ବେଡ୍‌ରୁମ୍‌ରେ ପଶି ଫଟୋ ଉଠାଇଲେ ୨ ଅଜଣା ଯୁବକ, ପୋଲିସକୁ ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରିଲ୍‌ ଲାଇଫ୍‌ରୁ ରିଏଲ ଲାଇଫ୍‌ର ଯାତ୍ରାକୁ ନେଇ ଚର୍ଚ୍ଚିତ ଯୋଡି ମଧ୍ୟରେ ଅନ୍ୟତମ ହେଉଛି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏବେ ଏହି ଯୋଡିଙ୍କ ବିବାଦ ଘନେଇବାରେ ଲାଗିଛି। ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇସାରିଥିବା ବେଳେ ସମ୍ପର୍କ ଦିନକୁ ଦିନ ଅଧିକ ତିକ୍ତ ହେବାରେ ଲାଗିଛି। ଏପରି ସ୍ଥିତିରେ ଶାଶୁ ଘରେ ଥିବା ବର୍ଷା ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି। ଏ ନେଇ କଟକ ପୁରୀଘାଟ ଥାନାରେ ବର୍ଷା ଅଭିଯୋଗ କରିଛନ୍ତି।
ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ସେ ଘରେ ଥିବା ବେଳେ ୨ଜଣ ଅଜଣା ଯୁବକ ତାଙ୍କ ଘରେ ପଶିଥିଲେ। ବର୍ଷା ଘରେ ଖାଉଥିବା ବେଳେ ସେମାନେ ତାଙ୍କ ବେଡରୁମ୍‌ରେ ପଶି ଫଟୋ ଉଠାଇଥିଲେ। ଏପରି ଅଭିଯୋଗ ପାଇ ଜିଲା ସୁରକ୍ଷା ଅଧିକାରୀ ଅନୁଭବଙ୍କ କଟକ ନନ୍ଦିସାହି ଘରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଛି। ଏହାପରେ ବର୍ଷାଙ୍କ ସୁରକ୍ଷା ପାଇଁ ଜଣେ ମହିଳା ପୋଲିସ କନଷ୍ଟେବଳ ମୁତୟନ କରାଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ବର୍ଷାଙ୍କ ବେଡରୁମ୍‌ରେ ପଶି ୨ ଯୁବକ ଭିଡିଓ ସୁଟ୍‌ କରିବା ବେଳର ଚିତ୍ର ବିଭିନ୍ନ ଗଣମାଧ୍ୟମରେ ଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ କେବେର ତାହା ବର୍ଷାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଭିଡିଓରେ ବର୍ଷା କାହା ସହ କଥା ହେଉଥିବା ଶୁଣିବାକୁ ମିଳୁଛି। ଯେଉଁ ୨ ଅଜଣା ଯୁବକ ବର୍ଷାଙ୍କ ବେଡରୁମ୍‌ରେ ପଶି ଭିଡିଓ ସୁଟ୍‌ କରୁଥିଲେ ସେମାନଙ୍କ ଭିଡିଓ ମଧ୍ୟ ବର୍ଷା ସୁଟ୍‌ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ-ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ,ସ୍ବାମୀ ଗୁରୁତର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀଙ୍କୁ...

ରାଉରକେଲାରେ ସାରଦା ନାୟକ ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଆଗୁଆ ରହିଛନ୍ତି। ସାରଦା ୨୧୭୧ ଭୋଟ...

ଏହି ମାମଲାରେ କୋହଲିଙ୍କୁ ପଛରେ ପକାଇଲେ ବିଗ୍‌ବସ୍‌ ବିଜେତା ଏମ୍‌ ସି ଷ୍ଟାନ୍‌

ବମ୍ବେ: ‘ବିଗ୍‌ବସ୍‌ ୧୬’ ବିଜେତା ହେବା ପରେ ଦିନକୁ ଦିନ ଏମ୍‌ସି ଷ୍ଟାନଙ୍କ ଲୋକପ୍ରିୟତା ବଢ଼ୁଛି। ଶୋ’ରେ ତାଙ୍କର ଯୋଗଦାନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲେ...

ଆଗେଇପାରୁନି ଆଚାର୍ଯ୍ୟ ବିହାର-ବାରଙ୍ଗ ସମାନ୍ତରାଳ ରାସ୍ତା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ହୁ ହୁ ବଢୁଛି ରାଜଧାନୀର ଜନସଂଖ୍ୟା। ପରିବ୍ୟାପ୍ତ ହୋଇଚାଲିଛି ସହରର ଆକାର। ସ୍ମାର୍ଟସିଟି ହେବାପରଠାରୁ ଭୁବନେଶ୍ୱରରେ ରହିବାକୁ ରାଜ୍ୟ ତଥା ବାହାରୁ ଲୋକଙ୍କ ସୁଅ...

ଗ୍ରାମ୍ୟ ସଭାପତିଙ୍କୁ ପିଟି ପିଟି ମାରିଦେଲେ

ଗଞ୍ଜାମ,୨୬ା୧୧(ଡି.ଏନ.ଏ.): ପୂର୍ବ ଶତ୍ରୁତାରୁ ଗଞ୍ଜାମ ଜିଲା ରମ୍ଭା ଥାନା ପୋଇରାଶି ପଞ୍ଚାୟତର କଣ୍ଟିଆପଲ୍ଲୀ ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡ୍ଡୀଙ୍କୁ ଶୁକ୍ରବାର ଠେଙ୍ଗାରେ ପିଟି ହତ୍ୟା କରାଯାଇଛି।...

ୟୁଜି, ପିଜି ପାଇଁ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନ ଆୟୋଗ(ୟୁଜିସି) ସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କରିଛି।...

ନ୍ୟାୟ ନ ପାଇ ମହିଳା ନିରାଶ :ଜିଲାପାଳଙ୍କ ଗାଡ଼ି ଆଗରେ ଆତ୍ମହତ୍ୟା ଉଦ୍ୟମ

ଭଞ୍ଜନଗର,୨୨।୧୦(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଅଭିଯୋଗ ଶୁଣିଥିଲେ। ୩୫୪ଟି...

ଭକ୍ତ, ସେବାୟତଙ୍କ ମନରେ କ୍ଷୋଭ: ରଥଯାତ୍ରା ହେବା ଦାବିରେ ଆଜି ୬ଘଣ୍ଟିଆ ପୁରୀ ବନ୍ଦ

ପୁରୀ ଅଫିସ,୧୯ା୬: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚାଲିଥିଲା। କରୋନା କଟକଣା ତଥା ଲକ୍‌ଡାଉନ ପାଇଁ ବିଳମ୍ବରେ ରଥ ନିର୍ମାଣ...

Advertisement
Archives

Model This Week