କର୍କଟ ଚିକିତ୍ସା ପାଇଁ ସୁଯୋଗ

ୟୁନିଭର୍ସାଲ ହେଲ୍‌ଥ କଭରେଜ (ୟୁଏଚ୍‌ସି) ଏକ ସ୍ବାସ୍ଥ୍ୟସେବା ବ୍ୟବସ୍ଥା। ଏଥିରେ ବିନା ଆର୍ଥିକ କଷ୍ଟରେ ବିଶ୍ୱରେ ରୋଗ ନିବାରଣ, ପ୍ରଭାବଶାଳୀ ଚିକିତ୍ସା, ପୁନଃ ଥଇଥାନ ଏବଂ ଉପଶମକ ସେବା ଯୋଗାଇଦିଆଯାଏ। ୟୁଏଚ୍‌ସି ଉପରେ ଅନୁଷ୍ଠିତ ଜାତିସଂଘର ଦ୍ୱିତୀୟ ମିଳିତ ଉଚ୍ଚସ୍ତରୀୟ ବୈଠକରେ ବିଶ୍ୱର ବିଭିନ୍ନ ସରକାର ୟୁଏଚ୍‌ସିର କାର୍ଯ୍ୟକାରିତାକୁ ତ୍ୱରାନ୍ବିିତ କରିବା ଉପରେ ଏକ ନୂତନ ପ୍ରତିବଦ୍ଧତା ପ୍ରକାଶ କରିବେ ବୋଲି ଆଶା କରାଯାଉଛି। ବ୍ୟାପକ କ୍ୟାନ୍‌ସର ବା କର୍କଟ ସେବାଗୁଡ଼ିକୁ ଯଦି ୟୁଏଚ୍‌ସିରେ ଅନ୍ତର୍ଭୁକ୍ତ କରା ନ ଯାଏ, ତେବେ କୌଣସି ପ୍ରସ୍ତାବ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ କ୍ୟାନ୍‌ସରରେ ୧ କୋଟି ଲୋକଙ୍କ ମୃତ୍ୟୁ ହେଉଛି। ଏହି ରୋଗ ବଢ଼ିବା ସହ ଏହାର ଗମ୍ଭୀରତା ପ୍ରକାଶ ପାଉଛି। ଏହାର ଅର୍ଥନୈତିକ ପରିଣାମ ମଧ୍ୟ ଅଛି। ୨୦୩୦ ସୁଦ୍ଧା ସାରା ବିଶ୍ୱରେ କର୍କଟ ଚିକିତ୍ସା ଖର୍ଚ୍ଚ ୪୫୮ ବିଲିୟନ ଡଲାରରେ ପହଞ୍ଚତ୍ବ। ଏବେ ଅନେକ ଦେଶରେ କର୍କଟର ଚିକିତ୍ସା ପାଇଁ ରୋଗୀଙ୍କୁ ସେମାନଙ୍କ ପକେଟ୍‌ରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହି ବୋଝ ବହୁ ସମୟରେ ଆର୍ଥିକ ବିପର୍ଯ୍ୟୟର କାରଣ ହେଉଛି। ଏସବୁ ଦୃଷ୍ଟିରୁ କମ୍‌ ଖର୍ଚ୍ଚରେ ରୋଗ ନିବାରଣ ଲାଗି ନିବେଶ ଏବଂ ଆରମ୍ଭରୁ ରୋଗ ଚିହ୍ନଟ କୌଶଳ ଅର୍ଥନୈତିକ ଦିଗରୁ ଗୁରୁତ୍ୱପୂର୍ଣ୍ଣ। ଚିକିତ୍ସା ଅପେକ୍ଷା ପ୍ରତିଷେଧକ ବହୁତ ଶସ୍ତା। କର୍କଟ ରୋଗକୁ ରୋକାଯାଇପାରୁ ନ ଥିବାବେଳେ ସେ କ୍ଷେତ୍ରରେ ପ୍ରାରମ୍ଭିକ ଚିହ୍ନଟ ଯୋଗୁ ଚିକିତ୍ସା ବହୁ କମ୍‌ ମୂଲ୍ୟରେ ସଫଳ ହେବାର ଅଧିକ ସମ୍ଭାବନା। ଯେତେବେଳେ କର୍କଟ ରୋଗ ବଢ଼ିଚାଲେ ସେତେବେଳେ ଅସ୍ତ୍ରୋପଚାର, ବିକିରଣ ଏବଂ କେମୋଥେରାପି ଉପଲବ୍ଧ ହେବା ଉଚିତ ଏବଂ ସମସ୍ତଙ୍କ ପାଇଁ ଏହା ଶସ୍ତା ଓ ସୁଲଭ ହେବା ଦରକାର। ସାମଗ୍ରିକ ଭାବେ ଅଣସଂକ୍ରମିତ ରୋଗ ପାଇଁ ଶସ୍ତା ତଥା ପ୍ରଭାବଶାଳୀ ସେବାରେ ୧ ଡଲାର ନିବେଶ କଲେ ସେଥିରୁ ୭ ଡଲାର ପର୍ଯ୍ୟନ୍ତ ଲାଭ ମିଳିପାରିବ।
ରୋଗ ପ୍ରତିଷେଧକ ଏବଂ ଚିକିତ୍ସା ଯେମିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେମିତି ଉପଶମକ ସେବା ମଧ୍ୟ ମହତ୍ତ୍ୱପୂର୍ଣ୍ଣ; ଯାହା ରୋଗୀ, ସେମାନଙ୍କ ପରିବାର ଏବଂ ଯତ୍ନ ନେଉଥିବା ବ୍ୟକ୍ତିଙ୍କର ଅନାବଶ୍ୟକ ଯନ୍ତ୍ରଣା ଦୂର କରିଥାଏ ଏବଂ ଆଗକୁ ସୁସ୍ଥ ଭାବେ ବଞ୍ଚତ୍ବାର ଏକ ଯୋଜନା ଯୋଗାଇ ଦେଇଥାଏ। କୋଭିଡ୍‌ ମହାମାରୀରେ ଉପଶମକ ସେବାରେ ଅତ୍ୟଧିକ ବ୍ୟାଘାତ ଘଟିିଥିଲା। ଫଳରେ ବିଶ୍ୱବ୍ୟାପୀ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଣୁ ଚିକିତ୍ସା ଓ ଉପଶମକ ସେବା କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଜରୁରୀ। ସମାନତା, ସାମାଜିକ ନ୍ୟାୟ ଓ ସ୍ବାସ୍ଥ୍ୟ ସହ ଜଡ଼ିତ ସାମାଜିକ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାପକ କର୍କଟ ଚିକିତ୍ସା ଜରୁରୀ। ତେବେ ବୈଶ୍ୱିକ ସେବା ହାସଲ କରିବା ଲାଗି ଅଧିକ ରାଜନୈତିକ ଇଚ୍ଛାଶକ୍ତି ଦରକାର। ପାକିସ୍ତାନରେ ଶୌକତ ଖାନମ କ୍ୟାନ୍‌ସର ହସ୍ପିଟାଲ ନେଟ୍‌ୱର୍କ ବିଶ୍ୱସ୍ତରୀୟ କର୍କଟ ଚିକିତ୍ସା ପ୍ରଦାନ କରୁଛି। ଦି କିଙ୍ଗ ହୁସେନ କ୍ୟାନ୍‌ସର ସେଣ୍ଟର ଜୋର୍ଡାନରେ କର୍କଟ ଚିକିତ୍ସା ଏବଂ ବୈଜ୍ଞାନିକ ଗବେଷଣା ଦିଗରେ ଯଥେଷ୍ଟ ବିସ୍ତାର କରିଛି ଏବଂ ସିରିଆ ଓ ଲେବାନନର ରୋଗୀଙ୍କୁ ଚିକିତ୍ସା ଯୋଗାଇବା ପାଇଁ ସେଣ୍ଟ୍‌ ଜୁଡେ ଚିଲ୍‌ଡ୍ରେନ୍ସ ରିସର୍ଚ୍ଚ ହସ୍ପିଟାଲ ଭଳି ଅନ୍ତର୍ଜାତୀୟ ସହଭାଗୀଙ୍କ ସହ କାର୍ଯ୍ୟ କରୁଛି।
କିନ୍ତୁ ୟୁଏଚ୍‌ସି ଯୋଜନାରେ କର୍କଟ ଚିକିତ୍ସାକୁ ଅନ୍ତର୍ଭୁକ୍ତ କରିବାରେ ଦେଶଗୁଡ଼ିକ ଅନେକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଉଦାହରଣ ସ୍ବରୂପ, କେନିଆରେ ବିଭିନ୍ନ କର୍କଟ ନିୟନ୍ତ୍ରଣ ସଙ୍ଗଠନଗୁଡ଼ିକର ସମ୍ମିଳିତ ପ୍ରୟାସ ସେବା ଉପଲବ୍ଧତାକୁ ସମ୍ପ୍ରସାରିତ କରି ଆର୍ଥିକ ପ୍ରତିବନ୍ଧକକୁ ହଟାଇ ଦେଇଛି। କିନ୍ତୁ ଗ୍ରାମୀଣ ଲୋକଙ୍କ ପାଖରେ ପହଞ୍ଚତ୍ବା କଷ୍ଟସାଧ୍ୟ ହୋଇଛି। ଇଣ୍ଡୋନେସିଆରେ ଏକ ବିକେନ୍ଦ୍ରିକୃତ ସ୍ବାସ୍ଥ୍ୟ ବ୍ୟବସ୍ଥା ସ୍ବାସ୍ଥ୍ୟ ସମାନତା ବୃଦ୍ଧି କରିଛି। ଏପରିକି ଥାଇଲାଣ୍ଡ ମଧ୍ୟ କର୍କଟ ନିୟନ୍ତ୍ରଣର ୬ଟି କ୍ଷେତ୍ର ଯଥା କର୍କଟ ସୂଚନା, ପ୍ରାଥମିକ ନିରାକରଣ, ଶୀଘ୍ର ଚିହ୍ନଟ, ଚିକିତ୍ସା, ଉପଶମକାରୀ ସେବା ଏବଂ କର୍କଟ ନିୟନ୍ତ୍ରଣ ଗବେଷଣାକୁ ୟୁଏଚ୍‌ସି ଯୋଜନାରେ ସାମିଲ କରିଛି। ଏହାବ୍ୟତୀତ ଉପଯୋଗୀ ସେବାଗୁଡ଼ିକର ଉପଯୋଗକୁ ନିଶ୍ଚିତ କରିବା ଲାଗି ଆବଶ୍ୟକ ଜନସଚେତନତା ପଦକ୍ଷେପରେ ଉନ୍ନତି ଆଣିପାରିଛି। ଥାଇ ମଡେଲ ୟୁଏଚ୍‌ସି ଯୋଜନାଗୁଡ଼ିକର ସମ୍ଭାବ୍ୟ ଜନସ୍ବାସ୍ଥ୍ୟ ଉପକାରିତାକୁ ସାମ୍ନାକୁ ଆଣିଛି, ଯେଉଁଥିରେ ବ୍ୟାପକ କର୍କଟ ଚିକିତ୍ସା ଅନ୍ତର୍ଭୁକ୍ତ। ସେହି ସମ୍ଭାବନାକୁ ଚିହ୍ନଟ କରି ଅନ୍ତର୍ଜାତୀୟ କର୍କଟ ନିୟନ୍ତ୍ରଣ ସଂଘ ବିଶ୍ୱରେ ଜାତୀୟ କର୍କଟ ନିୟନ୍ତ୍ରଣ ରଣନୀତିର ବିକାଶ ଓ ତାହାକୁ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ସରକାର ଓ ଅଂଶୀଦାରଙ୍କ ସହିତ ଲଗାତର କାମ କରୁଛି। ଏହା ବ୍ୟତୀତ ସେମାନଙ୍କୁ ଜାତୀୟ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ କରୁଛି। ଏହି ସଂଘରେ ୧୭୦ରୁ ଅଧିକ ଦେଶ ତଥା ବିଭିନ୍ନ କ୍ଷତ୍ରରୁ ୧୧୫୦ରୁ ଅଧିକ ସଦସ୍ୟ ରହିଛନ୍ତି।
ଯେଭଳି ଯୋଜନା ବିନା ଏକ ଲକ୍ଷ୍ୟ କେବଳ ଆଶାରେ ରହିଯାଏ, ସେହିଭଳି ଉତ୍ସର୍ଗୀକୃତ ଉତ୍ସ ବିନା ଏକ ଯୋଜନା ମୂଲ୍ୟହୀନ ହୋଇଥାଏ। ଯେପର୍ଯ୍ୟନ୍ତ ଅତ୍ୟାବଶ୍ୟକ କର୍କଟ ସେବାଗୁଡ଼ିକ ମୌଳିକ ସ୍ବାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ସେବା ଚାହଁୁଥିବା ଅନେକଙ୍କ ପାଇଁ ସେଗୁଡ଼ିକ ମହଙ୍ଗା ଓ ଅପହଞ୍ଚ ହୋଇ ରହିବ। ଯେଉଁଠି ବୀମା ଅଛି, ସେଠାରେ ନିଜ ଖର୍ଚ୍ଚର ସୀମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗ ନିର୍ଣ୍ଣୟ ପରେ ବହୁ ସଂଖ୍ୟକ ପରୀକ୍ଷା ଏବଂ ପ୍ରକ୍ରିୟା ଆବଶ୍ୟକ ପଡ଼ୁଥିବାରୁ କର୍କଟ ରୋଗୀମାନେ ବୀମାରୁ ଟଙ୍କା କାଟିବା ଆରମ୍ଭ କରିଦିଅନ୍ତି। କିନ୍ତୁ ଚିକିତ୍ସା ବହୁ ସମୟରେ ଅନେକ ମାସ କିମ୍ବା ବର୍ଷ ଧରି ଚାଲେ ଏବଂ ଏଥିରେ ଅନେକ ଥର ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ। ଏହା ସହ ଏଥିରେ ଅନେକ ପରୀକ୍ଷା, ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, ଓଷଧ ଏବଂ ଅନ୍ୟାନ୍ୟ ସେବା ବି ରହିଛି।
ଏକ ପ୍ରଭାବଶାଳୀ ଜାତୀୟ କର୍କଟ ନିୟନ୍ତ୍ରଣ ରଣନୀତି ନିଶ୍ଚିତ ଭାବରେ କମ୍‌ ଖର୍ଚ୍ଚ ବିଶିଷ୍ଟ ସେବାର ସୂକ୍ଷ୍ମ ବିଚାରକୁ ପ୍ରତିଫଳିତ କରିବା ଉଚିତ ଯାହା ଅଗ୍ରିମ ଖର୍ଚ୍ଚ, ଦୀର୍ଘସ୍ଥାୟୀ ସଞ୍ଚୟ, ଉନ୍ନତ ମାନର ଜୀବନ ଏବଂ ଉତ୍ପାଦନ ବୃଦ୍ଧିକୁ ବି ସାମିଲ କରେ। ଅସୁସ୍ଥତା ଦୂର କରିବା ପ୍ରତିବଦ୍ଧତା ପ୍ରକାଶ କରିବା ସହ ରଣନୀତିରେ ପ୍ରତ୍ୟେକ ବ୍ୟକ୍ତିର ସାମଗ୍ରିକ ଅଭିଜ୍ଞତାକୁ ସାମିଲ କରିବା ଉଚିତ। ପ୍ରାରମ୍ଭିକ ରୋଗ ଚିହ୍ନଟ ଏବଂ ଚିକିତ୍ସାରେ ଥିବା ଆର୍ଥିକ ଓ ସାଂସ୍କୃତିକ ପ୍ରତିବନ୍ଧକକୁ ଭାଙ୍ଗିବା ପାଇଁ ଏକ ଦୃଢ଼ ସଂକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ମିଳିତ ଜାତିସଂଘର ଉଚ୍ଚସ୍ତରୀୟ ବୈଠକ ବିଶ୍ୱ ୟୁଏଚ୍‌ସି କାର୍ଯ୍ୟସୂଚୀରେ କର୍କଟ ସେବାକୁ ଆଗକୁ ବଢ଼ାଇବା ପାଇଁ ଏକ ଅପୂର୍ବ ସୁଯୋଗ ଆଣିଦେଇଛି। ଏହି କାରଣରୁ ବୈଠକର ଚିଠା ପ୍ରସ୍ତାବରେ କର୍କଟ ବିଷୟରେ ଉଲ୍ଲେଖ କରାଯାଇଥିବା ସ୍ବାଗତଯୋଗ୍ୟ ଖବର। କିନ୍ତୁ ସରକାରଗୁଡ଼ିକ ବଡ଼ ପ୍ରତିଶ୍ରୁତି ଏବଂ ମୌଖିକ ପ୍ରତିବଦ୍ଧତାରେ ଅଟକିଯିବା ଉଚିତ ନୁହେଁ। ୟୁଏଚ୍‌ସିକୁ କାର୍ଯ୍ୟକାରୀ କରିବା ପାଇଁ ଠୋସ୍‌ ପଦକ୍ଷେପ ନେବା ଦରକାର। ଏଥିରେ ଗୁଣାତ୍ମକ କର୍କଟ ସେବା ଏବଂ ବିଭିନ୍ନ ଅଞ୍ଚଳଗୁଡ଼ିକରେ ଲୋକଙ୍କର ବିବିଧ ଆବଶ୍ୟକତାକୁ ବିଚାରକୁ ନେବା ଆବଶ୍ୟକ। ବୈଶ୍ୱିକ ସ୍ବାସ୍ଥ୍ୟ ଅସମାନତାରେ କ୍ୟାନ୍‌ସର ସେବା ଯେଭଳି ହଜି ନ ଯାଏ, ତାହା ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ।

  • ସୋନାଲି ଜନ୍‌ସନ୍‌
    ହେଡ୍‌ ଅଫ୍‌ ନଲେଜ୍‌ ଆଣ୍ଡ୍‌ ଆଡ୍‌ଭୋକେସି, ଅନ୍ତଃରାଷ୍ଟ୍ରୀୟ କ୍ୟାନ୍‌ସର ନିୟନ୍ତ୍ରଣ ସଂଘ

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?