Posted inଜାତୀୟ

ରାମମନ୍ଦିର ପାଇଁ ଆଧାରଶିଳା

ଅଯୋଧ୍ୟା,୬ା୮: ଅଯୋଧ୍ୟା ଅଧ୍ୟାୟରେ ଭାରତ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛି। ଲୋକଙ୍କ ଶତାବ୍ଦୀ ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ଅସ୍ଥାୟୀ ତମ୍ବୁ ତଳେ ରହିଥିବା ରାମଲାଲାଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ମନ୍ଦିର ଲାଗି ତ୍ୟାଗ କରିଥିବା ସମସ୍ତ ବ୍ୟକ୍ତି ସମ୍ମାନାସ୍ପଦ। ରାମଙ୍କ ଅସ୍ତିତ୍ୱକୁ ଲିଭାଇଦେବା ପାଇଁ ଅତୀତରେ ଅନେକ ଅପଚେଷ୍ଟା ହୋଇଥିବା ସତ୍ତ୍ୱେ ସେ ଆମର ହୃଦୟରେ ଅଛନ୍ତି। ରାମ ଆମର ସଂସ୍କୃତିର ଆଧାର ଏବଂ ବିବିଧତା ମଧ୍ୟରେ ଏକତାର ସୂତ୍ରଧର। ତାଙ୍କ ମନ୍ଦିର ନିର୍ମାଣ ଦେଶକୁ ଏକାଠି କରିବା ପାଇଁ ଏକ ବଡ଼ ଅସ୍ତ୍ର। ଏହା କେବଳ ଅଯୋଧ୍ୟା ନୁହେଁ, ବରଂ ସମଗ୍ର ଅଞ୍ଚଳର ଅର୍ଥନୀତିକୁ ସମୃଦ୍ଧ କରିବ। ଏଥିପାଇଁ ଆମକୁ ପାରସ୍ପରିକ ପ୍ରେମ ଓ ଭାତୃଭାବ ସହ ପଥର ଯୋଡ଼ିବାକୁ ପଡ଼ିବ। ସମସ୍ତଙ୍କ ଭାବାବେଗକୁ ସମ୍ମାନ ଦେବାକୁ ପଡ଼ିବ ବୋଲି ବୁଧବାର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ପରେ ମତବ୍ୟକ୍ତ କରିଛନ୍ତି। ରାମମନ୍ଦିର ଆଧାରଶିଳା ରଖାଯିବା ସହ ୩ ଦଶନ୍ଧି ଧରି ଜାତୀୟ ରାଜନୀତିକୁ ପ୍ରଭାବିତ କରିଆସିଥିବା ଭାଜପାର ମନ୍ଦିର ଆନ୍ଦୋଳନର ଯବନିକା ପଡ଼ିଛି। ଏହାକୁ ଦଳ ମତ ନିର୍ବିଶେଷରେ ଅଧିକାଂଶ ନେତା ସ୍ବାଗତ କରିଛନ୍ତି।
ସୁନେଲି ରଙ୍ଗର ପାରମ୍ପରିକ କୁର୍ତ୍ତା ଓ ଧୋତି ପରିଧାନ କରିଥିବା ପ୍ରଧାନମନ୍ତ୍ରୀ କାନ୍ଧରେ ଗାମୁଛା ପକାଇଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁହଁରେ ମାସ୍କ ପିନ୍ଧିଥିଲେ। ଶିଳାନ୍ୟାସ ପରେ ‘ଜୟ ସିୟା ରାମ’ ଧ୍ୱନିରୁ ମୋଦି ଭାଷଣ ଆରମ୍ଭ କରି ୩୫ ମିନିଟ ଧରି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସେ ଏକ ଫଳକ ଅନାବରଣ କରିବା ସହ ରାମଙ୍କ ଉଦ୍ଦେଶ୍ୟରେ ଡାକ ଟିକଟ ଉନ୍ମୋଚନ କରିଥିଲେ। ଏହା ପୂର୍ବରୁ ପୂର୍ବାହ୍ନ ୯ଟାରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ହେଲିକପ୍ଟରରେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୧୧ଟା ୩୦ରେ ସେ ଅଯୋଧ୍ୟାର ସାକେତ ମହାବିଦ୍ୟାଳୟ ହେଲିପ୍ୟାଡ୍‌ରେ ପହଞ୍ଚତ୍ଥିଲେ। ତାଙ୍କ ସୁରକ୍ଷାରେ ଆଉ ଦୁଇଟି ହେଲିକପ୍ଟର ମଧ୍ୟ ଯାଇଥିଲା। କୋଭିଡ୍‌-୧୯ ନିୟମାବଳୀ ଅନୁପାଳନ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ। ସେଠାରୁ ମୋଦି ହନୁମାନ ଗଡ଼ି ମନ୍ଦିରକୁ ଯାଇ ପରମ୍ପରା ଅନୁସାରେ ପ୍ରଥମେ ବଜରଙ୍ଗବଳୀଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ପ୍ରଧାନମନ୍ତ୍ରୀ ରାମଲାଲାଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ପରିକ୍ରମା କରିଥିଲେ। ସେଠାରେ ସେ ପାରିଜାତ ଚାରା ରୋପଣ କରିଥିଲେ।

୧୨ଟା ୪୪ ମିନିଟ ୮ ସେକେଣ୍ଡରେ ଭୂମି ପୂଜନ ଆରମ୍ଭ ହୋଇଥିଲା। ୧୯୮୯ରେ ସାରାଦେଶରୁ ଆସିଥିବା ୨ ଲକ୍ଷ ୭୫ ହଜାର ଶିଳା ମଧ୍ୟରୁ ୯ ଶିଳାର ପୂଜନ କରାଯାଇଥିଲା। ପୁରୋହିତଙ୍କ ବୈଦିକ ମନ୍ତ୍ରପାଠ ସହ ପ୍ରଧାନମନ୍ତ୍ରୀ ମୋଦି ଯଜମାନ ଭାବେ ଗଣେଶଙ୍କୁ ସ୍ମରଣ ପୂର୍ବକ ଅନୁଷ୍ଠାନ ସମ୍ପନ୍ନ କରିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ରାଓ ଭାଗବତ, ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ମଞ୍ଚାସୀନ ଥିଲେ।
୫୦୦ ବର୍ଷର ସଂଘର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ବୁଦ୍ଧିମତ୍ତା ଯୋଗୁ ଆଜି ସ୍ବପ୍ନ ସାକାର ହେବାକୁ ଯାଉଛି। ଭାରତର ଗଣତନ୍ତ୍ର ଓ ନ୍ୟାୟପାଳିକା ଶାନ୍ତିପୂର୍ଣ୍ଣ ଉପାୟରେ ରାମମନ୍ଦିର ନିର୍ମାଣର ବାଟ ଫିଟାଇଛନ୍ତି ବୋଲି ଯୋଗୀ ନିଜ ସ୍ବାଗତ ଭାଷଣରେ କହିଥିଲେ। ଆର୍‌ଏସ୍‌ଏସ୍‌ ପ୍ରମୁଖ ଭାଗବତ ରାମ ଜନ୍ମଭୂମି ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ ଓ ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ ସ୍ବର୍ଗତ ଅଶୋକ ସିଂଘଲଙ୍କୁ ସ୍ମରଣ କରି କହିଥିଲେ, ଭାରତକୁ ବୈଭବଶାଳୀ କରିବାର ଶୁଭାରମ୍ଭ ଏବେ ଆରମ୍ଭ ହେଲା। ଆଜି ସାରା ଦେଶରେ ଖୁସିର ଲହରି ଖେଳିଯାଇଛି। ଯେଉଁମାନେ ବ୍ୟକ୍ତିଗତ ଭାବେ ଆସିପାରି ନାହାନ୍ତି, ସେମାନେ ସୂକ୍ଷ୍ମ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୭୫ ଜଣ ଅତିଥି ଯୋଗଦେଇଥିଲେ। ମହାମାରୀ କରୋନା ଯୋଗୁ ଲାଲକୃଷ୍ଣ ଆଡ୍‌ଭାନୀ ଓ ମୁରଲୀ ମନୋହର ଜୋଷୀଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା।
ସୂଚନାଯୋଗ୍ୟ, ୧୯୯୦ ଦଶକରୁ ଭାଜପା ରାମମନ୍ଦିରକୁ ନେଇ ରାଜନୀତି କରି ଆସୁଛି। ୧୯୯୨ ଡିସେମ୍ବର ୬ରେ କାରସେବକମାନେ ଷୋଡ଼ଶ ଶତାବ୍ଦୀର ବାବ୍ରି ମସ୍‌ଜିଦକୁ ଭାଙ୍ଗିଦେଇଥିଲେ। ମୁସଲିମ ପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୦ରେ ହାଇକୋର୍ଟ ୨.୭୭ ଏକର ଭୂମିକୁ ତିନି ପକ୍ଷ ମଧ୍ୟରେ ସମାନ ଭାବେ ବଣ୍ଟନ କରି ରାୟ ଦେଇଥିଲେ। ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର କରାଯାଇଥିଲା। ଦୀର୍ଘ ଆଇନଗତ ଲଢ଼େଇ ପରେ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଆଲ୍ଲାହାବାଦ ହାଇକୋର୍ଟଙ୍କ ସେହି ରାୟକୁ ଖାରଜ କରିଥିଲେ। ତତ୍କାଳୀନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ବିବାଦୀୟ ଭୂମିର ମାଲିକାନା ସ୍ବତ୍ୱ ରାମଲାଲା ପକ୍ଷଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମସ୍‌ଜିଦ ନିର୍ମାଣ ପାଇଁ ଏକ ପ୍ରମୁଖ ସ୍ଥାନରେ ୫ ଏକର ପରିମିତ ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ହସ୍ତାନ୍ତର ପାଇଁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ସହ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?