ଡବ୍ଲୁଏଚ୍‌ଓର ଚେତାବନୀ, ଆଉ ଗୋଟିଏ ମହାମାରୀ ପାଇଁ ପ୍ରସ୍ତୁତ ରହୁ ବିଶ୍ୱ

ଜେନେଭା,୮।୯: ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ କବଳରେ ରହିଛି। କରୋନା ଯୋଗୁ ଅନେକ ଦେଶର ଅର୍ଥନୀତି ଖରାପ ଅବସ୍ଥାକୁ ଚାଲିଯାଇଛି। ଏଭଳି ପରିସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଚେତାବନୀ ଦେଇଛି ଯେ ପରବର୍ତ୍ତୀ ମହାମାରୀ ପାଇଁ ମଧ୍ୟ ବିଶ୍ୱ ପ୍ରସ୍ତୁତ ହେବା ଉଚିତ୍‌। ଡବ୍ଲୁଏଚ୍‌ଓର ମୁଖ୍ୟ ଟେଡ୍ରୋସ ଆଧାନମ ଗ୍ରେବେସିୟସ କହିଛନ୍ତି ଯେ ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ୱ ଭଲ ଭାବରେ ପ୍ରସ୍ତୁତ ରହୁ। ଜନସ୍ବାସ୍ଥ୍ୟରେ ବିନିଯୋଗ କରିବାକୁ ସେ ଦେଶଗୁଡ଼ିକୁ ମଧ୍ୟ ଆହ୍ବାନ ଦେଇଛନ୍ତି। ଡିସେମ୍ବର ୨୦୧୯ରେ ଚାଇନାର ଉହାନ ସହରରେ ପ୍ରଥମ କରୋନା ଜୀବାଣୁ ମାମଲା ପରଠାରୁ ବିଶ୍ୱର ୨.୭ କୋଟି ଲୋକ ଏହି ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥି ସହିତ ୮,୮୮,୩୨୬ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି। ଏହା ଶେଷ ମହାମାରୀ ହେବ ନାହିଁ ବୋଲି ଜେନେଭାରେ ଡବ୍ଲୁଏଚ୍‌ଓ ମୁଖ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ କହିଛନ୍ତି। ଇତିହାସ ଆମକୁ ଶିକ୍ଷା ଦେଇଛି ଯେ ଆକ୍ରାନ୍ତ ଏବଂ ମହାମାରୀ ଜୀବନର ଏକ ସତ୍ୟ ଅଟେ। କିନ୍ତୁ ଯେତେବେଳେ ପରବର୍ତ୍ତୀ ମହାମାରୀ ଆସିବ, ସେତେବେଳେ ବିଶ୍ୱ ପ୍ରସ୍ତୁତ ହେବା ଆବଶ୍ୟକ। ଏହି ସମୟ ଅପେକ୍ଷା ଅଧିକ ପ୍ରସ୍ତୁତ ହେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କ୍ୟାବିନେଟ୍‌ର ନିଷ୍ପତ୍ତି: ପ୍ରତି ଶୁକ୍ରବାର ‘କଶ୍ମୀର ସଂହତି ଦିବସ’

ଇସ୍‌ଲାମାବାଦ, ୨୮ା୮ (ଆଇଏଏନ୍‌ଏସ୍‌): କଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ଏଥିପାଇଁ ସେ ଏହି ପ୍ରସଙ୍ଗରେ କ୍ୟାବିନେଟ ବୈଠକ କରି...

ରାଜରାସ୍ତାରେ ପରୀକ୍ଷଣ ହେଲା ଉଡ଼ନ୍ତା କାର

ଟୋକିଓ, ୨୯।୮: ଗତ ୧୦ ବର୍ଷ ଧରି ଜାରି ରହିଥିବା ପରୀକ୍ଷାର ଅନ୍ତ ଘଟିଛି। ରାଜରାସ୍ତାରେ ଉଡ଼ନ୍ତା କାରର ପରୀକ୍ଷା ଏବେ ଶେଷ ହୋଇଛି। ଜାପାନର...

ମାସ୍କ୍‌ ନ ପିନ୍ଧିଲେ ଜେଲଦଣ୍ଡ

କଲୋମ୍ବୋ, ୧୮।୧୦: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଶ୍ରୀଲଙ୍କାରେ କଡ଼ା ଆଇନ ଲାଗୁ କରାଯାଇଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ମାସ୍କ୍‌...

ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା

ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ...

ସହରୀ ବସ୍ତିକୁ ବଡ଼ ବିପଦ

ନ୍ୟୁୟର୍କ,୨୯ା୪: ମହାମାରୀ କରୋନା ସ୍ଥାନକାଳ ବାଛ ବିଚାର କରୁନାହିଁ। ଯେଉଁଠି ଯେତେବେଳେ ପାରିଲା ମାଡ଼ିଯାଉଛି। ତେବେ ଅସ୍ବଚ୍ଛ ଓ ଅଶ୍ୱସ୍ତିକର ପରିବେଶରେ ଏହି ଘାତକ ଭୂତାଣୁ...

ଚାଇନାକୁ ପୁଣି ଥରେ କରୋନା ଫେରିଲେ ସ୍ଥିତି ହେବ ଭୟାବହ

ବେଜିଂ,୧୮।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ହୋଇଛି।...

କରୋନା ସଂକ୍ରମିତଙ୍କ ଯାଞ୍ଚ୍‌ କାର୍ଯ୍ୟରେ ରୋବୋ ନିଯୁକ୍ତ

ବେଜିଂ,୬।୨: ଚାଇନାରେ କରୋନା ଭୁତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ୫୬୨ ଲୋକଙ୍କ ମୃତ୍ୟୁ କରୋନା ଭୁତାଣୁ ଯୋଗୁ ହୋଇସାରିଛି। ସେହିପରି ୨୭ ହଜାରରୁ ଅଧିକ...

ପୃଥିବୀରେ କରୋନା ସଂକ୍ରମଣ କରାଇ ବି ଚାଇନାର ମନରେ ନାହିଁ ଅବଶୋଷ: ବନ୍ଦକଲା ମେକାଙ୍ଗ୍‌ ନଦୀର ପାଣି; ୪ ଦେଶରେ ମରୁଡ଼ି !

ବେଜିଂ,୧୫।୪: ପୃଥିବୀ ସାରା କରୋନା ସଂକ୍ରମଣ କରାଇଥିବା ଚାଇନା ମନରେ ଏବେ ମଧ୍ୟ ଅବଶୋଷ ନାହିଁ। ଏହାର ପ୍ରମାଣ ପାଲଟଛି ଚାଇନାର ଅମାନବୀୟ କାର୍ଯ୍ୟ। ଚାଇନା...

Coronavirus Update

Archives

Model This Week

Why Dharitri