ବଦଳୁଛି ଓଡ଼ିଶାର ରାପ୍‌ କଲ୍‌ଚର୍‌

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ପ୍ରଥମ ଓଡ଼ିଆ ରାପ୍‌ ଗୀତ ‘ମୁଁ ହେଲି ଓଡ଼ିଆ’ କରି ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିଥିଲେ ପୁରୀ ଜନ୍ମିତ ସମୀର ରିଶୁ ମହାନ୍ତି ଓରଫ ବିଗ୍‌ ଡିଲ୍‌। ଜାତୀୟସ୍ତରରେ ରାପ୍‌ ଜଗତରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିବା ସମୀର ଜନ୍ମମାଟି ପାଇଁ ଏକାଧିକ ଓଡ଼ିଆ ରାପ୍‌ ତିଆରି କରି ଓଡ଼ିଶାର ରାପ୍‌ କଲ୍‌ଚର୍‌କୁ ଏକ ନୂଆ ଦିଶା ଦେଇଥିଲେ। ପୂର୍ବରୁ ପଛଘୁଞ୍ଚା ଦେଉଥିବା ଯୁବପିଢି ଧୀରେ ଧୀରେ ଆଗକୁ ଆସି ୟୁଟ୍ୟୁବ୍‌, ଫେସ୍‌ବୁକ୍‌ ଭଳି ଡିଜିଟାଲ ପ୍ଲାଟ୍‌ଫର୍ମରେ ‘ଓଡ଼ିଆ ରାପ୍‌’ର ଉପସ୍ଥିତିକୁ ସୁଦୃଢ କରିଥିଲେ। ରାପର୍‌ ଜେନେସିସ୍‌, ରାପର୍‌ ଏସ୍‌କେପ୍‌, ଏମ୍‌ସି ଟୋର୍‌ଙ୍କ ଭଳି ଯୁବ ରାପର୍‌ମାନେ ଓଡ଼ିଆରେ ରାପ୍‌ କରି ଲୋକପ୍ରିୟ ହୋଇଛନ୍ତି। ସେହିଭଳି କ୍ରିଷ୍ଣା ମିସ୍ତ୍ରୀ ତଥା ର଼୍ୟାପର୍‌ ଉସ୍ତାଦ୍‌, ବିଶ୍ୱଜିତ ଓଝା ଓରଫ ଛୋଟ ଓଝା, ଦୁର୍ଗା ପ୍ରସାଦ ଜେନା ତଥା ମିଷ୍ଟର୍‌ ଡି, ସ୍ବରୂପ ଦାସ ଓରଫ ସେରା, ଅଂଶୁମାନ ସେନାପତି ଓରଫ ର଼୍ୟାପର୍‌ ଅଂଶ, ବ୍ରିଜନାଥ ଚୌଧୁରୀ ଓରଫ ବ୍ରି ଜେ, ଶୁଭମ ଓରଫ ସାଢେ ୭ ଓ ଏମ୍‌ସି ଟୋର୍‌ଙ୍କ ଭଳି ୮ଜଣ ର଼୍ୟାପର୍‌ ମିଶି ନିକଟରେ ‘ଉତ୍କଳ ସାଇଫର୍‌’ ନାମକ ଓଡ଼ିଆ ର଼୍ୟାପ୍‌ ଭିଡ଼ିଓ କରି ଚର୍ଚ୍ଚାକୁ ଆସିଥିଲେ। ରାଜ୍ୟ ବାହାରେ ରହି କାମ କରୁଥିବା କଳାହାଣ୍ଡି ଜିଲାର ଦୁଳେଶ୍ୱର ତାଣ୍ଡି ଓରଫ ରାପର୍‌ ଡ୍ୟୁଲ୍‌ ରକର୍‌ ନିକଟରେ ନିଜ ରାପ୍‌ ମାଧ୍ୟମରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟିଛନ୍ତି। ବହୁ ବଡ଼ ବଡ଼ ବଲିଉଡ୍‌ ସେଲିବ୍ରିଟି ଓ ମ୍ୟୁଜିକ୍‌ କମ୍ପୋଜର୍‌ ତାଙ୍କ ରାପ୍‌ ମାୟାରେ ପଡ଼ିଛନ୍ତି। ସେହିଭଳି ଏବେ ଆଉଜଣେ ଓଡ଼ିଆ ନିଜ ଶବ୍ଦ ପ୍ରହାର ପାଇଁ ୟୁଟ୍ୟୁବ୍‌ରେ ଲୋକପ୍ରିୟ ହୋଇଛନ୍ତି।
ଅଭିନବ ସିଂ ଓରଫ ରାପର୍‌ ଜଗରନଟ୍‌। କଟକର ଏହି ଯୁବ ରାପର ନିଜ ରାପ୍‌ ମାଧ୍ୟମରେ କେବଳ ଓଡ଼ିଶାର ରାପ୍‌ କଲ୍‌ଚର ପାଇଁ ଏକ ନୂଆ ଆଶା ସୃଷ୍ଟି କରିନାହାନ୍ତି, ବରଂ ଏହା ମାଧ୍ୟମରେ ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାର ପ୍ରସାର କରୁଛନ୍ତି। ‘ଅର୍ବାନ୍‌ ଲୋଫର୍‌’ ବ୍ୟାନରରେ ପ୍ରସ୍ତୁତ ‘ଶବ୍ଦ ପ୍ରହାର’ ନାମକ ରାପ୍‌କୁ ଅଭିନବଙ୍କ ସହ ରାପର୍‌ ଏମ୍‌ସି ଟୋର୍‌ ଓରଫ ତନ୍ମୟ ସାହୁ ଲେଖିବା ସହ ଉଭୟ ଏହି ଗୀତରେ ଅଭିନୟ କରିଛନ୍ତି। ବର୍ତ୍ତମାନର କରୋନା ସଂକଟ ସମୟରେ ବଢୁଥିବା ଆତ୍ମହତ୍ୟା ଘଟଣାକୁ ଉଭୟ ତାଙ୍କ ରାପ୍‌ରେ ରୋକିବାକୁ ଚେଷ୍ଟା କରିଛନ୍ତି। କୋଭିଡ୍‌ ସମୟରେ ଲୋକଙ୍କୁ ସାହସ ଓ ଶକ୍ତି ଦେବା ଏବଂ ପାଖରେ ଯାହା ଅଛି ତାହାକୁ ନେଇ ଖୁସି ହେବାକୁ ସେମାନେ ବାର୍ତ୍ତା ଦେଇଛନ୍ତି। ଓଡ଼ିଶା ଆର୍ଟିଷ୍ଟ କନେକ୍ସନ ସହଯୋଗରେ ନିର୍ମିତ ଏହି ଭିଡିଓ ରିଲିଜ ହେବାର ମାତ୍ର ୩ ସପ୍ତାହ ମଧ୍ୟରେ ୧୯ ହଜାରରୁ ଊର୍ଦ୍ଧ୍ୱ ଭ୍ୟୁ ସାଉଣ୍ଟିଛି।
ରାପ୍‌ରେ ଓଡ଼ିଆ ସାହିତ୍ୟର ବ୍ୟବହାର ସମ୍ପର୍କରେ ଅଭିନବ କୁହନ୍ତି, ବାପା ଜଣେ ଓଡ଼ିଆ ଅଧ୍ୟାପକ ହୋଇଥିବାରୁ ତାଙ୍କ ପ୍ରଭାବ ମୋ ଉପରେ ପଡ଼ିଛି। ଇଲିଂଶ ମିଡିୟମ୍‌ରେ ପାଠ ପଢିଥିଲେ ମଧ୍ୟ ଛୋଟବେଳୁ ଓଡ଼ିଆ ସାହିତ୍ୟ ପ୍ରତି ମୋର ଆକର୍ଷଣ ରହିଆସିଛି। ତେଣୁ ଓଡ଼ିଶା ଶୈଳୀରେ ହିଁ ରାପ୍‌ କରିବାକୁ ସ୍ଥିର କରିଥିଲି। ଯଦି ଆମ ଭାଷା କଥା ଆମେ ନ କହିବା ତା’ହେଲେ ଆଉକିଏ କହିବ। ନିଜ ଜନ୍ମମାଟି, ନିଜ ଜାତି କଥା ନ କହିଲେ, କେଉଁଠି ନା କେଉଁଠି ନିଶ୍ଚିତ ଭୁଲ୍‌ କରୁଛେ ବୋଲି କହିଛନ୍ତି ଅଭିନବ। ମଧୁବାବୁଙ୍କ ‘ଉଚ୍ଚ ହେବା ପାଇଁ କର ଯଦି ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ ଉକ୍ତିକୁ ଅକ୍ଷରେ ଅକ୍ଷରେ ମାନିଥିବା ଏହି ଯୁବ ରାପର୍‌ ନିଜ ପ୍ରଫେଶନ ଓ ପ୍ୟାଶନକୁ ବେଶ୍‌ ଭଲଭାବେ ବାଲାନ୍ସ କରିଛନ୍ତି। ଭବିଷ୍ୟତରେ ଓଡ଼ିଶାର ରାପ୍‌ କଲ୍‌ଚରକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଥିବା ଅଭିନବ ଅନ୍ୟ ରାପର୍‌ମାନଙ୍କ ସହ ମିଶି ‘ଓଡ଼ିଶା ହିପ୍‌ହପ୍‌ ଫେଷ୍ଟିଭାଲ’ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହିପ୍‌ହପ୍‌ ଡ୍ୟାନ୍ସର ଓ ରାପର୍‌ମାନଙ୍କୁ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ସହ ଆଗକୁ ବଢିବାକୁ ଆର୍ଥିକ ସହାୟତା ଦେବା ଏହି ଫେଷ୍ଟିଭାଲର ମୁଖ୍ୟ ଲକ୍ଷ୍ୟ ରହିବ। ଏହାବ୍ୟତୀତ ଅଧିକରୁ ଅଧିକ ହିପ୍‌ହପ୍‌ ପାର୍ଟି ଓ ଅଣ୍ଡରଗ୍ରାଉଣ୍ଡ୍‌ ଡ୍ୟାନ୍ସ ବ୍ୟାଟଲ୍‌ ଆୟୋଜନ କରିବାକୁ ମଧ୍ୟ ଅଭିନବ ଲକ୍ଷ୍ୟ ରଖିଛନ୍ତି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri