Tag Archives: kendrapara

ଆସୁଛି ଦୀପାବଳି: ଜନବସତି ଭିତରେ ବେଆଇନ ବାଣ କାରଖାନା, ପ୍ରଶାସନିକ ଅନୁମତି ବିନା ଚାଲିଛି ବାଣ ଭିଡ଼ା

ମହାକାଳପଡ଼ା,୪ା୧୧(ପ୍ରତାପ ): ଆସୁଛି ଆଲୋକର ପର୍ବ ଦୀପାବଳି। ଖୁସି ଓ ଉତ୍ସାହର ଏହି ପରିବେଶ ଭିତରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି। ଜନବସତି ଏବଂ ଘଞ୍ଚପୂର୍ଣ୍ଣ ଅଞ୍ଚଳରେ କୌଣସି ଏସ୍‌ଓପି (SOP) ଗାଇଡ୍‌ଲାଇନ୍‌…

ରାତିରୁ ନିଖୋଜ ଥିଲେ, ପୋଖରୀ କୂଳରୁ ମିଳିଲା ଛାତ୍ରୀଙ୍କ ମୃତଦେହ; ଏକତରଫା ପ୍ରେମରୁ ହତ୍ୟାକୁ ନେଇ…

ମାର୍ଶାଘାଇ, ୩୧।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଏକ ଅଭାବନୀୟ ଓ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗତକାଲି ରାତିରୁ ନିଖୋଜ ଥିବା ସସ୍ମିତା ନାମ୍ନୀ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି।…

ମହାବାତ୍ୟାର ୨୭ ବର୍ଷ: ଯୁବକଙ୍କ ଆଖିଆଗରେ ଭାସି ଯାଇଥିଲେ ପାଣିଖିଆ ଗାଁ ୧୨ ଜଣ, ଏବେ ବି…

ମହାକାଳପଡ଼ା, ୨୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ମହାବାତ୍ୟାର କରାଳ ଦୃଶ୍ୟ ଏବେବି ଲୋକଙ୍କର ମନେପଡ଼େ। ଆଜିକୁ ୨୭ ବର୍ଷ ପୂର୍ବେ ସମୁଦ୍ରକୂଳିଆ ବାସିନ୍ଦାଙ୍କ ପାଇଁ ଏହା ଏକ କଳା ଦିନ ଥିଲା। କାହିଁକି ନା ଏହି…

ଅର୍ଣ୍ଣବକୁ ନେଇ ସମୁଦ୍ର କୂଳିଆ ଗାଁରେ ଛନକା, ବିପଦରେ ପେଣ୍ଠ ପୁରୁଣା ପଥରବନ୍ଧ

ରାଜନଗର, ୨୮ା୧୦(ଭାସ୍କର ରାଉତରାୟ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅର୍ଣ୍ଣବକୁ ନେଇ କେନ୍ଦ୍ରାପଡ଼ା ଜିଲାର ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଛନକା ପଶିଛି। ଅଶାନ୍ତ ସମୁଦ୍ରର ଉଚ୍ଚ ଜୁଆର ଏବେ ପେଣ୍ଠ ଗାଁ ନିକଟରେ ପୂର୍ବରୁ ନିର୍ମାଣ ହୋଇଥିବା ପୁରୁଣା…

ନଦୀରେ ଭାସୁଥିଲା ମୃତ କୁମ୍ଭୀର, ବାହ୍ୟ ଅଂଶରେ ନାହିଁ କୌଣସି ଆଘାତ ଚିହ୍ନ, ଉଦ୍ଧାର ପରେ…

ମାର୍ଶାଘାଇ,୨୬ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ନିକଟରେ ଲୁଣାନଦୀରୁ ଏକ ମୃତ କୁମ୍ଭୀର ଜବତ କରାଯାଇଛି। ରବିବାର ପୂର୍ବାହ୍ନରେ ଗୋପୀନାଥପୁର ଗ୍ରାମର କେତେକ ଲୋକ କୁମ୍ଭୀର ନଦୀରେ ଭାସୁଥିବା ଦେଖି ବନ…

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ: ନିର୍ଜନ ଦ୍ୱୀପରେ ଆଶ୍ରୟ ନେଇଛନ୍ତି ୨୦ରୁ ଅଧିକ କଙ୍କଡ଼ା ଧରାଳି, ପହଞ୍ଚିନି ସଚେତନତା ବାର୍ତ୍ତା

ମହାକାଳପଡ଼ା,୨୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ମୁହାଁ ହେଉଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)ର ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ପକ୍ଷରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ସ୍ଥିତିର…

ବାତ୍ୟା ଆଶଙ୍କାରେ ଉପକୂଳବାସୀ, ଜରୁରୀ ବୈଠକ ଡାକି ଆଲର୍ଟ କଲା ଜିଲା ପ୍ରଶାସନ

ମହାକାଳପଡ଼ା,୨୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ ମହାବାତ୍ୟା କରାଳ ଦୃଶ୍ୟ ଏବେବି ଉପକୂଳ ଅଞ୍ଚଳ ଲୋକଙ୍କର ମନେ ପଡ଼ିଯାଏ। ବିଶେଷକରି ପୂର୍ବ ଉପକୂଳ ଜଗତସିଂହପୁର ଏରସମାରେ ବାତ୍ୟା ସିଧା ସଳଖ ମାଡ଼ ହୋଇଥିଲା। ଏହାର ପ୍ରଭାବରେ ପଡ଼ୋଶୀ ଜିଲା କେନ୍ଦ୍ରାପଡ଼ା ବି ବର୍ତ୍ତି…

ଏହି ଦେବୀପୀଠରେ କେବଳ ପୂଜକ ଭାବେ ପୂଜା କରନ୍ତି ଦଳିତ ମହିଳା, ଭିତରକୁ ପୁରୁଷଙ୍କ ପ୍ରବେଶ ନିଷେଧ

କେନ୍ଦ୍ରାପଡ଼ା, ୧୮ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାରୁ ବଗପାଟିଆକୁ ସ୍ଥାନାନ୍ତରିତ ମା’ପଞ୍ଚୁବରାହୀଙ୍କ ପୀଠ ଦୁର୍ଗା ପୂଜା ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଛି। ଏହି ପୀଠରେ ଏବେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି। ସହସ୍ରଧିକ ଶ୍ରଦ୍ଧାଳୁ ଏଠାକୁ ଦୈନିକ ଆସୁଥିବା…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ ପରିସରରେ ଶକ୍ତି ପ୍ରଦର୍ଶନ ଓ ପ୍ରଚାରକୁ ନେଇ ଉଭୟ ବିଜୁ ଛାତ୍ର ଜନତା…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ ଦଖଲ ପାଇଁ ଉଭୟ ବିଜୁ ଛାତ୍ର ଜନତା ଦଳ(ବିସିଜେଡି) ଓ ଅଖିଳ ଭାରତୀୟ…

କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଗର୍ଜନ, ମହାକାଳପଡ଼ାରେ ପଡ଼ିଲା ପ୍ରଭାବ

ମହାକାଳପଡ଼ା,୮ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଇଣ୍ଡି ମେଣ୍ଟ ଓ ଜାତୀୟ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି। କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିକୁ ନେଇ ଗର୍ଜିଛନ୍ତି ଇଣ୍ଡି ମେଣ୍ଟ କର୍ମୀ । କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ କର୍ମୀମାନେ…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ବିଡିଓ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?