ଭତ୍ତା, ରାଶନ ପାଇଁ ଜଙ୍ଗଲରେ ଚାଲିବାକୁ ପଡ଼େ ୬ କି.ମି.

ପାରଳାଖେମୁଣ୍ଡି,୨୭ା୭(ଗିରିଧାରୀ ପରିଛା): ରାଜ୍ୟ, କେନ୍ଦ୍ର ସରକାର ଉପାନ୍ତ ଅଞ୍ଚଳର ବିକାଶ ଲାଗି ବହୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଉପାନ୍ତ ଅଞ୍ଚଳର କେତେକ ଗ୍ରାମ ଏବେ ମଧ୍ୟ ବିକାଶଠାରୁ ଦୂରରେ ରହିଛି। ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧା ଟିକେ ପାଇପାରୁନାହାନ୍ତି। ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର ନୂଆ ବିତିସିଂ, ଲକ୍ଷ୍ମୀପୁର ଓ ତଳଲକ୍ଷ୍ମୀପୁର ଗ୍ରାମର ଅଧିବାସୀମାନେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ୫୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ଏହି ତିନିସାହିରେ ଯାତାୟାତ ଲାଗି ଭଲ ରାସ୍ତା ଖଣ୍ଡେ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟସେବା ଓ ପାନୀୟଜଳ ସହ ଅନ୍ୟାନ୍ୟ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ଲୋକେ। ଏମିତି କି ଭତ୍ତା ଏବଂ ରାଶନ ଚାଉଳ ଆଣିବା ପାଇଁ କଦୁଆଭର୍ତ୍ତି ମାଟି ରାସ୍ତାରେ ଜଙ୍ଗଲ ଭିତରେ ଚାଲି ଚାଲି ୬ କିମି ଯିବାକୁ ପଡୁଛି। ବିଦ୍ୟାଳୟ ଯିବାକୁ ୩ କିମି ଦୂର ଗୋଷାଣୀ ବ୍ଲକକୁ ଯାଉଛନ୍ତି ଛାତ୍ରୀଛାତ୍ର। ଏଥିପାଇଁ ସେମାନଙ୍କୁ ନାଳ ପାରି ହେବାକୁ ପଡୁଥିବାରୁ ଅଧିକାଂଶ ସମୟରେ ସେମାନେ ପାଠପଢ଼ି ଯିବାକୁ ଅନିଚ୍ଛୁକ ହେଉଛନ୍ତି। ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ିବା ପାଇଁ ୬ କିମି ଜଙ୍ଗଲ ରାସ୍ତାରେ ଯିବାକୁ ପଡ଼ୁଥିବାରୁ ସେମାନେ ଭୟ କରୁଛନ୍ତି ବିଦ୍ୟାଳୟ ଯିବାକୁ। ଯେଉଁମାନେ ଯାଇ ନ ପାରୁଛନ୍ତି, ସେମାନେ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଛୋଟ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ନ ଥିବାରୁ ମା’ବାପା ସେମାନଙ୍କୁ ୧୨ କି.ମି. ଦୂର ବିଦ୍ୟାଳୟକୁ ଆଣି ଛାଡୁଛନ୍ତି, ପୁଣି ଛୁଟି ହେଲେ ଆସି ଘରକୁ ନେଉଛନ୍ତି। ଗାଁକୁ ରାସ୍ତା ଭଲ ନ ଥିବାରୁ ଗ୍ରାମକୁ ଏଯାଏ ଚାରିଚକିଆ ଗାଡ଼ି ଆସିନି କି ଗ୍ରାମବାସୀ ଏପର୍ଯ୍ୟନ୍ତ ଚାରିଚକିଆ ଗାଡି ଦେଖିନାହାନ୍ତି। ରାସ୍ତା ଅବସ୍ଥା ହେତୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। ହଠାତ୍‌ କାହାର ସ୍ବାସ୍ଥ୍ୟ ଖରାପ ହେଲେ ବାଇକ୍‌ ଅବା ଭାରରେ ବୋହି ଗ୍ରାମବାସୀ ନେଉଛନ୍ତି ଡାକ୍ତରଖାନା। ଗାଁକୁ ପକ୍କା ରାସ୍ତା ଖଣ୍ଡେ ନିର୍ମାଣ କରିବାକୁ ଗ୍ରାମବାସୀ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଜଣାଇ ନିରାଶ ହୋଇଛନ୍ତି। ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଖରାଦିନେ ହାଣ୍ଡିଏ ପାଣିକୁ ଦୁଇ ତିନି ଦିନ ରଖି ବ୍ୟବହାର କରୁଥିବା ଗ୍ରାମବାସୀ ବର୍ଷାଋତୁରେ ମଧ୍ୟ ଦେଢ କି.ମି. ଦୂରରୁ ଝରଣା ପାଣି ଆଣି ଚଳୁଥିବା କହିଛନ୍ତି ଗ୍ରାମର ସୁମତ ଗମାଙ୍ଗ, ପ୍ରଦୀପ ଭୂୟଁା ଓ ନରେଶ ନାଥ। ଗ୍ରାମରେ ଥିବା ନଳକୂପରୁ ଗୋଳିଆ ପାଣି ବାହାରୁଛି। ଅତି ଆବଶ୍ୟକ ସ୍ଥଳେ ଏହାକୁ ଗରମ କରି ବ୍ୟବହାର କରୁଥିବା କହିଛନ୍ତି ସେମାନେ। ଗ୍ରାମକୁ ପକ୍କାରାସ୍ତା ଓ ପାନୀୟ ଜଳ ସମସ୍ୟା ଦୂର କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ତିନିସାହିର ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଉନୟନ ଅଧିକାରୀ ଶଙ୍କର କେରକେଟାଙ୍କୁ ପଚାରିବାରୁ ସେ କହିଲେ, ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ରିପୋର୍ଟ ମାଗି କେଉଁ କାରଣରୁ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରିବାରେ ଅବହେଳା ହୋଇଛି ତର୍ଜମା କରାଯିବ। ପରେ ଉକ୍ତ ଗ୍ରାମକୁ ରାସ୍ତା ନିର୍ମାଣ ସହ ଅନ୍ୟ ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?