ଜଗନ୍ନାଥ ଅବତାରୀ, ରାମ ଅବତାର

ପୁରୀ ଅଫିସ, ୬।୮: ଅଯୋଧ୍ୟାରେ ବୁଧବାର ରାମମନ୍ଦିରର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଦେଶର ବିଭିନ୍ନ ସ୍ଥାନ ଭଳି ପୁରୀରେ ମଧ୍ୟ ଏହି ଉତ୍ସବକୁ ନେଇ ଏକ ଭାବାତ୍ମକ ପରିବେଶ ଦେଖିବାକୁ ମିଳିଛି। ସିଂହଦ୍ୱାର ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜାର୍ଚ୍ଚନା ସହ ଦୀପଦାନ କରାଯାଇଛି। ଶ୍ରୀମନ୍ଦିରର କେତେଜଣ ସେବାୟତ ଏହି କାର୍ଯ୍ୟର ସଫଳତା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଭଳି ଏକ ସର୍ବଭାରତୀୟ କାର୍ଯ୍ୟକ୍ରମର ପ୍ରଭାବ ଦେଶର ସବୁଆଡ଼େ ପଡ଼ିବା ସ୍ବାଭାବିକ, ଯାହା ଜଗନ୍ନାଥ ଧାମରେ ମଧ୍ୟ ପ୍ରତିଫଳିତ ହୋଇଛି। କିନ୍ତୁ ଏଥିପାଇଁ ଅନ୍ୟାନ୍ୟ ମନ୍ଦିରରେ ହେଉଥିବା ସ୍ବତନ୍ତ୍ର ପୂଜାର୍ଚ୍ଚନା ପରି ଜଗନ୍ନାଥ ଉପାସନାରେ ଏହା ସମ୍ଭବ ନୁହେଁ। କାରଣ ଜଗନ୍ନାଥ ଉପାସନାରେ ମୂଳରୁ ରାମଙ୍କ ସମ୍ପୃକ୍ତି ରହିଥିବା କୌଣସି ପୋଥି ପ୍ରମାଣ ମିଳେ ନାହିଁ। ଏପରି କି ଚତୁର୍ଦ୍ଧାବିଗ୍ରହଙ୍କ ଉପାସନା ପାଇଁ ନିର୍ଦ୍ଦିଷ୍ଟ ନୀତି ଓ ବିଧି ରହିଛି। ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁସାରେ ହିଁ ଏଠାରେ ସେବାପୂଜା ହୋଇଥାଏ। କୌଣସି ଏକ କାର୍ଯ୍ୟର ସଫଳତା ପାଇଁ ଏଠାରେ ପ୍ରାର୍ଥନା ସମ୍ଭବ, ମାତ୍ର ଜଗନ୍ନାଥଙ୍କ ନୀତି ଭିତରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅସମ୍ଭବ।

ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ମତ ଅନୁଯାୟୀ, ଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କର ଏଗାର ପ୍ରତିନିଧିଙ୍କ ମଧ୍ୟରେ ରାମଚନ୍ଦ୍ର ଅନ୍ୟତମ। ଶ୍ରୀକୃଷ୍ଣଙ୍କ ଭଳି ରାମ ନବମୀରେ ରାମଙ୍କୁ ମଧ୍ୟ ଜଗନ୍ନାଥ ଜନ୍ମ ଦେଇଥାନ୍ତି। ପ୍ରତିନିଧିମାନେ ଯେପରି ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଅର୍ଥାତ୍‌ ଆଦେଶ ନେଇ ଜଗତ ମଙ୍ଗଳ ପାଇଁ ବିଭିନ୍ନ କାର୍ଯ୍ୟ କରିଥାନ୍ତି ସେହିପରି ରାମଚନ୍ଦ୍ର ମଧ୍ୟ ଆଜ୍ଞାମାଳ ନେଇ ବିଭିନ୍ନ ନୀତିରେ ସାମିଲ ହୁଅନ୍ତି। ପ୍ରାୟ ୬୫୦ବର୍ଷ ତଳେ ଗଙ୍ଗବଂଶ ଶାସନ କାଳରେ ଶ୍ରୀକ୍ଷେତ୍ରରେ ରାମଙ୍କ ଲୀଳାକୁ ନେଇ ସାହିଯାତ ପ୍ରଚଳିତ ହୋଇଥିଲା। ସେତିକି ବେଳେ ରାମ, ଲକ୍ଷ୍ମଣ ଓ ସୀତା ସାହିଯାତରେ ସମ୍ପୃକ୍ତ ହୋଇଥିଲେ। ଏହି ବିଗ୍ରହମାନେ ଶ୍ରୀମନ୍ଦିର ଦକ୍ଷିଣୀ ଘରେ ଅନ୍ୟ ପ୍ରତିନିଧିଙ୍କ ପରି ପୂଜା ପାଇଥାନ୍ତି। ନିର୍ଦ୍ଦିଷ୍ଟ ତିଥିରେ ଜଗନ୍ନାଥଙ୍କ ଆଦେଶକ୍ରମେ ରାମଚନ୍ଦ୍ର ଚନ୍ଦନଯାତ୍ରା, ସାହିଯାତ, ରଥଯାତ୍ରା ପ୍ରଭୃତିରେ ସାମିଲ ହୋଇଥାନ୍ତି। ଏହାର ପ୍ରାୟ ୧୫୦ବର୍ଷ ପରେ ରାମଙ୍କ ଉପାସକ ଶ୍ରୀରାମାନନ୍ଦ ଆଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆସିବା ପରେ ରତ୍ନବେଦୀରେ ପୂଜିତ ତିନିବିଗ୍ରହଙ୍କୁ ରାମ, ଲକ୍ଷ୍ମଣ ଓ ସୀତା ରୂପେ ଗ୍ରହଣ କରିଥିଲେ। ତାଙ୍କର ଏହି ଆସ୍ଥା ଓ ବିଶ୍ୱାସକୁ ନେଇ ପୁରୀରେ ପ୍ରାୟ ୧୮ଟି ମଠ ଗଢ଼ି ଉଠିଥିଲା। ସେତିକିବେଳେ ରାମ ଉପାସନାର ଯଥେଷ୍ଟ ବିକାଶ ଘଟିଥିଲା।

ପ୍ରାଚୀନ କାଳରୁ ଓଡ଼ିଶାର ଇଷ୍ଟ ଏବଂ ସର୍ବପୂଜ୍ୟ ଭାବେ ଜଗନ୍ନାଥ ଗୃହିତ ହୋଇଥିବାରୁ ଅନ୍ୟ ଦେବଦେବୀଙ୍କ ପୂଜା ଏତେଟା ପ୍ରଚାର ପ୍ରସାର ଲାଭ କରି ନ ଥିଲା। ଜଗତ୍‌ଗୁରୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଉଦ୍ୟମରେ ପଞ୍ଚଦେବତା(ଗଣପତି, ସୂର୍ଯ୍ୟ, ନାରାୟଣ, ଅମ୍ବିକା ଓ ରୁଦ୍ର)ଙ୍କ ପୂଜା ଘରେ ଘରେ ପ୍ରସାରିତ ହେଲା। କିନ୍ତୁ ରାମଙ୍କ ପୂଜା ସାଧାରଣତଃ ଓଡ଼ିଶାର ଗାଁ ଗହଳିରେ କିମ୍ବା ସହରଗୁଡ଼ିକରେ ପୂର୍ବରୁ ବିଶେଷ ଭାବେ ନ ଥିଲା।

ଏପରି କି ଓଡ଼ିଶାର ବ୍ରାହ୍ମଣ ଶାସନଗୁଡ଼ିକରେ ଯେପରି ଶିବ ଏବଂ ଦେବୀଙ୍କର ମନ୍ଦିର ରହୁଥିଲା ସେପରି ରାମଙ୍କ ଦେଖିବାକୁ ମିଳେ ନାହିଁ। ଶ୍ରୀରାମାନନ୍ଦ ଆଚାର୍ଯ୍ୟ ଆସିବା ପରେ ଏହି ପୂଜାର ପ୍ରଚାର ପ୍ରସାର ହୋଇଥିଲେ ମଧ୍ୟ ଆଜି ବି ମୁକ୍ତିମଣ୍ଡପ ସମ୍ପୃକ୍ତ ଶାସନ କରବାଡ଼ ଗାଁଗୁଡ଼ିକରେ ରାମଙ୍କ ପୂଜାର୍ଚ୍ଚନା ହୁଏ ନାହିଁ। ଠିକ୍‌ ଯେଉଁଭଳି କୃଷ୍ଣଙ୍କ ପୂଜା ନ ହୋଇ ଗୋପୀନାଥଙ୍କ ପୂଜା ଗାଁଗୁଡ଼ିକରେ ପ୍ରଚଳିତ ଅଛି।

ଏସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ସତ୍ୟ ଯୁଗରେ ଦାରୁବ୍ରହ୍ମ ରୂପରେ ଜଗନ୍ନାଥ ଆବିର୍ଭୂତ ହୋଇଥିଲେ। ମହାପ୍ରଭୁ ହେଉଛନ୍ତି ଅବତାରୀ। ସମସ୍ତ ଅବତାର ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରି ଜଗତରେ ଲୀଳା କରି ପୁଣି ତାଙ୍କରି ଅଙ୍ଗରେ ଲୀନ ହୁଅନ୍ତି।

ଏଥିରୁ ବୁଝାପଡ଼ୁଛି ଯେ, ଜଗନ୍ନାଥ ସଂସ୍କୃତିରେ ରାମ, ଲକ୍ଷ୍ମଣ ଓ ସୀତାଙ୍କ ପୁରାତନ ସମ୍ପର୍କ ନ ଥିଲା। ସେଥିପାଇଁ ଜଗନ୍ନାଥଙ୍କୁ ଅବତାରୀ ରୂପେ ଏହି ଜାତି ଦେଖି ଆସିଛି। ପରବର୍ତ୍ତୀ ସମୟରେ ବିଭିନ୍ନ ଚିନ୍ତାଧାରାର ମେଳ ହେବା ପରେ ଜଗନ୍ନାଥଙ୍କୁ ରାମ, କୃଷ୍ଣ ଇତ୍ୟାଦିଙ୍କ ସହ ଯୋଡ଼ିବାର ପ୍ରୟାସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସୁଛି ଲଘୁଚାପ! ବଙ୍ଗୋପସାଗରରେ ନେଇପାରେ ଅବପାତ ରୂପ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ):ସାରା ରାଜ୍ୟରେ ଏବେ ପାରଦ ଉପରମୁହଁା ରହିଥିବାବେଳେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?