ରାକ୍ଷସୀ, ରାକ୍ଷସ ନିଧନରେ କଂସ ମର୍ମାହତ

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ମଙ୍ଗଳବାର ପଞ୍ଚମ ଦିବସରେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଏବଂ ମଥୁରାନଗରୀରେ ମଥୁରାଧିପତି କଂସଙ୍କ ଦୃଶ୍ୟାଭିନୟ ବେଶ୍‌ ଚିତ୍ତାକର୍ଷକ ଥିଲା। ଅନ୍ୟଦିନ ଭଳି କଂସ ମହାରାଜ ରାଜମହଲରୁ ବାହାରି ମଥୁରା ପରିଭ୍ରମଣ କରିଥିଲେ। ପରିଭ୍ରମଣରେ ଯାଇ ସ୍ଥାନୀୟ ବ୍ରହ୍ମଚାରୀ ଅଞ୍ଚଳରେ କଂସ ମହାରାଜଙ୍କ ଦିଗ୍‌ବିଜୟ ହୋଇଥିଲା। ଦିଗ୍‌ବିଜୟ ସାରି ମହାରାଜ କଂସ ଦରବାରକୁ ଫେରିଥିଲେ। ବ୍ରହ୍ମଚାରୀରେ କଂସ ମହାରାଜଙ୍କୁ ମଥୁରାବାସୀ ସ୍ବାଗତ କରିଥିଲେ ଏବଂ ଶିଶୁ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ଗୋପପୁର ପ୍ରେରିତ ରାକ୍ଷସୀ, ରାକ୍ଷସଙ୍କ ନିଧନ ଖବର ପାଇଁ କଂସ ମର୍ମାହତ ହୋଇ ପଡ଼ିଥିଲେ ଏବଂ ପାରିଷଦ ବର୍ଗଙ୍କ ସହିତ ଆପାତ ବୈଠକ କରିଥିଲେ। ଅନ୍ୟପଟେ ଶ୍ରୀକୃଷ୍ଣ, ବଳରାମ ନଗର ପରିକ୍ରମା କରି ଜିରା ନଦୀ କୂଳ ବେଣୁବାବା ମଠରେ ପହଞ୍ଚିଥିଲେ। ସେଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ବେଣୁବାବା ମଠରେ ଦଧିଭାଣ୍ଡ ଭଙ୍ଗା, ଶ୍ରୀକୃଷ୍ଣଙ୍କୁ ଯଶୋଦାଙ୍କ ଆକଟ, ଯାମଳାର୍ଜୁନ ଭଞ୍ଜନ, କାଳୀୟ ଦଳନ, ବିଶ୍ୱରୂପ ଦର୍ଶନ ଆଦି ଦୃଶ୍ୟାଭିନୟ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ

ରାୟଗଡ଼ା,୧୭ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠସ୍ଥ ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ଗ୍ରାମ ନିକଟସ୍ଥ ରାସ୍ତାକଡ଼ରେ ଥିବା ଏକ ଛୋଟ ପାହାଡ଼ ଟାପୁ ଉପରେ ଏକ...

ନିଜପାଇଁ ନିଜେ ନାରୀ ସୁରକ୍ଷା ଉପରେ…

ଜି ଉଦୟଗିରି ୧୭/୧( ଶିଶିର ପଟ୍ଟନାୟକ ) ଜି ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ ଦିନଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ...

ଶିଳାନ୍ୟାସରେ ଅଟକିଛି ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ବପ୍ନ ହୋଇ ରହିଛି। ୧୯୯୩ରେ ଏହି ଜିଲା ପ୍ରତିଷ୍ଠା ହୋଇଥିଲେ ମଧ୍ୟ...

ଆଇଜି ଅଫିସରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ସମ୍ବଲପୁର,୧୭।୧(ପ୍ରମୋଦ ବହିଦାର): ବରଗଡ଼଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହୋଇଥିବା ଯୁବତୀଙ୍କୁ ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା...

ମୁଁ କଳାହାଣ୍ଡିର ଋଣ ପରିଶୋଧ କରିବି: ସୁରେଶ ପୂଜାରୀ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରାର ଦ୍ୱିତୀୟ ସନ୍ଧ୍ୟା, କଳାହାଣ୍ଡି ଲୋକଙ୍କ ଅବଦାନ ରାଜ୍ୟରେ ଅତୁଳନୀୟ

ଭବାନୀପାଟଣା,୧୭।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି।...

ଟୋକନ ଅବଧି ସରିଲା, ଧାନ ବିକିବାକୁ ଚିନ୍ତାରେ ଚାଷୀ

ସଇଁତଲା,୧୭ା୧(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଧରବଗଡ଼ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ଧାନ ବିକ୍ରୟ କରି ନ ପାରି ଚିନ୍ତାରେ ଅଛନ୍ତି। ଅଧିକାଂଶ...

ସୁନାବେଡ଼ାକୁ ବ୍ଲକ୍‌ କରି ମିଛାପାଲିଠାରେ କାର୍ଯ୍ୟାଳୟ ସ୍ଥାପନ ଦାବି

ନୂଆପଡ଼ା,୧୭।୧(ମକାରୁ ବେମାଲ)-ନୂଆପଡ଼ା ଜିଲା କୋମନା ବ୍ଲକ୍‌କୁ ବିଭାଜନ କରି ସୁନାବେଡ଼ାଠାରେ ନୂତନ ଅନୁନ୍ନତ ଆଦିବାସୀ ପଞ୍ଚାୟତ ସମିତି (ବ୍ଲକ୍‌) ଗଠନକରି ମିଛାପାଲିଠାରେ ଏହାର କାର୍ଯ୍ୟାଳୟ ସ୍ଥାପନ...

ମିଥ୍ୟା ବିଜ୍ଞାପନ ପାଇଁ ପାର୍ଲେ କମ୍ପାନୀକୁ ଅର୍ଥଦଣ୍ଡ

ଖୋର୍ଦ୍ଧା,୧୭ା୧(ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ବିଜ୍ଞାପନ ଦେଇ ଖାଦ୍ୟ ଉପତ୍ାଦ ବିକ୍ରି ଅଭିଯୋଗରେ ବିସ୍କୁଟ କମ୍ପାନୀ ‘ପାର୍ଲେ’ ଅଧିକୃତ ସଂସ୍ଥା ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷ, ଡିଷ୍ଟ୍ରିବ୍ୟୁଟରଙ୍କୁ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri