ଅଧିକାରୀ ବଦଳୁଛନ୍ତି, ଉଚ୍ଛେଦ ହେଉନି

ବରଗଡ଼,୧୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବ୍ୟସ୍ତବହୁଳ ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ସରକାରୀ କଳ ହାତ ବାନ୍ଧି ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉଚ୍ଛେଦ ସପକ୍ଷରେ ଉଚ୍ଚ ନ୍ୟାୟାଳୟ ଗତ ଦେଢ଼ବର୍ଷ ମଧ୍ୟରେ ୨ଥର ରାୟ ଦେଇ ସାରିଲେଣି। ଏହାସତ୍ତ୍ୱେ ଏଥିପ୍ରତି ପ୍ରଶାସନିକ ଉଦାସୀନତା ଏବଂ ଜନପ୍ରତିନିଧିଙ୍କ ନିରବତା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପଟେ ଉଚ୍ଛେଦ ସପକ୍ଷରେ ରାୟ ଆସିବା ପରେ ଜଣେ ପରେ ଜଣେ ବିଭାଗୀୟ ଅଧିକାରୀଙ୍କ ବଦଳି ହେଉଛି। ଇତିମଧ୍ୟରେ ୨ ଉପଜିଲାପାଳ ଏବଂ ୨ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ହୋଇ ସାରିଲାଣି। କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଯେଉଁଠି ସେଇଠି ଅଟକି ରହିଛି। ଉଚ୍ଛେଦ ପ୍ରକ୍ରିୟାରେ ସମୟ ଗଡ଼ାଇବାକୁ ବିଭାଗୀୟ ଅଧିକାରୀଙ୍କ ସେଭଳି ବଦଳି ପ୍ରକ୍ରିୟା ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ୨୦୨୩ରେ ଉଚ୍ଛେଦ ପ୍ରକ୍ରିୟାର ପ୍ରାଥମିକ ପର୍ଯ୍ୟାୟରେ ଭଙ୍ଗା ଯାଇଥିବା କିଛି ଅଂଶରେ ପୁଣି ନିର୍ମାଣ କାର୍ଯ୍ୟ ଚାଲିବା ପ୍ରଶାସନକୁ ଚ୍ୟାଲେଞ୍ଜ ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି।
ବରଗଡ଼ ସହରରେ ଟ୍ରାଫିକ୍‌ ସମସ୍ୟା ଏକ ନିତିଦିନିଆଁ ଘଟଣା। ସହରରେ ରାସ୍ତାପାର୍ଶ୍ୱ ଜବରଦଖଲ ଏହାର ପ୍ରମୁଖ କାରଣ ପାଲଟିଛି। ଏହି କ୍ରମରେ ସହରର ଲେଙ୍ଗୁ ମିଶ୍ର ଛକରୁ ପୁରୁଣା ଜିରା ବ୍ରିଜ୍‌ ପର୍ଯ୍ୟନ୍ତ ଉଚ୍ଛେଦ ସହରବାସୀଙ୍କ ଦୀର୍ଘବର୍ଷର ଦାବି ରହିଆସିଛି। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦାବି ଜୋର୍‌ ଧରିଥିଲା। ୨୦୨୩ରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ଉଚ୍ଛେଦ ଦାବିକୁ ଜୋର୍‌ କରିଥିଲା। ଜିଲା ଓକିଲ ସଂଘ ଏହାର ନେତୃତ୍ୱ ନେଇଥିଲା ଏବଂ ବିଭିନ୍ନ ସଙ୍ଗଠନ ସମେତ ଜନସାଧାରଣ ମଧ୍ୟ ଉଚ୍ଛେଦ ଦାବିକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ କରିଥିଲେ। ସହରବାସୀଙ୍କ ଦୃଢ଼ ଦାବି ପରେ ସେତେବେଳେ ପ୍ରଶାସନ ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲା। ରାସ୍ତାପାର୍ଶ୍ୱ ଜବରଦଖଲ ଚିହ୍ନଟ କରି କିଛି ଅଂଶ ଭଙ୍ଗା ଯାଇଥିଲା। ମାତ୍ର ଉଚ୍ଛେଦ ମାମଲା ଉଚ୍ଚ ନ୍ୟାୟାଳୟକୁ ଯିବା ପରେ ଏହା ଅଧାରେ ଅଟକି ରହିଥିଲା।
ଉଚ୍ଚ ନ୍ୟାୟାଳୟ ସେତେବେଳେ ଜବରଦଖଲ ଉଚ୍ଛେଦ ସପକ୍ଷରେ ରାୟ ଦେଇଥିଲେ। ଏହାସତ୍ତ୍ୱେ ଉଚ୍ଛେଦ ଅଭିଯାନ ଆଗେଇ ନ ଥିଲା। ଅନ୍ୟପଟେ ତତ୍କାଳୀନ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉପଜିଲାପାଳଙ୍କ ବଦଳି ହୋଇ ଯାଇଥିଲା। ସେହିପରି ସାଧାରଣ ନିର୍ବାଚନ ପୂର୍ବରୁ ଉଚ୍ଛେଦ ଦାବି ଯେଭଳି ଜୋର୍‌ ଧରିଥିଲା, ନିର୍ବାଚନ ସରିବା ପରେ ଲୋକଙ୍କ ସ୍ବର ମଧ୍ୟ ଧିମେଇ ଗଲା ଏବଂ ଉଚ୍ଛେଦ ନୋଟିସ୍‌ରେ ତାହା ସୀମିତ ରହିଗଲା। ଅପରପକ୍ଷେ ଉଚ୍ଚ ନ୍ୟାୟାଳୟ ଉଚ୍ଛେଦ ସପକ୍ଷରେ ରାୟ ଦେବା ପରେ ଉଚ୍ଛେଦ ପ୍ରକ୍ରିୟାରେ ବିଳମ୍ବ ହେବାରୁ ପ୍ରଭାବିତ ଲୋକେ ପୁଣି ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ। ଫଳରେ ଉଚ୍ଚ ନ୍ୟାୟାଳୟରେ ମାମଲା ଗଡ଼ି ଚାଲିଥିଲା। ନୂଆ ସରକାର ଆସିବା ପରେ ଦୀର୍ଘବର୍ଷର ଏହି ଦାବି ପୂରଣ ହେବ ବୋଲି ସହରବାସୀ ଆଶା କରିଥିଲେ। କିନ୍ତୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଯଥାପୂର୍ବଂ ତଥା ପରଂ ସ୍ଥିତିରେ ରହିଛି। ସେହିପରି ଉଚ୍ଚ ନ୍ୟାୟାଳୟ ତର୍ଜମା କରି ଉଚ୍ଛେଦ ପ୍ରକ୍ରିୟା ସପକ୍ଷରେ ଦ୍ୱିତୀୟ ଥର ପାଇଁ ରାୟ ଦେଲେ। ଏହାସତ୍ତ୍ୱେ ଉଚ୍ଛେଦ ପ୍ରକ୍ରିୟା ଆଗେଇ ନାହିଁ। ଅନ୍ୟପଟେ ୨ଦିନ ତଳେ ସ୍ଥାନୀୟ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଛି।
ଉଚ୍ଚ ନ୍ୟାୟାଳୟର ଆଦେଶ ସତ୍ତ୍ୱେ ଉଚ୍ଛେଦ ପ୍ରକ୍ରିୟା ଆଗେଇ ନ ଥିବାବେଳେ ବିଭାଗୀୟ ଅଧିକାରୀଙ୍କ ବଦଳି ଡ୍ରାମା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିଥିବାବେଳେ ଏଥିରେ ସରକାରୀ କଳର ଭୂମିକାକୁ ନେଇ ମଧ୍ୟ ନାନା ସନ୍ଦେହ ସୃଷ୍ଟି ହେଉଛି। ଉଚ୍ଚ ନ୍ୟାୟାଳୟର ରାୟ, ସହରବାସୀଙ୍କ ଦୃଢ଼ ଦାବି ସତ୍ତ୍ୱେ ଉଚ୍ଛେଦ କରିବାକୁ କାହିଁକି ସରକାରୀ କଳ ସାହସ ଜୁଟାଇ ପାରୁନାହିଁ ବୋଲି ସହରରେ ଚର୍ଚ୍ଚା ଜୋର୍‌ ଧରିଛି। ଏ ସମ୍ପର୍କରେ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ପଚାରିବାରୁ ସେ କହିଥିଲେ, ଉଚ୍ଚ ନ୍ୟାୟାଳୟ ତର୍ଜମା କରି ଉଚ୍ଛେଦ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଉଚ୍ଛେଦ ନ କରିବା ଦୁଃଖଦାୟକ। ଉଚ୍ଚ ନ୍ୟାୟାଳୟର ଆଦେଶକୁ ଅବମାନନା ମଧ୍ୟ ଦୁର୍ଭାଗ୍ୟଜନକ। ନ୍ୟାୟାଳୟ ଆଦେଶକୁ ଯଥାଶୀଘ୍ର ପାଳନ କରିବା ପାଇଁ ପୌର ପରିଷଦ, ପ୍ରଶାସନକୁ ଅନୁରୋଧ କରୁଛୁ। ସେହିପରି ଉଚ୍ଚ ନ୍ୟାୟାଳୟର ଆଦେଶକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉ। ନଚେତ୍‌ ଅତିଶୀଘ୍ର ସମଲେଶ୍ୱରୀ ସଂଘ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସଂଘ ସଭାପତି ସମୀର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?