ପ୍ରତିଶ୍ରୁତି ଦେଇ ପ୍ରଶାସନ ପାର୍‌

ଅନୁଗୋଳ ଅଫିସ, ୪ା୧୦: ଅନୁଗୋଳରେ ଗାନ୍ଧୀଙ୍କ ସ୍ମୃତି ରକ୍ଷା ପାଇଁ ଜାଗା ଖଣ୍ଡେ ପାଉନି ଜିଲା ପ୍ରଶାସନ। ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହରେ ବସିବା ପୂର୍ବରୁ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତିଙ୍କ ନିକଟରେ ପହଞ୍ଚି ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶନିବାର ଅପରାହ୍ନ ୪ଟା ସୁଦ୍ଧା ଏକ ଜାଗା ଯୋଗାଇ ଦିଆଯିବ ବୋଲି କହିଥିଲେ। ହେଲେ ସତ୍ୟାଗ୍ରହକୁ ଦୁଇଦିନ ବିତିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ଦେଇଯାଇଥିବା ପ୍ରଶାସନିକ ଅଧିକାରୀମାନଙ୍କୁ ଜାଗା ମିଳୁନି କି ସେମାନଙ୍କ ପାଦ ପଡ଼ିନି ଅମଲାପଡ଼ାସ୍ଥିତ ସତ୍ୟାଗ୍ରହସ୍ଥଳୀରେ। ଏ ଦିଗରେ ପ୍ରଶାସନ ଅଧିକ ବିଳମ୍ବ କଲେ ଉପବାସ ସତ୍ୟାଗ୍ରହ ଆରମ୍ଭ ହେବ ବୋଲି ସର୍ବୋଦୟ ନେତ୍ରୀଙ୍କ ସହ ସତ୍ୟାଗ୍ରହରେ ବସିଥିବା ଗାନ୍ଧୀପ୍ରେମୀମାନେ ଚେତାବନୀ ଦେଇଛନ୍ତି।
୧୯୩୪ରେ ଅନୁଗୋଳରେ ପଡ଼ିଥିଲା ଗାନ୍ଧୀଙ୍କ ପାଦ। ମେ ୬ ଓ ୭ ତାରିଖରେ ଅନୁଗୋଳରେ ରାତି କାଟିଥିଲେ ମହାତ୍ମା। ତେଣୁ ତାଙ୍କ ସ୍ମୃତି ରକ୍ଷା ପାଇଁ ଗାନ୍ଧୀ ଭବନଟିଏ ନିର୍ମାଣ ନିମନ୍ତେ ଜାଗା ଯୋଗାଇ ଦେବାକୁ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ବହୁ ପୂର୍ବରୁ ପ୍ରଶାସନକୁ ଅନୁରୋଧ କରିଥିଲେ। ତଦନୁଯାୟୀ ଅମଲାପଡ଼ାଠାରେ ଏକ ଜାଗା ଯୋଗାଇ ଦିଆଯାଇଥିଲା। ଗାନ୍ଧୀ ଭବନ ସ୍ଥାନ ବୋଲି ସେଠାରେ ଫଳକ ଲଗାଯାଇଥିଲା। ଗତ ଜାନୁୟାରୀ ୮ ତାରିଖରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ସର୍ବୋଦୟ ନେତ୍ରୀ ମହାନ୍ତି ଜିଲାପାଳଙ୍କୁ ଚିଠି (ନଂ. ୩୯) କରିଥିଲେ। ସେହିପରି ଅଗଷ୍ଟ ୫ ତାରିଖରେ ଆଉ ଏକ ଚିଠି (ନଂ. ୦୬) ମାଧ୍ୟମରେ ଅନୁରୋଧ ଦୋହରାଇଥିଲେ। ଗାନ୍ଧୀ ଭବନ ମଧ୍ୟରେ ଏକ ପ୍ରଦର୍ଶନୀ, ସଭାଘର ତଥା ଗ୍ରାମ ସ୍ବରାଜ କେନ୍ଦ୍ର ରହିବା ଆବଶ୍ୟକ ବୋଲି ଜିଲା ପ୍ରଶାସନକୁ ଜଣାଇଥିଲେ। ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେତେବେଳେ ଜିଲାପାଳ ମୌଖିକ ଭାବେ କହିଥିଲେ। କିନ୍ତୁ ଉକ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଯାଉଥିବା ଜାଣିବା ପରେ ସର୍ବୋଦୟ ନେତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଗାନ୍ଧୀ ଜୟନ୍ତୀରୁ ସତ୍ୟାଗ୍ରହରେ ବସିବେ ବୋଲି ଚେତାବନୀ ଦେଇଥିଲେ। ଏହା ଜାଣିବା ପରେ ଶନିବାର ସକାଳୁ ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଉପଜିଲାପାଳ ବାସୁଦେବ ଶତପଥୀ, ଡେପୁଟି କଲେକ୍ଟର ବଇତୁରା ଦୀପ, ତହସିଲଦାର ବିମଳ କୁମାର ଲେଙ୍କା ପ୍ରମୁଖ ବାଜି ରାଉତ ଛାତ୍ରାବାସରେ ପହଞ୍ଚି ସର୍ବୋଦୟ ନେତ୍ରୀ ମହାନ୍ତିଙ୍କ ସହ ଆଲୋଚନା କରି ଅପରାହ୍ନ ୪ଟା ସୁଦ୍ଧା ଜାଗା ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସନ୍ଧ୍ୟା ସୁଦ୍ଧା ପ୍ରତିଶ୍ରୁତି ରକ୍ଷା କରା ନ ଯିବାରୁ ସର୍ବୋଦୟ ନେତ୍ରୀ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ତେବେ ଜାଗା ଯୋଗାଇ ଦେବା ପରିବର୍ତ୍ତେ ପ୍ରଶାସନ ସ୍ପଷ୍ଟୀକରଣ ମାଧ୍ୟମରେ କହିଛି, ଏଭଳି କୌଣସି ପ୍ରତିଶ୍ରୁତି ଦିଆଯାଇନାହିଁ। ଉକ୍ତ ସଂସ୍ଥା ବିଧିବଦ୍ଧ ଭାବେ ତହସିଲରେ ଆବେଦନ କରିନାହିଁ। ଆବେଦନ କରାଗଲେ ତାହା ସରକାରଙ୍କ ନିୟମାନୁଯାୟୀ ବିଚାର କରାଯିବ। ଏହାଛଡ଼ା ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧୀ ଭବନ ନିର୍ମାଣ ଯୋଜନା ରହିଛି। କିନ୍ତୁ କୌଣସି ବ୍ୟକ୍ତିବିଶେଷ କିମ୍ବା ଟ୍ରଷ୍ଟକୁ ଜମି ଓ ଗାନ୍ଧୀ ଭବନ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି। ଏହି ସତ୍ୟାଗ୍ରହରେ କୃଷ୍ଣା ମହାନ୍ତି, ଇନ୍ଦିରା ଦାଶ, ଦିଲୀପ କୁମାର ଦାଶ, ଶାନ୍ତନୁ କୁମାର ସର, ରାଧାକାନ୍ତ ମହାନ୍ତି, ବିଶ୍ୱ ରଞ୍ଜନ ପ୍ରଧାନ, ରାକେଶ ମିଶ୍ର, ଗୋପାଳ ଚନ୍ଦ୍ର ନାଥ, ଭାବଗ୍ରାହୀ ନାୟକ, ସ୍ବପ୍ନା ଷଡଙ୍ଗୀ, କାଶୀନାଥ ସ୍ବାଇଁ, ସୂର୍ଯ୍ୟ ନାରାୟଣ ନାଥ, ଆଦ୍ୟାଶ୍ଳୋକ ମିଶ୍ର, ଛୋଟରାୟ ମାଝି, ଛବୀନ୍ଦ୍ର ନାୟକ, ଆଦିତ୍ୟ ମିଶ୍ର, ରଶ୍ମୀ ରଞ୍ଜନ ସାହୁ, ମାମାଲି ଗଡନାୟକ, ରଞ୍ଜିତ ଦେହୁରୀ, ସାଗର ଦାସ କଟକରୁ ଆସିଥିବା କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ବିଶ୍ୱଜିତ ପ୍ରମୁଖ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri