ବାତ୍ୟା ମୁକାବିଲା ପ୍ରସ୍ତୁତିରେ ବ୍ୟତିକ୍ରମ, ରିଲିଫ୍‌ ବଣ୍ଟନ ନେଇ ଅସନ୍ତୋଷ

ବାଣପୁର,୨୦ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତର ଘାସଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରିଲିଫ ବଣ୍ଟନକୁ ନେଇ ବ୍ୟତିକ୍ରମ ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ର କରି ତିନୋଟି ଓ୍ବାର୍ଡର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଉକ୍ତ ପଞ୍ଚାୟତର ସରପଞ୍ଚ ରେଣୁବାଳା ଛାଟୋଇ ଘାସଡିହ ଓ ମୋହନପୁର ଅଞ୍ଚଳର ତିନୋଟି ୱାର୍ଡର ୱାର୍ଡ ସଭ୍ୟସଭ୍ୟାଙ୍କୁ କୌଣସି ସୂଚନା ନ ଦେଇ ନିଜ ମନମୁତାବକ ତାଙ୍କ ସ୍ବାମୀଙ୍କ ମାଧ୍ୟମରେ ଗୁରୁବାର ସନ୍ଧ୍ୟାରେ ଏକ ର୍ନିଦ୍ଦିଷ୍ଟ ୱାର୍ଡର ୨୦ ଜଣଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଶୁକ୍ରବାର ପୂର୍ବାହ୍ନରେ ସରପଞ୍ଚଙ୍କ ସ୍ବାମୀ ଚୁଡ଼ା, ବିସ୍କୁଟ ଓ ଗୁଡ଼ ବଣ୍ଟନ କରୁଥିବା ବେଳେ ଉକ୍ତ ତିନୋଟି ଓ୍ବାର୍ଡର କିଛି ଲୋକ ଏହାର ପ୍ରତିବାଦ କରିଥିଲେ। ସରପଞ୍ଚ ନିଜେ ଉପସ୍ଥିତ ନରହି ତାଙ୍କ ସ୍ବାମୀ କାହିଁକି ଏଠାରେ ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଲୋକେ ପ୍ରଶ୍ନ ଉଠାଇଥିଲେ।
ଏ ସମ୍ପର୍କରେ ପଞ୍ଚାୟତର ପିଇଓଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ରିଲିଫ ବଣ୍ଟନ ସମ୍ପର୍କରେ ସରପଞ୍ଚ ଓ୍ବାର୍ଡ ସଭ୍ୟସଭ୍ୟାଙ୍କୁ ଅବଗତ କରାଇବା କଥା। କିନ୍ତୁ କେଉଁ କାରଣରୁ ସେ ସେମାନଙ୍କୁ ଜଣାଇନାହାନ୍ତି, ସେ ସମ୍ପର୍କରେ ମୁଁ କିଛି କହିପାରିବି ନାହିଁ ବୋଲି ପିଇଓ ପ୍ରକାଶ କରିଥିଲେ।
ବିପର୍ଯ୍ୟୟ ସମୟରେ ରିଲିଫ ବଣ୍ଟନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସ୍ବଚ୍ଛତା, ସମନ୍ବୟ ଓ ସମସ୍ତ ଓ୍ବାର୍ଡକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ଏଭଳି ସମୟରେ ଜନପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ବୟର ଅଭାବ ଲୋକଙ୍କ ଅସନ୍ତୋଷକୁ ବଢ଼ାଇବା ସହ ପ୍ରଶାସନିକ କାର୍ଯ୍ୟଧାରା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ଘଟଣାରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି ଉଚିତ୍‌ ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଶାନ୍ତ ଚିଲିକା: ମତ୍ସ୍ୟଜୀବୀଙ୍କୁ ପ୍ରବେଶ ମନା, ପୋଲିସ ପାଟ୍ରୋଲିଂ କଡ଼ାକଡ଼ି

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ବିପଦ ଟଳିଛି, ହେଲେ ଏବେ ବି ବାତ୍ୟାର ପ୍ରଭାବରୁ ମୁକୁଳିନି ଖୋର୍ଦ୍ଧା ଜିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଅଶାନ୍ତ ହୋଇପଡ଼ିଛି ଚିଲିକା।…

ଗାଁ ଦାଣ୍ଡରେ ସମିତିସଭ୍ୟଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ି ଘୋଷାଡ଼ି ନେଲେ ମହିଳା

ପୁରୁଷୋତ୍ତମପୁର,୨୦ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭୀମପୁର ପଞ୍ଚାୟତରେ ଜନଆକ୍ରୋଶ ଉଗ୍ରରୂପ ନେଇଛି। ଉତ୍ତ୍ୟକ୍ତ ମହିଳାମାନେ ଗାଁଦାଣ୍ଡରେ ସମିତିସଭ୍ୟଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ି ଘୋଷାଡ଼ି…

ଏମାନେ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ବିଦା କରିଦେଇଥାନ୍ତେ: ବଡ଼ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର୍‌

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ ସ୍ଥାନ ନ ମିଳିବାକୁ ନେଇ ଟିମ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ। ଗୋଟିଏ…

ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲେ ବି ୨୪ ଘଣ୍ଟା ସତର୍କ ରହିବାକୁ ଜିଳାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର,୨୦ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା…

ବଢୁଛି ସାଳିଆ ଜଳଭଣ୍ଡାର ଜଳସ୍ତର, ପ୍ରତି ସେକେଣ୍ଡ୍‌ରେ…

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବର୍ଷା ଜାରି ରହିଥିବା ବେଳେ ସାଳିଆ ଜଳସେଚନ ପ୍ରକଳ୍ପର ଜଳସ୍ତର ବୃଦ୍ଧି ପାଇଛି। ନଭେମ୍ବର ୨୦ ତାରିଖ…

ବାତ୍ୟା ଅକ୍ୱାନର ତାଣ୍ଡବ: ତାରାତାରିଣୀ ପାହାଡ଼ରେ ଭୂସ୍ଖଳନ

ପୁରୁଷୋତ୍ତମପୁର,୨୦ା୧୧(ସବିତା ମିଶ୍ର): ବାତ୍ୟା ଅକ୍ୱାନ୍‌ର ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଏବେ ବିପଦ ଡାକି ଆଣିଛି। ପ୍ରବଳ ବର୍ଷା ଯୋଗୁ ଦକ୍ଷିଣଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’…

ଖୋର୍ଦ୍ଧାରେ ପ୍ରବଳ ବର୍ଷା: ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ସର୍ବାଧିକ ୩୪.୭ ମିଲିମିଟର, ଉତ୍ତର ଜୋନ୍‌ରେ…

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଶୁକ୍ରବାର ୧୦ଟା ସୁଦ୍ଧା (ନଭେମ୍ବର ୨୦ ତାରିଖ) ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାରେ…

ଗାଁ ଜମି, ଗାଁର ଭୂମିହୀନଙ୍କୁ ଦିଅ: ଗର୍ଜିଲେ ମହିଳା

ଅମରପାଲି,/ବୀରମହାରାଜପୁର, ୨୦/୧୧ (ପୀତାମ୍ବର ସାହୁ/ଯୁଗଳ କିଶୋର ମିଶ୍ର): ସରକାରୀ ଜମିରେ ପ୍ରଥମ ଅଧିକାର ସ୍ଥାନୀୟ ଭୂମିହୀନଙ୍କର। ହେଲେ ନିଜ ଗ୍ରାମର ଭୂମିହୀନ ପରିବାରଙ୍କୁ ଘରଡିହ ଯୋଗାଇ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?