Posted inଖେଳ

ଧୋନୀଙ୍କ ନାମରେ ନାମକରଣ ହେବ ଏହି ଷ୍ଟାଡିୟମର ଗୋଟିଏ ସିଟ୍‌

ମୁମ୍ବାଇ, ୧୮।୮: ଭାରତୀୟ କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ୩୯ ବର୍ଷୀୟ ଧୋନୀଙ୍କ ନେତୃତ୍ୱରେ ଭାରତ ୨ଟି ବିଶ୍ୱକପ୍‌ ଓ ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଥିଲା। ଶ୍ରୀଲଙ୍କା ବିପକ୍ଷ ୨୦୧୧ ବିଶ୍ୱକପ୍‌ ଫାଇନାଲରେ ଧୋନୀ ଛକା ମାରି ଦଳକୁ ବିଶ୍ୱ ବିଜେତା କରାଇଥିଲେ। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମାରିଥିବା ଏହି ଛକା ଧୋନୀଙ୍କ ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସବୁଠାରୁ ପ୍ରସିଦ୍ଧ ଶଟ୍‌ ଥିଲା। ଲଙ୍ଗ୍‌ ଅନ୍‌ ଉପରେ ଧୋନୀ ଏହି ଛକାଟି ମାରି ଭାରତକୁ ୨ୟଥର ଲାଗି ଦିନିକିଆ ବିଶ୍ୱକପ୍‌ ଭେଟି ଦେଇଥିଲେ। ଏବେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅଲ୍‌ବିଦା ଘୋଷଣା କରିସାରିଥିବାରୁ ତାଙ୍କୁ ସମ୍ମାନଜଣାଇ ଓ୍ବାଙ୍ଖଡେ ଷ୍ଟାଡିୟମର ଗୋଟିଏ ସିଟ୍‌ର ତାଙ୍କରି ନାମରେ ନାମିତ କରାଯିବ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମୁମ୍ବାଇ କ୍ରିକେଟ୍‌ ଆସୋସିଏଶନ (ଏମ୍‌ସିଏ)ର ଆପେକ୍ସ କାଉନସିଲ ସଦସ୍ୟ ଅଜିଙ୍କ୍ୟ ନାୟକ ଏକ ପ୍ରସ୍ତାବ ଆଣିଛନ୍ତି। ଭାରତୀୟ କ୍ରିକେଟ୍‌କୁ ଧୋନୀଙ୍କ ଅତୁଳନୀୟ ଅବଦାନ ଲାଗି ତାଙ୍କ ସମ୍ମାନାର୍ଥେ ଓ୍ବାଙ୍ଖଡେ ଷ୍ଟାଡିୟମର ଏକ ସିଟ୍‌ ସ୍ଥାୟୀରୂପେ ତାଙ୍କରି ନାମରେ ନାମିତ କରାଯାଇ ପାରିବ। ୨୦୧୧ ବିଶ୍ୱକପ୍‌ ଫାଇନାଲରେ ନୁଆନ୍‌ କୁଲଶେଖରାଙ୍କୁ ଧୋନୀ ଛକା ମାରି ଜିତାଇଥିଲେ। ସେହି ଛକାଟି ଯେଉଁ ସିଟ୍‌ରେ ପଡ଼ିଥିଲା ତାହା ଧୋନୀଙ୍କ ନାମରେ ନାମିତ କରାଯାଉ ବୋଲି ଅଜିଙ୍କ୍ୟ ଏମ୍‌ସିଏକୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଏମ୍‌ସିଏର ପରବର୍ତ୍ତୀ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?