Posted inଖେଳ

ଧୋନୀଙ୍କ ନାମରେ ନାମକରଣ ହେବ ଏହି ଷ୍ଟାଡିୟମର ଗୋଟିଏ ସିଟ୍‌

ମୁମ୍ବାଇ, ୧୮।୮: ଭାରତୀୟ କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ୩୯ ବର୍ଷୀୟ ଧୋନୀଙ୍କ ନେତୃତ୍ୱରେ ଭାରତ ୨ଟି ବିଶ୍ୱକପ୍‌ ଓ ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ୨୦୧୧ ବିଶ୍ୱକପ୍‌ ଫାଇନାଲରେ ଧୋନୀ ଛକା ମାରି ଦଳକୁ ବିଶ୍ୱ ବିଜେତା କରାଇଥିଲେ। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମାରିଥିବା ଏହି ଛକା ଧୋନୀଙ୍କ ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସବୁଠାରୁ ପ୍ରସିଦ୍ଧ ଶଟ୍‌ ଥିଲା। ଲଙ୍ଗ୍‌ ଅନ୍‌ ଉପରେ ଧୋନୀ ଏହି ଛକାଟି ମାରି ଭାରତକୁ ୨ୟଥର ଲାଗି ଦିନିକିଆ ବିଶ୍ୱକପ୍‌ ଭେଟି ଦେଇଥିଲେ। ଏବେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅଲ୍‌ବିଦା ଘୋଷଣା କରିସାରିଥିବାରୁ ତାଙ୍କୁ ସମ୍ମାନଜଣାଇ ଓ୍ବାଙ୍ଖଡେ ଷ୍ଟାଡିୟମର ଗୋଟିଏ ସିଟ୍‌ର ତାଙ୍କରି ନାମରେ ନାମିତ କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମୁମ୍ବାଇ କ୍ରିକେଟ୍‌ ଆସୋସିଏଶନ (ଏମ୍‌ସିଏ)ର ଆପେକ୍ସ କାଉନସିଲ ସଦସ୍ୟ ଅଜିଙ୍କ୍ୟ ନାୟକ ଏକ ପ୍ରସ୍ତାବ ଆଣିଛନ୍ତି। ଭାରତୀୟ କ୍ରିକେଟ୍‌କୁ ଧୋନୀଙ୍କ ଅତୁଳନୀୟ ଅବଦାନ ଲାଗି ତାଙ୍କ ସମ୍ମାନାର୍ଥେ ଓ୍ବାଙ୍ଖଡେ ଷ୍ଟାଡିୟମର ଏକ ସିଟ୍‌ ସ୍ଥାୟୀରୂପେ ତାଙ୍କରି ନାମରେ ନାମିତ କରାଯାଇ ପାରିବ। ୨୦୧୧ ବିଶ୍ୱକପ୍‌ ଫାଇନାଲରେ ନୁଆନ୍‌ କୁଲଶେଖରାଙ୍କୁ ଧୋନୀ ଛକା ମାରି ଜିତାଇଥିଲେ। ସେହି ଛକାଟି ଯେଉଁ ସିଟ୍‌ରେ ପଡ଼ିଥିଲା ତାହା ଧୋନୀଙ୍କ ନାମରେ ନାମିତ କରାଯାଉ ବୋଲି ଅଜିଙ୍କ୍ୟ ଏମ୍‌ସିଏକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଏମ୍‌ସିଏର ପରବର୍ତ୍ତୀ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri