ଅଶାନ୍ତ ଚିଲିକା: ମତ୍ସ୍ୟଜୀବୀଙ୍କୁ ପ୍ରବେଶ ମନା, ପୋଲିସ ପାଟ୍ରୋଲିଂ କଡ଼ାକଡ଼ି

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ବିପଦ ଟଳିଛି, ହେଲେ ଏବେ ବି ବାତ୍ୟାର ପ୍ରଭାବରୁ ମୁକୁଳିନି ଖୋର୍ଦ୍ଧା ଜିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଅଶାନ୍ତ ହୋଇପଡ଼ିଛି ଚିଲିକା। ଫଳରେ ଚିଲିକାକୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ବାତ୍ୟା ଅକ୍ୱାନର ପ୍ରଭାବରେ ଖୋର୍ଦ୍ଧା ଜିଲାରେ ଜାରି ରହିଛି ପ୍ରବଳ ବର୍ଷା। ଏହାର ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ଚିଲିକା। ଚିଲିକାରେ ପ୍ରତିକୂଳ ପାଣିପାଗ ଓ ଉତ୍ତାଳ ଜଳରାଶିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ପାଇଁ ଚିଲିକା ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି। ଏଥିସହ ଡଙ୍ଗା ଚଳାଚଳ ଉପରେ ମଧ୍ୟ କଟକଣା ଜାରି ହୋଇଛି।

ବାଲୁଗାଁ, ବାଣପୁର ଓ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ବିଶେଷକରି କାଳୁପଡ଼ା ଘାଟ, ମଙ୍ଗଳା ଘାଟ ସମେତ ବିଭିନ୍ନ ଜେଟି ଓ ଡଙ୍ଗାଘାଟରେ ପୋଲିସ ନଜର ରଖିଛି। ମାଇକ୍ରୋଫୋନ୍‌ ଯୋଗେ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି। କୌଣସି ପରିସ୍ଥିତିରେ ମଧ୍ୟ ମତ୍ସ୍ୟଜୀବୀ କିମ୍ବା ପର୍ଯ୍ୟଟକ ଚିଲିକା ମଧ୍ୟକୁ ନଯିବାକୁ ପୋଲିସ ପକ୍ଷରୁ କଡ଼ା ତାଗିଦ କରାଯାଇଛି।

ଚିଲିକାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ପାଣିପାଗ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଚିଲିକାକୁ ନ ଯିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଏନେଇ ବାଲୁଗାଁ ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୫୩ ହଜାରରୁ ଅଧିକ କର୍ମଚାରୀ-ପେନସନଭୋଗୀଙ୍କୁ ବଡ଼ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୨୦।୧୧: ମଧ୍ୟପ୍ରଦେଶ ସରକାର ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ମାଡ଼ରୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ…

୩୯ ବର୍ଷରେ ମା’ ହେଲେ ସାମନ୍ଥା, ଛୁଆର ନାମ ରଖିଲେ….

ସାଉଥ୍ ସିନେମା ଓ ୱେବ୍‌ ସିରିଜ୍‌ ‘ଦି ଫ୍ୟାମିଲି ମ୍ୟାନ୍‌’ର ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଘରକୁ ଆସିଛି ନୂଆ ଅତିଥି । ୩୯ ବର୍ଷ ବୟସରେ…

ନାଁ ‘ସିରାଜ୍‌’ ଯୋଗୁ ଦଳରେ ମିଳିଲାନି ସ୍ଥାନ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଏମ୍‌ପି

ନୂଆଦିଲ୍ଲୀ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ ସ୍ଥାନ ନ ମିଳିବାକୁ ନେଇ ବିବାଦ ତେଜିଛି। କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏହାକୁ ଧର୍ମ ଆଧାରିତ…

ଗାଁ ଦାଣ୍ଡରେ ସମିତିସଭ୍ୟଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ି ଘୋଷାଡ଼ି ନେଲେ ମହିଳା

ପୁରୁଷୋତ୍ତମପୁର,୨୦ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭୀମପୁର ପଞ୍ଚାୟତରେ ଜନଆକ୍ରୋଶ ଉଗ୍ରରୂପ ନେଇଛି। ଉତ୍ତ୍ୟକ୍ତ ମହିଳାମାନେ ଗାଁଦାଣ୍ଡରେ ସମିତିସଭ୍ୟଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ି ଘୋଷାଡ଼ି…

ଫର୍ମକୁ ଫେରିବାର ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ-ମୋଦୀଜୀଙ୍କୁ ଭେଟିବା ମୋର…

ନୂଆଦିଲ୍ଲୀ, ୨୦।୧୧: IPL ୨୦୨୬ ପରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଥିଲେ ସୂର୍ଯ୍ୟକୁମାର ଯାଦବ। ଏବେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନିଜର ବିସ୍ଫୋରକ ପ୍ରଦର୍ଶନ ଜରିଆରେ…

୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪…, ନ୍ୟୁଜିଲ୍ୟାଣ୍ଡରେ ହଇଚଇ ସୃଷ୍ଟି କଲେ ଯଶସ୍ବୀ ଜୟସୱାଲ, ୮୯ ବଲରେ ଏତେ ରନ କରି ହେଲେ ଆଉଟ

ନୂଆଦିଲ୍ଲୀ,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତ ପାଇଁ ଯଶସ୍ବୀ ଜୟସୱାଲ ଏବଂ କେଏଲ ରାହୁଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ଭାରତୀୟ ଓପନର ପ୍ରାରମ୍ଭରେ ସ୍ଥିର…

ଶ୍ରୀଲଙ୍କାକୁ ହରାଇ ସିରିଜ ଜିତିଲା ପାକିସ୍ତାନ, WTC ପଏଣ୍ଟ ଟେବୁଲରେ ବଦଳିଗଲା ସମୀକରଣ!

ନୂଆଦିଲ୍ଲୀ, ୨୦।୧୧: ପାକିସ୍ତାନ କ୍ରିକେଟ ଟିମ ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କାକୁ ୮ ଉଇକେଟ୍‌ରେ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ରାୱଲପିଣ୍ଡି…

ଏମାନେ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ବିଦା କରିଦେଇଥାନ୍ତେ: ବଡ଼ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର୍‌

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ ସ୍ଥାନ ନ ମିଳିବାକୁ ନେଇ ଟିମ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?