Posted inTrending, ଖେଳ

କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ, ଶେଷରେ BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ, ୨୦।୧୧: ୨୦୨୭ରେ ଆୟୋଜିତ ହେବ ଦିନିକିଆ ବିଶ୍ୱକପ। ଏହି ବଡ଼ ଟୁର୍ନାମେଣ୍ଟରେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବାକୁ ନେଇ ଦୀର୍ଘଦିନ ଧରି ସସ୍‌ପେନ୍ସ ଲାଗି ରହିଛି। ଉଭୟ ଖେଳାଳି ପ୍ରାୟ ପ୍ରତ୍ୟେକ ସିରିଜର ଭଲ ପ୍ରଦର୍ଶନ କରି ଦଳରେ ନିଜ ସ୍ଥାନ ବଜାୟ ରଖିବାକୁ ଉଦ୍ୟମ କରିଆସୁଛନ୍ତି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ସଦ୍ୟସମାପ୍ତ ସିରିଜରେ ନିରାଶାଜନକ ପ୍ରଦର୍ଶନ ପରେ ପୁଣି ଥରେ ଉଭୟଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠିଥିଲା। ଏହାରି ଭିତରେ BCCIର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏହି ଦୁଇ ମହାନ ଖେଳାଳି ୨୦୨୭ ବିଶ୍ୱକପ ଖେଳିବାର ସମ୍ଭାବନା ରହିଛି।

ନ୍ୟୁଜିଲାଣ୍ଡ ବିପକ୍ଷ ସଦ୍ୟସମାପ୍ତ ଦିନିକିଆ ସିରିଜର ୪ଟି ପାଳିରେ ରୋହିତ ଶର୍ମା ମାତ୍ର ୩୦ ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି ୮୬ ରନ କରିଥିଲେ। ଉଭୟଙ୍କ ପ୍ରଦର୍ଶନକୁ ନେଇ ନିରାଶା ପ୍ରକାଶ ପାଇଥିଲା। ତେବେ ଦୈନିକ ଜାଗରଣର ଏକ ରିପୋର୍ଟ ଅନୁଯାୟୀ, BCCI ଅଧିକାରୀମାନେ ରୋହିତ ଓ ବିରାଟଙ୍କ ଉପରେ ଭରସା ରଖିଛନ୍ତି। ଯଦି ଉଭୟ ୨୦୨୭ ବିଶ୍ୱକପ ଖେଳିବାକୁ ଚାହାନ୍ତି ଏବଂ ସେମାନଙ୍କ ଫିଟନେସ୍‌କୁ ନେଇ କୌଣସି ସମସ୍ୟା ନଥାଏ, ତେବେ ଦକ୍ଷିଣ ଆଫ୍ରିକା ଯାଇ ଏହି ମହାକୁମ୍ଭରେ ଖେଳିପାରିବେ।

BCCIର ଜଣେ ପଦାଧିକାରୀ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାର ପରିସ୍ଥିତିରେ ଟିମ ଇଣ୍ଡିଆକୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଅଭିଜ୍ଞ ବ୍ୟାଟରଙ୍କ ଆବଶ୍ୟକତା ରହିଛି। ଏହି ଦୁଇ ଖେଳାଳିଙ୍କ ବିନା ଭାରତ ପାଇଁ ବିଶ୍ୱକପ ଜିତିବା କଷ୍ଟକର ହୋଇପାରେ।

BCCI ସୂତ୍ରରୁ କୁହାଯାଇଛି, ଏହି ଦୁଇ ଜଣ ମହାନ ଖେଳାଳି। ସେମାନେ କେତେ ଦିନ ପର୍ଯ୍ୟନ୍ତ କ୍ରିକେଟ ଖେଳିବେ, ତାହା ସେମାନେ ନିଜେ ନିଷ୍ପତ୍ତି ନେବେ। ତେବେ ବିଶ୍ୱକପ ଅଭିଯାନ କଥା ଯଦି କହିବା, ତେବେ ମୋ ମତରେ ୨୦୨୭ରେ ଆମକୁ ସେମାନଙ୍କର ଆବଶ୍ୟକତା ପଡ଼ିବ। ଦକ୍ଷିଣ ଆଫ୍ରିକାର କଠିନ ପିଚ୍ରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ। ସେମାନଙ୍କ ଅଭିଜ୍ଞତା ଦଳ ପାଇଁ କାମରେ ଆସିବ।

ରିପୋର୍ଟ ଅନୁଯାୟୀ, ଅଜିତ ଅଗରକରଙ୍କ ହଠାତ୍ ବିଦାୟ ପରେ ଟିମ ମ୍ୟାନେଜମେଣ୍ଟର କୌଣସି ସଦସ୍ୟ ଏହି ପ୍ରସଙ୍ଗରେ ବିପଦ ମୁଣ୍ଡାଇବାକୁ ଚାହୁଁନାହାନ୍ତି। ରୋହିତ ଓ ବିରାଟଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ଏବେ ଚୟନକର୍ତ୍ତା କିମ୍ବା ଟିମ ମ୍ୟାନେଜମେଣ୍ଟ ହାତରେ ନାହିଁ ବୋଲି ଜଣେ ସୂତ୍ର ଦାବି କରିଛନ୍ତି।

ସୂତ୍ରର କହିବା ଅନୁଯାୟୀ, ଆମେ BCCIକୁ ଯାହା ବାର୍ତ୍ତା ଦେବାର ଥିଲା, ତାହା ପୂର୍ବରୁ ଦେଇସାରିଛୁ। BCCI ପକ୍ଷରୁ ଆମକୁ ଯେଉଁ ବାର୍ତ୍ତା ମିଳିବାର ଥିଲା, ତାହା ମଧ୍ୟ ମିଳିସାରିଛି। ଆମେ ଭାବୁନାହୁଁ ଯେ, ଏହି ମାମଲା ଏବେ ଚୟନକର୍ତ୍ତା କିମ୍ବା ଟିମ ମ୍ୟାନେଜମେଣ୍ଟ ହାତରେ ରହିଛି।

ଏହି ସମସ୍ତ ତଥ୍ୟରୁ ସଙ୍କେତ ମିଳୁଛି ଯେ, ୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତା ଟିମ ଇଣ୍ଡିଆ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ତେବେ ବିଶ୍ୱକପ ଦଳରେ ସେମାନଙ୍କ ସ୍ଥାନ ନିଶ୍ଚିତ କି ନାହିଁ, ତାହା ଆନୁଷ୍ଠାନିକ ଘୋଷଣା ପରେ ହିଁ ସ୍ପଷ୍ଟ ହେବ।

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମିଳିଲା ହାତୀଛୁଆର ମୃତଦେହ, ଆଭ୍ୟନ୍ତରୀଣ କନ୍ଦଳରୁ…

ରିଆମାଳ,୨୦ା୧୧(ବଦ୍ରି ନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗଦଗଦା ଗ୍ରାମ ନିକଟସ୍ଥ ରମ୍ଭା ଦେବୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଏକ…

ସନ୍ୟାସ ନେବା ପରେ ପତ୍ନୀଙ୍କ ସହ ଏମିତି ଟାଇମ ସ୍ପେଣ୍ଡ କରୁଛନ୍ତି ଏମଏସ ଧୋନୀ!

ନୂଆଦିଲ୍ଲୀ,୨୦।୧୧: ପୂର୍ବତନ ଭାରତୀୟ ଅଧିନାୟକ ଏମ ଏସ ଧୋନୀଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ତାଙ୍କ ଜନ୍ମଦିନ ପାଳନର କିଛି ଫଟୋ ଏବଂ ଏକ ଭିଡିଓ ଶେୟାର କରିଛନ୍ତି।…

ସୁନାର ଫସଲ ଉଜୁଡି ଯିବା ଆଶଙ୍କାରେ ଚାଷୀ ଆତଙ୍କିତ, ଘାରିଛି ଋଣ ଚିନ୍ତା

ପଟ୍ଟାମୁଣ୍ଡାଇ,୨୦ା୧୧(କଳ୍ପତରୁ ନାୟକ): ସାମୁଦ୍ରିକ ଝଡ଼ ଅକ୍ୱାନ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ବର୍ଷା ଓ ପବନ ଆରମ୍ଭ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ…

ମାଣ୍ଡୁବାଡ଼ିରେ ପାଣି ପାଇଁ ଉତ୍ତେଜନା: କୂଅରେ କୁକୁର ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୨୦।୧୧(ଅରୁଣ ସାହୁ): ଗୋଟିଏ ପଟେ ବାତ୍ୟା ‘ଅକ୍ୱାନ’କୁ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଥିବା ବେଳେ ଅନ୍ୟପଟେ ପିଇବା ପାଣି କୂଅରେ କୁକୁରର ମୃତଦେହ ଫିଙ୍ଗିଦେବା ଘଟଣାକୁ ନେଇ…

EPFOକୁ ବଡ଼ ଝଟ୍‌କା: ବୁଡ଼ିଗଲା ୧,୮୦୦ କୋଟିରୁ ଅଧିକ ଟଙ୍କା!

ନୂଆଦିଲ୍ଲୀ, ୨୦।୧୧: ଦେଶର କୋଟି କୋଟି ଚାକିରିଆଙ୍କ କଷ୍ଟ ଅର୍ଜିତ ଟଙ୍କାର ଦାୟିତ୍ୱ ବହନ କରୁଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)କୁ ଲାଗିଛି ବଡ଼ ଝଟ୍‌କା। ରିଲାଏନ୍ସ…

ନିଖୋଜ ସନ୍ତୋଷଙ୍କ ମିଳିଲା ମୃତଦେହ: ଖେଳିଗଲା ଶୋକର ଛାୟା

ଗୁଡାରି,୨୦।୧୧(ପ୍ରମୋଦ କୁମାର ପତି): ଗତ ୧୮ ତାରିଖ ଅପରାହ୍ନରୁ ନିଖୋଜ ଥିବା ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତର ମେରିଆପାଙ୍ଗା ଗ୍ରାମର ଯୁବକ ସନ୍ତୋଷ…

କାହାରି କଥା ଶୁଣନ୍ତି ନାହିଁ ଶୁବମନ ଗିଲ, ନିଜ ଇଚ୍ଛାର ମାଲିକ ହୋଇଯାଇଛନ୍ତି, ୪ଟି ଭୁଲ ପାଇଁ…

ନୂଆଦିଲ୍ଲୀ,୨୦।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନରେ ବଡ଼ ଭୁଲ କରିଥିଲେ। ଭାରତକୁ ଏହାର…

୩୨ ବର୍ଷର ଅପେକ୍ଷାର ଘଟିଲା ଅନ୍ତ: ନ୍ୟୁଜିଲାଣ୍ଡ ମାଟିରେ ବିରଳ ରେକର୍ଡ କଲେ ଜୟସ୍ବାଲ-ରାହୁଲ

ଓ୍ବେଲିଂଟନ୍‌,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ନିଜର ଦମ୍‌ଦାର ପ୍ରଦର୍ଶନ ବଳରେ ଏକ ଐତିହାସିକ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?