ତଦନ୍ତ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ

ନିଶ୍ଚିନ୍ତକୋଇଲି,୧୮ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ କରିଥିବା ଆବେଦନ ସୋମବାର ଜେଏମ୍‌ଏଫ୍‌ସି କୋର୍ଟରେ ଖାରଜ ହୋଇଯାଇଛି। ଏଥିସହ ତଦନ୍ତ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୧ା୧ା୨୨ରେ ମାହାଙ୍ଗା ପୋଲିସ ଜେଏମ୍‌ଏଫ୍‌ସି କୋର୍ଟରେ ଅଭିଯୁକ୍ତ କ୍ଷିତୀଶ ଆଚାର୍ଯ୍ୟ ଓ ଭିକାରୀ ସ୍ବାଇଁକୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା। ଉଭୟ ଅଭିଯୁକ୍ତ ୨୬ା୧୨ା୨୦ରେ ମନ୍ତ୍ରୀ ଜେନାଙ୍କ ପିଏ ଉମାଶଙ୍କର ବିଶ୍ୱାଳ ଓରଫ ବାପିଙ୍କ ସହ କଥା ହୋଇଥିଲେ ବୋଲି ପୋଲିସ ଆବେଦନପତ୍ରରେ ଦର୍ଶାଇଥିଲା। ମାତ୍ର ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ମାମଲା ଥିବା ଦର୍ଶାଇ ଏହି ଆବେଦନକୁ ରଦ୍ଦ କରିଦିଆଯାଇଛି। ଅପରପକ୍ଷେ ବାପି ଓ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ସହ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ମୋବାଇଲରେ କଥା ହୋଇଥିଲେ ବୋଲି ପୋଲିସ ଦାଖଲ କରିଥିବା ସିଡିଆର୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏନେଇ ମାହାଙ୍ଗାରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
ଥାନା ଅଧୀନ ନୃତାଙ୍ଗ ପଞ୍ଚାୟତର ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ୨୦୨୧ ଜାନୁୟାରୀ ୨ ତାରିଖରେ ହତ୍ୟା କରାଯାଇଥିଲା। ମାହାଙ୍ଗା ଥାନାରେ ମାମଲା (ନଂ.୫/୨୧)ରୁଜୁ କରାଯାଇ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିରେ ମନ୍ତ୍ରୀ ଜେନା ୧୩ତମ ଅଭିଯୁକ୍ତ ଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଚାର୍ଜଶିଟରୁ ମନ୍ତ୍ରୀଙ୍କ ନାମ କାଟିଦେଇଥିଲା। ଏନେଇ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଜେଏମ୍‌ଏଫ୍‌ସି କୋର୍ଟରେ (ନଂ.୨୧୭/୨୧) ପ୍ରୋଟେଷ୍ଟ ପିଟିଶନ ଦାଏର କରିଥିଲେ। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ବିଶ୍ୱାଳଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥଲା। ଏହାପରେ କୋର୍ଟ ପୋଲିସକୁ ସିିଡିଆର୍‌ ରିପୋର୍ଟ ମାଗିଥିଲେ। ମାତ୍ର ପୋଲିସ ରିପୋର୍ଟ ଦାଖଲ କରିବାରେ ବିଳମ୍ବ କରିଥିଲା। ଏହାକୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ସକ୍ଷମ ହୋଇନାହିଁ। ମାମଲାଟି ଏବେ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପଜିଟିଭ୍‌ ଚିହ୍ନଟ ପରେ ୩ ଦୋକାନ ସିଲ୍‌

ଛତ୍ରପୁର,୩୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ୩ଟି ଦୋକାନରୁ ଜଣେ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ସୋମବାର ଛତ୍ରପୁର ଏନ୍‌ଏସି ପ୍ରଶାସନ ପକ୍ଷରୁ ଉକ୍ତ...

ଦେବଗଡ଼ ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଂଘର୍ଷ ସଂଘ

ଦେବଗଡ଼,୧୧।୯(ଡି.ଏନ୍‌.ଏ.): ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବୁଧବାର ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିିସ ଘେରାଉ କରାଯାଇଛି। ସ୍ଥାନୀୟ ଗୋପାଳଜୀଉ ମନ୍ଦିରରୁ...

୮୧ ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ନମୁନା ଦେଲେଣି ୮୪ ଜଣ

ଭୁବନେଶ୍ୱର,୨୫।୬(ଅଭିଜିତ ଦାସ)ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ରବିବାର ୨୨ଦିନ ବିତିଯାଇଲେ ମଧ୍ୟ ଏବେ ସୁଦ୍ଧା ୮୧ ମୃତଦେହ ଚିହ୍ନଟ ହୋଇପାରିନାହିଁ। ବର୍ତ୍ତମାନ ସମସ୍ତ ମୃତଦେହକୁ ଏମ୍‌ସ...

ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଅସୁରକ୍ଷିତ: ଛାତରୁ ଖସୁଛି ପ୍ଲାଷ୍ଟର, ଝରୁଛି ବର୍ଷା ପାଣି

କଣିହାଁ,୨୦।୯(ଡି.ଏନ.ଏ.)-ଛାତରୁ ପ୍ଲାଷ୍ଟର ଖସୁଛି। ଅନେକ ସ୍ଥାନରେ ଲୁହା ରଡ ଦେଖାଯାଉଛି। ସାମାନ୍ୟ ବର୍ଷା ହେଲେ ପାଣି ଗଳୁଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହି...

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ା, ୨୧ା୪(ଡି.ଏନ.ଏ.): ଚମ୍ପୁଆ ନିର୍ବାଚନମଣ୍ଡଳୀର ଯୋଡ଼ାଠାରେ ଶନିବାର ନିର୍ବାଚନ ପ୍ରଚାରକୁ କଂଗ୍ରେସ ଜୋରଦାର କରିଛି।  ଦଳୀୟ ପ୍ରାର୍ଥୀ ଯଦୁମଣି ବାରିକଙ୍କ ସହିତ କେନ୍ଦୁଝର ଜିଲା କାର୍ଯ୍ୟକାରୀ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୩୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୨୩୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୨୦୪, ବାଲେଶ୍ୱରରୁ ୧୬୨,...

ଆଜି ବିଧାନସଭାରେ ପାଳନ ହେବ ୭୦ତମ ସମ୍ବିଧାନ ଦିବସ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଭାରତର ୭୦ତମ ସମ୍ବିଧାନ ଦିବସ ମଙ୍ଗଳବାର ସାରା ଦେଶରେ ଅନୁଷ୍ଠିତ ହେବ। ସେହି ଅନୁଯାୟୀ ଏହି ଦିବସ ଓଡିଶା ବିଧାନସଭାରେ ମଧ୍ୟ ଅନୁଷ୍ଠିତ ହେବ।...

ସମିତି ସଭ୍ୟାଙ୍କ ଘର ପୋଡ଼ି, ବିରୋଧୀଙ୍କୁ ଆକ୍ରମଣ

ବାଙ୍କୀ,୨୧ା୩(ସ୍ବ.ପ୍ର.): ପଞ୍ଚାୟତ ନିର୍ବାଚନ ସରିଥିଲେ ମଧ୍ୟ ରାଜନୈତିକ ହିଂସା ଥମିବାର ନଁା ନେଉନାହିଁ। ଶନିବାର କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ କାଳିପୋଇ ପଞ୍ଚାୟତର ୨...

Advertisement
Archives

Model This Week