାପନ କରିବାକୁ ଯାଉଛନ୍ତି ବାଲେଶ୍ୱର ଜିଲାର ସିମି କିରଣ। ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗାଁରେ ତାଙ୍କ ଘର। ବାପା ଛତିଶଗଡ଼ ଭିଲାଇ ଷ୍ଟିଲପ୍ଲାଣ୍ଟରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବାବେଳେ ମା’ ଶିକ୍ଷୟିତ୍ରୀ ଅଛନ୍ତି। ସିମି ନିଜର ସ୍କୁଲ ଶିକ୍ଷା ଡିପିଏସ୍‌ ଭିଲାଇରୁ ପଢ଼ିଥିବାବେଳେ ଆଇଆଇଟି ମୁମ୍ବାଇରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ୨୦୧୯ରେ ଶିକ୍ଷା ସମାପ୍ତ କରିଥିଲେ। ୨୦୧୯ରେ ସେ ଆଇଏଏସ୍‌ ପରୀକ୍ଷା ଦେଇଥିବାବେଳେ ପ୍ରଥମ ପ୍ରଚେଷ୍ଟାରେ ହିଁ ସଫଳତା ହାସଲ କରିଛନ୍ତି। ନାରୀ ସଶକ୍ତୀକରଣକୁ ନେଇ ଅନେକ କିଛି କରିବାର ଇଚ୍ଛା ରଖିଥିବା ସିମି ତାଙ୍କର ସଫଳତାର ଶ୍ରେୟ ମାତାପିତା, ଶିକ୍ଷକ ଓ ବନ୍ଧୁମାନଙ୍କୁ ଦେଇଛନ୍ତି। ନାରୀ ସଶକ୍ତୀକରଣ ସହିତ ଶିକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି। ସେହିପରି ଦେଶରେ କମ୍‌ ବୟସର ଝିଅଙ୍କ ବିବାହକୁ ନେଇ ସିମି କହିଛନ୍ତି ଯେ, ଯେଉଁ ଝିଅମାନେ ଭଲ ପଢୁଛନ୍ତି ଓ ଆଗକୁ ପଢ଼ିବାର ଇଚ୍ଛା ରଖୁଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ସ୍କଲାରଶିପ ଦେଇ ପ୍ରୋତ୍ସାହନ ଦେବା ଉଚିତ। ସେହିପରି ପାଠପଢ଼ିବାବେଳେ କେତେ ଘଣ୍ଟା ପଢୁଛନ୍ତି ତାହା ଯେତିକି ଗୁରୁତ୍ୱ ରଖେ ନାହିଁ, କେଉଁ ମାନର ବା କେଉଁ ଗୁଣବତ୍ତାର ପାଠପଢୁଛନ୍ତି ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ଦିନକୁ ୫ ଘଣ୍ଟାର ଗୁଣାତ୍ମକ ପାଠ ପଢୁଛନ୍ତି ତାହା ୧୦ରୁ ୧୨ ଘଣ୍ଟାର ପାଠ ପଢ଼ାଠାରୁ ବି ଅଧିକ ହେବ ବୋଲି ସିମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri