ନବୀନଙ୍କ ନିର୍ଦ୍ଦେଶରେ ମହାକାଳପଡ଼ାରେ ବିପନ୍ନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ପୂର୍ବତନ ବାଚସ୍ପତି-ମନ୍ତ୍ରୀ ସାମିଲ ହୋଇ…

ମହାକାଳପଡ଼ା,୨୦ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବାତ୍ୟା ଅକ୍ୱାନ ପ୍ରଭାବରେ ତଳିଆ ଅଞ୍ଚଳ ଲୋକଙ୍କ ଦୁଃଖ ବଢିଛି। ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପକୁ ନେଇ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।

ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତଙ୍କୁ କେନ୍ଦ୍ରାପଡ଼ା ଜିଲା ଦାୟିତ୍ୱ ନିର୍ବାହ ପାଇଁ ଦଳ ପକ୍ଷରୁ କୁହାଯାଇଛି। ଜିଲାରେ ବାତ୍ୟା ପ୍ରପୀଡ଼ିତ ତଥା ବାତ୍ୟା ଆଶ୍ରୟସ୍ଥଳୀରେ ତଳିଆ ଅଞ୍ଚଳ ଲୋକଙ୍କୁ ଭେଟିବା ପାଇଁ ବିଜୁ ଜନତା ଦଳର ଅମାତ ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଦଳୀୟ ଟିମ୍‌ ଶୁକ୍ରବାର ପୂର୍ବାହ୍ନରେ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପହଞ୍ଚି ମା’ ରାମଚଣ୍ଡୀଙ୍କୁ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ। ପରେ ପ୍ରପୀଡ଼ିତ କୋକଙ୍କୁ ଭେଟି ସମସ୍ୟା ପଚାରି ବୁଝିଥିଲେ।

ପେଟଛେଲା ପଞ୍ଚାୟତର ରାମଚଣ୍ଡୀ ମନ୍ଦିର କମ୍ୟୁନିଟି ସେଣ୍ଟରରେ ଜନଜାତି ଲୋକଙ୍କୁ ଭେଟି ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ରାମନଗର ଓ ଖରିନାସି ଜେଟିରେ ମତ୍ସ୍ୟଜୀବୀମାନଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ବିଭିନ୍ନ ପାଞ୍ଚୟତର ଆଶ୍ରୟସ୍ଥଳୀକୁ ଯାଇ ବିପନ୍ନଙ୍କୁ ଭେଟି ଦୁଃଖସୁଖରେ ସାମିଲ ହୋଇଥିଲେ।

ଏହି ଟିମରେ ବିଜେଡି ଜିଲା ସଭାପତି ଶିବ ପ୍ରସାଦ ଭୋଳ, ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଲା, ଜିଲାରିଷଦ ସଭ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ, ପ୍ରତାପ ମଲିକ, ବିଜୟ ଜେନା, ପ୍ରଶାନ୍ତ ସାମନ୍ତରାୟ, ରବୀନ୍ଦ୍ର ପାଳ, ସ୍ମୁତିରଞ୍ଜନ ପ୍ରଧାନ, କଲ୍ୟାଣ ରାୟ, ନଳିନୀ ପ୍ରଭା ଚୌଧୁରୀ, କବିତା ମଲିକ, ହେମନ୍ତ ସାହୁ , ସୁରଭି ଜେନା, ଶରତ ରାଉତ, ଭକ୍ତ ରଞ୍ଜନ ମାହାଳିଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅକ୍ୱାନ ପ୍ରଭାବରେ ଭାଙ୍ଗିଲା ଶିଶୁଣ୍ଡା-ଚିଙ୍ଗୁଡ଼ିଆ ନାଳ ଘାଇ, ଶହଶହ ହେକ୍ଟର ଚାଷଜମି ଜଳମଗ୍ନ

ଜଗନ୍ନାଥପ୍ରସାଦ,୨୦ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ, ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶିଶୁଣ୍ଡା ଚିଙ୍ଗୁଡ଼ିଆ…

‘ତାଙ୍କ ପାଖରେ ଲଢୁଆ ମନୋଭାବ ରହିଛି…’ ଯଶସ୍ବୀ ଜୈସୱାଲଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ୱେଲିଂଟନ ଟେଷ୍ଟ ମ୍ୟାଚରେ ଯଶସ୍ବୀ ଜୈସୱାଲ ଏକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଯଦିଓ ସେ ଶତକ ହାସଲ କରିବାରୁ ବଞ୍ଚିତ…

ରୁଷିଆ, ଆମେରିକା ଏବଂ ଚାଇନା ମିଶି କ’ଣ ସାରା ବିଶ୍ୱ ଉପରେ କବଜା କରିପାରିବେ? ଜାଣନ୍ତୁ ତିନି ମହାଶକ୍ତି ପାଖରେ କେତେ ଶକ୍ତି

ନୂଆଦିଲ୍ଲୀ,୨୦।୧୧: ରୁଷ, ଆମେରିକା ଏବଂ ଚୀନ ପାଖରେ ବେଶ ବଡ଼ ସାମରିକ, ପରମାଣୁ ଏବଂ ଅର୍ଥନୈତିକ ଶକ୍ତି ରହିଛି। ସୂଚନାଯୋଗ୍ୟ ଯେ, ବିଶ୍ୱର ପ୍ରାୟ 91% ପରମାଣୁ…

ଶୁକ୍ରଙ୍କ ରାଶି ପରିବର୍ତ୍ତନ: ୪୦ ଦିନ ଯାଏ ଏହି ୨ ରାଶି ରୁହନ୍ତୁ ସାବଧାନ! ହେବ ବଡ଼ଧରଣର କ୍ଷତି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, କଳା, ପ୍ରେମ ଓ ଭୌତିକ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ଖୁବଶୀଘ୍ର ଶୁକ୍ର ଦେବ ନିଜର…

ବାତ୍ୟା ମୁକାବିଲା ପ୍ରସ୍ତୁତିରେ ବ୍ୟତିକ୍ରମ, ରିଲିଫ୍‌ ବଣ୍ଟନ ନେଇ ଅସନ୍ତୋଷ

ବାଣପୁର,୨୦ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ବାଣପୁର ବ୍ଲକ ଅନ୍ତର୍ଗତ…

ଭାଜପା ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ଫଳାଫଳ; ଜୟପୁରରେ କଂଗ୍ରେସର ବଡ଼ ବିଜୟ

ଜୟପୁର,୨୦।୧୧: ରାଜସ୍ଥାନ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଚାଲିଥିବା ବେଳେ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି, ଯାହା ଜୟପୁରରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ…

ଅଶାନ୍ତ ଚିଲିକା: ମତ୍ସ୍ୟଜୀବୀଙ୍କୁ ପ୍ରବେଶ ମନା, ପୋଲିସ ପାଟ୍ରୋଲିଂ କଡ଼ାକଡ଼ି

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ବିପଦ ଟଳିଛି, ହେଲେ ଏବେ ବି ବାତ୍ୟାର ପ୍ରଭାବରୁ ମୁକୁଳିନି ଖୋର୍ଦ୍ଧା ଜିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଅଶାନ୍ତ ହୋଇପଡ଼ିଛି ଚିଲିକା।…

୫୩ ହଜାରରୁ ଅଧିକ କର୍ମଚାରୀ-ପେନସନଭୋଗୀଙ୍କୁ ବଡ଼ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୨୦।୧୧: ମଧ୍ୟପ୍ରଦେଶ ସରକାର ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ମାଡ଼ରୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?