ରୁଷିଆ, ଆମେରିକା ଏବଂ ଚାଇନା ମିଶି କ’ଣ ସାରା ବିଶ୍ୱ ଉପରେ କବଜା କରିପାରିବେ? ଜାଣନ୍ତୁ ତିନି ମହାଶକ୍ତି ପାଖରେ କେତେ ଶକ୍ତି

ନୂଆଦିଲ୍ଲୀ,୨୦।୧୧: ରୁଷ, ଆମେରିକା ଏବଂ ଚୀନ ପାଖରେ ବେଶ ବଡ଼ ସାମରିକ, ପରମାଣୁ ଏବଂ ଅର୍ଥନୈତିକ ଶକ୍ତି ରହିଛି। ସୂଚନାଯୋଗ୍ୟ ଯେ, ବିଶ୍ୱର ପ୍ରାୟ 91% ପରମାଣୁ ଅସ୍ତ୍ର ଏହି ଦେଶଗୁଡ଼ିକ ପାଖରେ ରହିଛି ଏବଂ ବିଶ୍ୱ ସାମରିକ ଖର୍ଚ୍ଚର ଅଧାରୁ ଅଧିକ ଅଂଶ ମଧ୍ୟ ଏମାନଙ୍କ ଦ୍ୱାରା କରାଯାଏ। କିନ୍ତୁ ଏହା ସତ୍ତ୍ୱେ ଏହି ଶକ୍ତିର ଅର୍ଥ ଏହା ନୁହେଁ ଯେ ସେମାନେ ପ୍ରତ୍ୟେକ ଦେଶକୁ ନିୟନ୍ତ୍ରଣ କରିପାରିବେ। ରାଜନୈତିକ ମତଭେଦ, ଅନ୍ୟ ଶକ୍ତିଗୁଡ଼ିକର ବିରୋଧ, ଭୌଗୋଳିକ ସ୍ଥିତି ଏବଂ ଅର୍ଥନୈତିକ ର୍ନିଭରଶୀଳତା କାରଣରୁ ବିଶ୍ୱ ଉପରେ ସମ୍ପୂର୍ଣ୍ଣ ଦବଦବା କାଏମ ରଖିବା ବ୍ୟବହାରିକ ମନେହୁଏ ନାହିଁ।

ବାସ୍ତବରେ, ଲୋକମାନଙ୍କ ଦୃଷ୍ଟି ସେତେବେଳେ ଆକର୍ଷିତ ହୋଇଥିଲା ଯେତେବେଳେ 19 ନଭେମ୍ୱର 2026 ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ APEC ଶିଖର ସମ୍ମିଳନୀ ଅବସରରେ ଶେନଜେନ୍ରେ ସାକ୍ଷାତ କରିଥିଲେ। ସେମାନେ ଜାତିସଂଘରେ ସଂସ୍କାର, ଶକ୍ତି ଯୋଗାଣ (Energy Supply) ଏବଂ ପରମାଣୁ ବିପଦକୁ ହ୍ରାସ କରିବା ଉପରେ ଆଲୋଚନା କରିଥିଲେ। ଅବଶ୍ୟ, ଏହି ସାକ୍ଷାତରୁ କୌଣସି ବଡ଼ ଠୋସ ବୁଝାମଣା ହୋଇପାରି ନଥିଲା।

SIPRI ଇୟରବୁକ 2026 ଅନୁଯାୟୀ, ଜାନୁଆରୀ 2026 ରେ ସାରା ବିଶ୍ୱରେ ମୋଟ 12,187 ପରମାଣୁ ଅସ୍ତ୍ର ଥିଲା। ଏଗୁଡ଼ିକ ମଧ୍ୟରୁ 11,082 ଅସ୍ତ୍ର ଅର୍ଥାତ୍ ପ୍ରାୟ 90.9% ରୁଷ, ଆମେରିକା ଏବଂ ଚୀନ ପାଖରେ ଥିଲା। ରୁଷ ପାଖରେ 5,420 ପରମାଣୁ ଅସ୍ତ୍ର ଥିଲା। ଏଗୁଡ଼ିକ ମଧ୍ୟରୁ 1,796 ମୁତୟନ (Deployed) ହୋଇଥିଲା, 2,604 ସାମରିକ ଭଣ୍ଡାରରେ ଥିଲା ଏବଂ 1,020 ଅବସରପ୍ରାପ୍ତ (Retired) ହୋଇଯାଇଥିଲା କିନ୍ତୁ ସେଗୁଡ଼ିକୁ ନଷ୍ଟ କରାଯାଇ ନଥିଲା। ଆମେରିକା ପାଖରେ 5,042 ଅସ୍ତ୍ର ଥିଲା। ଏଗୁଡ଼ିକ ମଧ୍ୟରୁ 1,770 ମୁତୟନ ହୋଇଥିଲା, 1,930 ଭଣ୍ଡାରରେ ଥିଲା ଏବଂ 1,342 ଅବସରପ୍ରାପ୍ତ ହୋଇଯାଇଥିଲା। ଏଥିସହିତ ଚୀନ ପାଖରେ 620 ଅସ୍ତ୍ର ଥିଲା। SIPRI ର ଆକଳନ ଅନୁଯାୟୀ, ଏଗୁଡ଼ିକ ମଧ୍ୟରୁ 34 ଟି କ୍ଷେପଣାସ୍ତ୍ର (Missiles) ଉପରେ ମୁତୟନ ଥିବା ଧରାଯାଏ ଏବଂ ବାକିଗୁଡ଼ିକ ଭଣ୍ଡାରରେ ରଖାଯାଇଛି।

ରୁଷ ଏବଂ ଆମେରିକା ମଧ୍ୟରେ ‘ନ୍ୟୁ ଷ୍ଟାର୍ଟ’ (New START) ସନ୍ଧି 5 ଫେବୃଆରୀ 2026 ରେ ଶେଷ ହୋଇଯାଇଛି। ଏହା ଶେଷ ହେବାର ଅର୍ଥ ହେଉଛି ସେମାନଙ୍କ ରଣନୀତିକ ପରମାଣୁ ଅସ୍ତ୍ର ଉପରେ ସନ୍ଧି ଅଧୀନରେ ଧାର୍ଯ୍ୟ କରାଯାଇଥିବା ସଂଖ୍ୟାଗତ ସୀମା ଏଣିକି ଲାଗୁ ହେବ ନାହିଁ। ଅବଶ୍ୟ, ଏହାର ଅର୍ଥ ଏହା ନୁହେଁ ଯେ ପରମାଣୁ ଅସ୍ତ୍ର ସହ ଜଡ଼ିତ ସମସ୍ତ ଆନ୍ତର୍ଜାତୀୟ ଆଇନଗତ ପ୍ରତିବନ୍ଧକ ଶେଷ ହୋଇଯାଇଛି।

SIPRI ର 2025 ତଥ୍ୟ ଅନୁଯାୟୀ, ବିଶ୍ୱ ସାମରିକ ଖର୍ଚ୍ଚ ପ୍ରାୟ 2.887 ଟ୍ରିଲିୟନ ଡଲାର ଥିଲା। ଏଥିରେ ଏହି ତିନି ଦେଶର ଅଂଶ ପ୍ରାୟ 1.48 ଟ୍ରିଲିୟନ ଡଲାର ଅର୍ଥାତ୍ 51.3% ଥିଲା। ଆମେରିକା 954 ବିଲିୟନ ଡଲାର, ଚୀନ ଆନୁମାନିକ 336 ବିଲିୟନ ଡଲାର ଏବଂ ରୁଷ 190 ବିଲିୟନ ଡଲାର ଖର୍ଚ୍ଚ କରିଥିଲା।

ଗ୍ଲୋବାଲ ଫାୟାର ପାୱାର (Global Firepower) 2026 ଅନୁଯାୟୀ, ଏହି ତିନି ଦେଶର ମୋଟ ସକ୍ରିୟ ସାମରିକ କର୍ମୀଙ୍କ ସଂଖ୍ୟା 46.83 ଲକ୍ଷ ରହିଛି। ଏଥିସହିତ ଚୀନ୍ର 20.3 ଲକ୍ଷ, ଆମେରିକାର 13.33 ଲକ୍ଷ ଏବଂ ରୁଷର 13.2 ଲକ୍ଷ ସକ୍ରିୟ ସାମରିକ କର୍ମୀ ଅଛନ୍ତି। ସେମାନଙ୍କ ପାଖରେ ମୋଟ ମିଶାଇ ପ୍ରାୟ 16,166 ଟ୍ୟାଙ୍କ ରହିଛି ଏବଂ ନୌସେନା ଜାହାଜର ସଂଖ୍ୟା 2,053 ରହିଛି। ଏହି ତଥ୍ୟରେ ଭିନ୍ନ ଭିନ୍ନ ଆକାର ଏବଂ କ୍ଷମତା ବିଶିଷ୍ଟ ଜାହାଜ ସାମିଲ ଅଛି।

ଆମେରିକା ପାଖରେ ପ୍ରାୟ 13,032 ସାମରିକ ବିମାନ ରହିଛି ଏବଂ ରୁଷ ପାଖରେ 4,237 ରହିଛି। ଏଗୁଡ଼ିକରେ ପରିବହନ ଓ ପ୍ରଶିକ୍ଷଣ ବିମାନ ଏବଂ ହେଲିକପ୍ଟର ମଧ୍ୟ ସାମିଲ ଅଛି। ଆମେରିକା ପାଖରେ 11 ଟି ପରମାଣୁ ଚାଳିତ ବିମାନବାହୀ ପୋତ (Aircraft Carriers) ରହିଛି। ଏଥିସହିତ ରୁଷ ପାଖରେ ମାତ୍ର ଗୋଟିଏ ରହିଛି। ଏହାର ନାମ ଆଡମିରାଲ କୁଜନେତ୍ସୋଭ (Admiral Kuznetsov)। ଏହା ଦୀର୍ଘ ସମୟ ଧରି ମରାମତି ଏବଂ ଆଧୁନିକୀକରଣ ପ୍ରକ୍ରିୟା ଦେଇ ଗତି କରୁଛି।

IMF ର ଅକ୍ଟୋବର 2026 ୱାଲର୍‌ଡ ଇକୋନୋମିକ ଆଉଟଲୁକ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅର୍ଥନୀତିର ମୂଲ୍ୟ ପ୍ରାୟ 128 ଟ୍ରିଲିୟନ ଡଲାର ରହିଛି। ଏହି ତିନି ଦେଶର ମିଳିତ ନୋମିନଲ ଜିଡିପି (Nominal GDP) ପ୍ରାୟ 57.05 ଟ୍ରିଲିୟନ ଡଲାର ରହିଛି। ଯଦି ପ୍ରତିଶତରେ କଥା ହେବା, ତେବେ ଏହା ବିଶ୍ୱ ଅର୍ଥନୀତିର 44.6% ଅଟେ। ଏଥିରେ ଆମେରିକାର ଅଂଶ 32.64 ଟ୍ରିଲିୟନ ଡଲାର, ଚୀନ୍ର 21.55 ଟ୍ରିଲିୟନ ଡଲାର ଏବଂ ରୁଷର 2.86 ଟ୍ରିଲିୟନ ଡଲାର ରହିଛି। ପର୍ଚେଜିଂ ପାୱାର ପ୍ୟାରିଟି (PPP) ଅର୍ଥାତ୍ କ୍ରୟ ଶକ୍ତି ସମାନତା ଆଧାରରେ ଏମାନଙ୍କ ମିଳିତ ଅଂଶ ପ୍ରାୟ 37.79% ରହିଛି।

ଏମାନଙ୍କ ପ୍ରଭାବ ସମ୍ୱଳ ଏବଂ ସପ୍ଲାଏ ଚେନ ପର୍ଯ୍ୟନ୍ତ ବ୍ୟାପିଛି। IEA ଅନୁଯାୟୀ, 2024 ରେ ବିଶ୍ୱସ୍ତରରେ ରେୟର ଆର୍ଥ (Rare Earth) ଖଣି ଖନନରେ ଚୀନ୍ର ଅଂଶ ପ୍ରାୟ 60%, ରିଫାଇନିଂରେ 91% ଏବଂ ସ୍ଥାୟୀ ଚୁମ୍ୱକ ଉତ୍ପାଦନରେ 94% ଥିଲା। ରୁଷ ତେଲ ଏବଂ ପ୍ରାକୃତିକ ଗ୍ୟାସ୍ର ଏକ ବଡ଼ ରପ୍ତାନିକାରୀ (Exporter) ଅଟେ। ଏଥିସହିତ ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରରେ ଆମେରିକୀୟ ଡଲାରର କେନ୍ଦ୍ରୀୟ ଭୂମିକା ବଜାୟ ରହିଛି।

ଯଦିଓ ଏହି ତିନି ଦେଶ ମିଶି ବିଶ୍ୱ ଜନସଂଖ୍ୟାର ପ୍ରାୟ 23 ପ୍ରତିଶତ ଅଂଶ ଗଠନ କରନ୍ତି, କିନ୍ତୁ 77% ଜନସଂଖ୍ୟା 190 ରୁ ଅଧିକ ଅନ୍ୟ ଦେଶଗୁଡ଼ିକରେ ରହନ୍ତି। ଏତେ ବିବିଧ କ୍ଷେତ୍ର ଏବଂ ଏତେ ବଡ଼ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ବେଶ କଷ୍ଟକର ହେବ। ଯେକୌଣସି ବିଶ୍ୱ ସାମରିକ ଅଭିଯାନ ଏମାନଙ୍କ ନିଜ ଅର୍ଥନୀତିକୁ ମଧ୍ୟ କ୍ଷତି ପହଞ୍ଚାଇବ। ଏହାଦ୍ୱାରା ବାଣିଜ୍ୟ, ଶକ୍ତି ଯୋଗାଣ ଏବଂ ସପ୍ଲାଏ ଚେନ ବାଧାପ୍ରାପ୍ତ ହୋଇଯିବ। ଏହାଦ୍ୱାରା ଚୀନ୍ର ମାନୁଫ୍ୟାକଚରିଂ, ରୁଷର ଶକ୍ତି ରପ୍ତାନି ଏବଂ ଆମେରିକାର ଆର୍ଥିକ ଓ ବାଣିଜ୍ୟିକ ବ୍ୟବସ୍ଥାକୁ ଭାରୀ କ୍ଷତି ପହଞ୍ଚିବ।

ପରମାଣୁ ଅସ୍ତ୍ର ରଖିଥିବା ଅନ୍ୟ ଦେଶଗୁଡ଼ିକ ଏହାର ବିରୋଧ କରିପାରନ୍ତି। ଭାରତ ପାଖରେ 190, ଫ୍ରାନ୍ସ ପାଖରେ 370, ୟୁନାଇଟେଡ କିଙ୍ଗଡମ ପାଖରେ 225 ଏବଂ ପାକିସ୍ତାନ ପାଖରେ 170 ୱାରହେଡ (Warheads) ରହିଛି। ଏପରି ବିଶ୍ୱାସ କରାଯାଏ ଯେ ଉତ୍ତର କୋରିଆ ଏବଂ ଇସ୍ରାଏଲ ପାଖରେ ମଧ୍ୟ ପରମାଣୁ ଅସ୍ତ୍ର ମହଜୁଦ ଅଛି। ଯେକୌଣସି ବଡ଼ ସଂଘର୍ଷର ଗମ୍ଭୀର ବିପଦ ସାମ୍ନାକୁ ଆସିପାରେ।

ଏହା ବ୍ୟତୀତ ଏହି ତିନି ଶକ୍ତିର ସୱାର୍ଥ ସମାନ ବୋଲି ଧରାଯାଏ ନାହିଁ। ତାଇୱାନ ଏବଂ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଛି। ଏଥିସହିତ ରୁଷର ନାଟୋ (NATO) ସହ ଗମ୍ଭୀର ଉତ୍ତେଜନା ଲାଗି ରହିଛି। ରୁଷ ଏବଂ ଚୀନ୍ର ଘନିଷ୍ଠ ସମ୍ପର୍କର ଅର୍ଥ ଏହା ନୁହେଁ ଯେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ସହମତ ଅଛନ୍ତି।

ଏମାନଙ୍କ ମିଳିତ କ୍ଷମତା ବିଶ୍ୱ ରାଜନୀତି, ସୁରକ୍ଷା ଏବଂ ବଜାରକୁ ବହୁ ମାତ୍ରାରେ ପ୍ରଭାବିତ କରିପାରେ। କିନ୍ତୁ ପ୍ରଭାବ ରହିବାର ଅର୍ଥ ନିୟନ୍ତ୍ରଣ ରହିବା ନୁହେଁ। ସାମରିକ ପ୍ରତିରୋଧ, ଅର୍ଥନୈତିକ କ୍ଷତି ଏବଂ ଭୂ-ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ସାରା ବିଶ୍ୱରେ ନିଜ ରାଜୁତି କାଏମ ରଖିବା ବ୍ୟବହାରିକ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

‘ତାଙ୍କ ପାଖରେ ଲଢୁଆ ମନୋଭାବ ରହିଛି…’ ଯଶସ୍ବୀ ଜୈସୱାଲଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ୱେଲିଂଟନ ଟେଷ୍ଟ ମ୍ୟାଚରେ ଯଶସ୍ବୀ ଜୈସୱାଲ ଏକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଯଦିଓ ସେ ଶତକ ହାସଲ କରିବାରୁ ବଞ୍ଚିତ…

ନବୀନଙ୍କ ନିର୍ଦ୍ଦେଶରେ ମହାକାଳପଡ଼ାରେ ବିପନ୍ନଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ପୂର୍ବତନ ବାଚସ୍ପତି-ମନ୍ତ୍ରୀ ସାମିଲ ହୋଇ…

ମହାକାଳପଡ଼ା,୨୦ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ବାତ୍ୟା ଅକ୍ୱାନ ପ୍ରଭାବରେ ତଳିଆ ଅଞ୍ଚଳ ଲୋକଙ୍କ ଦୁଃଖ ବଢିଛି। ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପକୁ ନେଇ ଉଦ୍ଧାର କାର୍ଯ୍ୟକୁ ଜୋରଦାର…

ଶୁକ୍ରଙ୍କ ରାଶି ପରିବର୍ତ୍ତନ: ୪୦ ଦିନ ଯାଏ ଏହି ୨ ରାଶି ରୁହନ୍ତୁ ସାବଧାନ! ହେବ ବଡ଼ଧରଣର କ୍ଷତି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, କଳା, ପ୍ରେମ ଓ ଭୌତିକ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ଖୁବଶୀଘ୍ର ଶୁକ୍ର ଦେବ ନିଜର…

ଭାଜପା ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ଫଳାଫଳ; ଜୟପୁରରେ କଂଗ୍ରେସର ବଡ଼ ବିଜୟ

ଜୟପୁର,୨୦।୧୧: ରାଜସ୍ଥାନ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଚାଲିଥିବା ବେଳେ ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି, ଯାହା ଜୟପୁରରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ…

ଅଶାନ୍ତ ଚିଲିକା: ମତ୍ସ୍ୟଜୀବୀଙ୍କୁ ପ୍ରବେଶ ମନା, ପୋଲିସ ପାଟ୍ରୋଲିଂ କଡ଼ାକଡ଼ି

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ବିପଦ ଟଳିଛି, ହେଲେ ଏବେ ବି ବାତ୍ୟାର ପ୍ରଭାବରୁ ମୁକୁଳିନି ଖୋର୍ଦ୍ଧା ଜିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଅଶାନ୍ତ ହୋଇପଡ଼ିଛି ଚିଲିକା।…

୫୩ ହଜାରରୁ ଅଧିକ କର୍ମଚାରୀ-ପେନସନଭୋଗୀଙ୍କୁ ବଡ଼ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୨୦।୧୧: ମଧ୍ୟପ୍ରଦେଶ ସରକାର ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ମାଡ଼ରୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ…

୩୯ ବର୍ଷରେ ମା’ ହେଲେ ସାମନ୍ଥା, ଛୁଆର ନାମ ରଖିଲେ….

ସାଉଥ୍ ସିନେମା ଓ ୱେବ୍‌ ସିରିଜ୍‌ ‘ଦି ଫ୍ୟାମିଲି ମ୍ୟାନ୍‌’ର ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଘରକୁ ଆସିଛି ନୂଆ ଅତିଥି । ୩୯ ବର୍ଷ ବୟସରେ…

ନାଁ ‘ସିରାଜ୍‌’ ଯୋଗୁ ଦଳରେ ମିଳିଲାନି ସ୍ଥାନ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଏମ୍‌ପି

ନୂଆଦିଲ୍ଲୀ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ ସ୍ଥାନ ନ ମିଳିବାକୁ ନେଇ ବିବାଦ ତେଜିଛି। କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏହାକୁ ଧର୍ମ ଆଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?