Posted inଫୁରସତ

ସୁନ୍ଦରୀ ସ୍ତ୍ରୀଙ୍କ ଆଗରେ ନିଜକୁ ଏଭଳି ଦେଖି ଲାଗୁଥିଲା ଖରାପ: ସିକ୍ସ ପ୍ୟାକ୍‌ ଆବ୍ସ ଲୁକ୍‌ ପାଇଁ ବ୍ୟକ୍ତି କଲେ ଏଭଳି…

ବୟସ ବଢ଼ିଲେ ଶରୀରରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ଏପରିକି ଚର୍ବି ଯୋଗୁ ଓଜନ ମଧ୍ୟ ବଢ଼ିଥାଏ। ଉଭୟ ମହିଳା ଏବଂ ପୁରୁଷ ଏହି ସମସ୍ୟା ଦେଇ ଗତି କରନ୍ତି। ହେଲେ ଜଣେ ବ୍ୟକ୍ତି ଗୋଟିଏ ରାତି ଭିତରେ ସିକ୍ସ ପ୍ୟାକ୍‌ ଆବ୍ସ ବଡି କରି ଦେଖାଇଛନ୍ତି। ସେ ହେଲେ ଡାନିଏଲ୍‌ ଟିଲ୍ସ। ତାଙ୍କୁ ଏବେ ୩୯ ବର୍ଷ। ତେବେ ଫିଟ୍‌ ଲୁକ୍‌ ପାଇଁ ତାଙ୍କୁ ୧୪ ଲକ୍ଷରୁ ବି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଆପଣ ଯଦି ଭାବୁଛନ୍ତି ନିଜର ଫିଟ୍‌ ଲୁକ୍‌ ପାଇଁ ଡାନିଏଲ୍‌ ବ୍ୟାୟାମ ସହ ବଡି ବିଲ୍ଡିଂ ଖାଦ୍ୟ ଖାଇଛନ୍ତି, ତେବେ ଏହା ଭୁଲ। ସେ ଲିପୋସକ୍ସନ ସର୍ଜରୀ କରି ନିଜ ଶରୀରକୁ ଏଭଳି ପରିବର୍ତ୍ତନ କରିଛନ୍ତି।

୪୦ ବର୍ଷ ହେବାକୁ ଯାଉଥିବାରୁ ଡାନିଏଲ୍‌ ନିଜ ଶରୀରକୁ ନେଇ ଚିନ୍ତାରେ ରହୁଥିଲେ। ତାଙ୍କ ସ୍ତ୍ରୀ କିଛି ବର୍ଷ ଧରି କସ୍‌ମେଟିକ୍ସ ଚିକିତ୍ସା କରାଇ ଆସୁଥିଲେ। ଫଳରେ ସେ ସୁନ୍ଦର ଦେଖାଯାଉଥିଲେ। ଏଣୁ ଡାନିଏଲ ନିଜକୁ ତାଙ୍କ ସମକକ୍ଷ କରିବାକୁ ଚାହୁଁଥିଲେ। ସେ ଜିମ୍‌ ଯାଇଥିଲେ ହେଁ ଅନେକ ମାସ ପରେ ମଧ୍ୟ କିଛି ଫରକ ପଡ଼ି ନ ଥିଲା। ଏହାପରେ ସେ ସର୍ଜନଙ୍କ ପାଖକୁ ଯାଇଥିଲେ। ସେଠାରେ ଡାକ୍ତର ସର୍ଜରୀ ମାଧ୍ୟମରେ ଗୋଟିଏ ରାତିରେ ସେ ସିକ୍ସ ପ୍ୟାକ୍‌ ଆବ୍ସ ଲୁକ୍‌ରେ ନଜର ଆସିବେ ବୋଲି ପରାମର୍ଶ ଦେଇଥିଲେ।

ପରେ ରାତି ୧୨ରେ ତାଙ୍କର ସର୍ଜରୀ ଆରମ୍ଭ ହୋଇଥିଲା। ସକାଳ ହେବା ବେଳକୁ ସେ ନିଜକୁ ନୂଆ ରୂପରେ ଦେଖିଥିଲେ। ଏହାପୂର୍ବରୁ ଡାନିଏଲଙ୍କୁ ମେଡିକେଶନରେ ରଖାଯାଇଥିଲା। ଏବେ ସେ ସବୁଦିନ ପାଇଁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖିବେ। ଫଳରେ ସବୁଦିନ ପାଇଁ ତାଙ୍କର ଏଭଳି ଶରୀର ରହିପାରିବ ବୋଲି ସେ କହିଛନ୍ତି। ଏବେ ସେ ଲଗାତାର ଜିମ୍‌ ମଧ୍ୟ ଯାଉଛନ୍ତି। ହେଲେ ପୂର୍ବଭଳି ତାଙ୍କୁ ଆଉ ଖରାପ ଲାଗୁ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?