Posted inଜାତୀୟ

ଅଯୋଧ୍ୟା ଯାତ୍ରା ନେଇ ରାଜ୍‌ ଠାକ୍‌ରେ-ଅଠାଓ୍ବଲେ ମୁହାଁମୁହିଁ…

ଠାଣେ, ୧୭।୫ : କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ-ଏ) ମୁଖ୍ୟ ରାମଦାସ ଅଠାୱାଲେ କହିଛନ୍ତି ଯେ ଆସନ୍ତା ମାସରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକ୍‌ରେ ଉତ୍ତର ଭାରତୀୟଙ୍କ ନିକଟରେ କ୍ଷମା ମାଗନ୍ତୁ। ଏହାପୂର୍ବରୁ ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶରଣ ସିଂ କହିଥିଲେ ଯେ ଯଦି ରାଜ ଠାକ୍‌ରେ ଉତ୍ତର ଭାରତୀୟଙ୍କୁ ଅପମାନିତ କରିଥିବା ନେଇ କ୍ଷମା ନ ମାଗନ୍ତି, ତେବେ ତାଙ୍କୁ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।

ରାଜ ଠାକ୍‌ରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା ୨୦୦୮ ରେ ଉତ୍ତର ଭାରତୀୟଙ୍କ ବିରୋଧରେ ପ୍ରଚାର କରିଥିଲେ ଏବଂ ମହାରାଷ୍ଟ୍ରରେ ’ମରାଠୀ ମାନସ’କୁ ସମର୍ଥନ କରି ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। ସେହି ସମୟରେ ଉତ୍ତର ଭାରତୀୟମାନଙ୍କୁ ବହୁ ସ୍ଥାନରେ ଟାର୍ଗେଟ କରାଯାଇଥିଲା। ରେଳବାଇ ପରୀକ୍ଷା ଦେବାକୁ ମୁମ୍ବାଇର କଲ୍ୟାଣରେ ପହଞ୍ଚିଥିବା ଉତ୍ତର ଭାରତର ପ୍ରାର୍ଥୀମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ମହାରାଷ୍ଟ୍ରର ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ଦାବି କରି ନିକଟରେ ଚର୍ଚ୍ଚାରେ ରହିଥିବା ରାଜ ଠାକ୍‌ରେ ଜୁନ୍‌ ୫ରେ ଅଯୋଧ୍ୟା ପରିଦର୍ଶନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ତାଙ୍କ ଗସ୍ତକୁ ନେଇ ବିରୋଧ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ଗଠନ ପାଇଁ କଂଗ୍ରେସ ଏବଂ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସହିତ ମେଣ୍ଟ କରି ଶିବସେନା ଏକ ଗୁରୁତର ଭୁଲ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗନ୍ତୁ ରାହୁଲ, ସଂସଦରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ…

ନୂଆଦିଲ୍ଲୀ,୧୩।୩ : ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସୋମବାର ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଭାଜପା ଏମପିମାନେ ଗୋଟିଏ ସ୍ବରରେ...

ଗୁଜରାଟ, ହିମାଚଳରେ ସତ୍ତା ହରାଇବ କଂଗ୍ରେସ

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ସଂଗଠନକୁ ପୁନର୍ଜୀବିତ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିର ତଥା ମାନସ ମନ୍ଥନ...

ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଟିଗଲା ବିଦ୍ୟୁତ୍‌: ଇଞ୍ଜିନିୟର ସମେତ ୩ ନିଲମ୍ବିତ

ଲକ୍ଷ୍ନୌ,୨୩।୫: ଉତ୍ତରପ୍ରଦେଶରେ ହଠାତ୍‌ ପାଣିପାଗର ପରିବର୍ତ୍ତନର ପ୍ରଭାବ ୩ ଅଧିକାରୀଙ୍କ ଉପରେ ପଡ଼ିଛି। ରାଜଧାନୀ ଲକ୍ଷ୍ନୌ ସ୍ଥିତ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ସମୟରେ କରେଣ୍ଟ କଟିଯାଇଥିଲା।...

ଏପ୍ରିଲ୍‌ ୨୯ରେ ଉତ୍ତର ଭାରତରେ ଧୂଳିଝଡ଼ ପୂର୍ବାନୁମାନ…

ନୂଆଦିଲ୍ଲୀ, ୨୮।୪ : ଭାରତର ଜାତୀୟ ରାଜଧାନୀ ଦିଲ୍ଲୀର ତାପମାତ୍ରା ଚଳିତ ସପ୍ତାହରେ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ପାଣିପାଗ ବିଭାଗ ପକ୍ଷରୁ ଏକ...

୨୦୧୯ ଲୋକ ସଭା ନିର୍ବାଚନ: ୮୨୦ କୋଟି ବ୍ୟୟ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ,୯ା୧୧: ଗତ ଲୋକ ସଭା ନିର୍ବାଚନରେ ଭାଜପାର ଅର୍ଥବଳ ଆଗରେ ଆମେ ସୀମିତ ସମ୍ବଳରେ ଲଢ଼ିପାରିଲୁ ନାହିଁ ବୋଲି କଂଗ୍ରେସ ଯେଉଁ ଅଭିଯୋଗ କରିଆସୁଥିଲା ତାହା...

୨୪ଘଣ୍ଟା ମଧ୍ୟରେ ଡବ୍ଲୁଏଫ୍‌ଆଇରୁ ପଦରୁ ଇସ୍ତଫା ଦିଅନ୍ତୁ ବ୍ରଜଭୂଷଣ: କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୧: ଭାରତୀୟ ରେସଲିଂ ଫେଡେରେଶନର ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ଯୌନ ନିର୍ଯାତନା ଓ ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ...

ଉତ୍ତରାଖଣ୍ଡ ବେକାରି ଯୁବକଙ୍କ ପାଇଁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୯ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଦିବସୀୟ ଉତ୍ତରାଖଣ୍ଡ ଗସ୍ତରେ ଅଛନ୍ତି । କୁହାଯାଉଥିଲା...

ଉଧମପୁରରେ ବିସ୍ଫୋରଣ, ଆଠ ଘଣ୍ଟାରେ ଦ୍ୱିତୀୟ ବ୍ଲାଷ୍ଟ

ଜମ୍ମୁ,୨୯ ।୯: ଜମ୍ମୁ-କଶ୍ମୀରର ଉଧମପୁରରେ କିଛି ସମୟ ବ୍ୟବଧାନରେ ଦୁଇଟି ବିସ୍ଫୋରଣ ହେବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୁଧବାର...

Advertisement
Archives

Model This Week