ନଦୀ ଜଳ ପ୍ରଦୂଷଣ: ସିପିସିବିର ରିପୋର୍ଟ ତଲବ

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ରାଜ୍ୟରେ ନଦୀ ପ୍ରଦୂଷଣକୁ ନେଇ ଚିନ୍ତା ବଢୁଛି। ଶିଳ୍ପ, ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ଜଳ ନଦୀକୁ ଅତିମାତ୍ରାରେ ପ୍ରଦୂଷିତ କରୁଛି। ସିଧାସଳଖ ମିଶୁଥିବାରୁ ଏହା କେବଳ ନଦୀ ଜଳ ନୁହେଁ ଭୂଗର୍ଭ ଜଳକୁ ମଧ୍ୟ ପ୍ରଦୂଷିତ କରୁଛି। ନଦୀ ପ୍ରଦୂଷଣ ଫଳରେ ସମୁଦ୍ର ଉପକୂଳ ମଧ୍ୟ ଦୂଷିତ ହେଉଛି। ଏଥିଯୋଗୁ ନଦୀରେ ଥିବା ଜଳଜୀବ, ଜୈବବିବିଧତା ଉପରେ କୁପ୍ରଭାବ ପଡ଼ୁଛି ଫଳରେ ଜୀବଜନ୍ତୁ ଓ ମନୁଷ୍ୟ ପାଇଁ ଏହି ଜଳ ବ୍ୟବହାର ଉପଯୋଗୀ ହୋଇ ରହୁନାହିଁ। ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରି କି ପ୍ରଦୂଷିତ ନଦୀ ଥିବା ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବାରମ୍ବାର ନିର୍ଦ୍ଦେଶନାମା ସତ୍ତ୍ୱେ କୌଣସି ପ୍ରତିକାର ହେଉ ନ ଥିବାରୁ ଏନ୍‌ଜିଟି ଏହି ମାମଲାକୁ ପୁଣି ସୁପ୍ରିମକୋର୍ଟଙ୍କ ନଜରକୁ ନେବାକୁ ଚେତାବନୀ ଦେଇଛନ୍ତି। ପ୍ରଦୂଷଣ ରୋକିବା ଦିଗରେ କି ପଦକ୍ଷେପ ନିଆଯାଇଛି ଆସନ୍ତା ସେପ୍ଟେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ଏନ୍‌ଜିଟି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ରିପୋର୍ଟ ତଲବ କରିଛି।
ସମଗ୍ର ଦେଶରେ ୩୫୧ ନଦୀ ପ୍ରଦୂଷଣ ହୋଇଥିବା ବେଳେ ଓଡ଼ିଶାରେ ୧୯ଟି ନଦୀ ପ୍ରଦୂଷିତ ହୋଇଛି। ସିପିସିବି ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ ରାଜ୍ୟରେ ଗଙ୍ଗୁଆ, ଗୁରାଡିହି ନାଳା, କାଠଯୋଡି, ନନ୍ଦିରାଯୋର, ଦୟା, କୁଆଖାଇ, ବାଙ୍ଗୁରୁ ନାଳ, ଭେଡେନ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମୀ, ମହାନଦୀ, ମଙ୍ଗଳା, ନାଗାବଳୀ, ଲୁଣା, ରତ୍ନଚିରା, ଋଷିକୁଲ୍ୟା, ସାବୁଳିଆ ଏବଂ ସାରୁଆ ନଦୀ ପ୍ରଦୂଷିତ ହୋଇଛି। ପ୍ରଦୂଷଣ କାରଣରୁ ଏହି ନଦୀଗୁଡ଼ିକର ଜଳରେ ବାୟୋ କେମିକାଲ ଅକ୍ସିଜେନ୍‌ ଡିମାଣ୍ଡ (ବିଓଡି) ବହୁ ମାତ୍ରାରେ ବଢ଼ିଯାଉଛି। ବିଓଡି ସ୍ତର ପ୍ରତି ଲିଟର ଜଳରେ ୧ରୁ ୨ ମିଲିଗ୍ରାମ୍‌ ରହିଲେ ତାହା ବ୍ୟବହାର ଉପଯୋଗୀ ହୋଇଥାଏ। ଏହା ଠାରୁ ଅଧିକ ରହିଲେ ତାହାକୁ ପ୍ରଦୂଷିତ ବୋଲି ଧରାଯାଏ। ତେବେ ଉକ୍ତ ୧୯ଟି ନଦୀର ବିଓଡି ୩ରୁ ୬ ମିଲିଗ୍ରାମ୍‌ ଉପରେ ରହିଥିବା ସିପିସିବି ରିପୋର୍ଟରେ କୁହାଯାଇଛି। ଏ ସବୁ ନଦୀର ଜଳ ପ୍ରଦୂଷଣକୁ ରୋକିବାକୁ ବାରମ୍ବାର ନିର୍ଦ୍ଦେଶ ଦେବା ସତ୍ତ୍ୱେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଯଦ୍ଦ୍ବାରା ନଦୀ ଜଳ ବେଳକୁ ବେଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ପ୍ରାକୃତିକ ଜଳାଶୟ ଗୁଡ଼ିକର ପ୍ରଦୂଷଣକୁ ଏନ୍‌ଜିଟି ଅପରାଧ ଭାବେ ବିବେଚନା କରିଛନ୍ତି। ନିଜ ଆଡୁ ମାମଲା କରି ଏନ୍‌ଜିଟି କହିଛନ୍ତି ଯେ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଗୁଡ଼ିକ ଜଳ ପ୍ରଦୂଷଣ ରୋକିବା ଦିଗରେ ବିଫଳ ହୋଇଛନ୍ତି। ଏପରିକି ପ୍ରଦୂଷଣକାରୀଙ୍କ ବିରୋଧରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଯଦ୍ଦ୍ବାରା ନଦୀ ନାଳଗୁଡ଼ିକ ବିଷାକ୍ତ ହେବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହି ପ୍ରାକୃିତକ ସମ୍ପଦ ନଷ୍ଟ ହେବାରେ ଲାଗିଛି। ଏନ୍‌ଜିଟି ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଦୂଷଣକୁ ରୋକିବା ପାଇଁ ଥିବା ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏନ୍‌ଜିଟି ବାରମ୍ବାର ନିର୍ଦ୍ଦେଶ ଦେବା ସତ୍ତ୍ୱେ ତାହା କାର୍ଯ୍ୟକାରୀ ହେଉ ନାହିଁ। ନଦୀକୁ କୌଣସି ଶିଳ୍ପ ସଂସ୍ଥା, ପୌର ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ବିନା ବିଶୁଦ୍ଧୀକରଣରେ ବର୍ଜ୍ୟ ଜଳକୁ ଛାଡି ପାରିବେ ନାହିଁ। ଆଇନ ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଦୂଷିତ ନଦୀ ମଧ୍ୟକୁ ଆହୁରି ବହୁ ପରିମାଣର ପ୍ରଦୂଷିତ ଜଳ ଛଡ଼ାଯାଉଛି। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏନ୍‌ଜିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri