ଉଦୟନାଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ିର ୯୫ ବର୍ଷୀୟ ଉଦୟନାଥ ବିଷୋୟୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଦୟନାଥ କରୋନା ଯୁଦ୍ଧରେ ଜୟଯୁକ୍ତ ହୋଇଛନ୍ତି। ତାଙ୍କର ଏହି ଜିତିବା ଓଡ଼ିଶାର ଅନ୍ୟମାନଙ୍କୁ ଏହି ମହାମାରୀ ବିରୋଧରେ ଲଢେଇ ପାଇଁ ଅନୁପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ସେହିପରି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ଡାକ୍ତରମାନଙ୍କ ପ୍ରଚେଷ୍ଟାରୁ ଏହା ସମ୍ଭବ ହୋଇପାରିଥିବା ଜଣାଇଛନ୍ତି। ଏଥିସହ ଏହି କୋଭିଡ୍‌ ହିରୋଙ୍କୁ ସେ ସାଲ୍ୟୁଟ ଜଣାଇଛନ୍ତି। ସୂଚନାଯୋଗ୍ୟ, ବୃଦ୍ଧ ଉଦୟନାଥ କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ଗତ୧୮ ତାରିଖରେ ହସ୍ପିଟାଲରୁ ସେ ଡିସ୍‌ଚାର୍ଜ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଦେଖି ଦ୍ରୁତ ବାଇକ୍‌ ଚାଳନା, ସଚେତନ କଲେ ପ୍ରଶାସନ

ଜଟଣୀ,୫ା୪(ଡି.ଏନ୍‌.ଏ.): କରୋନା ମୁକାବିଲା ଲାଗି ଲକଡାଉନ ଘୋଷଣା ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିଛି। ଏଥିରେ ମଧ୍ୟ ଭିଡ ଜମିବାରୁ ସହରର ପ୍ରାୟ ହାଟ, ବଜାରକୁ...

ଅସୁସ୍ଥ ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

ଜଗତ୍‌ସିଂହପୁର ଅଫିସ,୧୦ା୪: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ପରିସରରୁ ଅସୁସ୍ଥ ଥିବା ଜଣେ ଗରିବ ବୃଦ୍ଧାଙ୍କୁ ତାଙ୍କ ଗାଁରେ ଛାଡିବାକୁ ଆସିଥିବା ଏକ ବେସରକାରୀ...

ସ୍ବଚ୍ଛ ଭୁବନେଶ୍ୱର ପାଇଁ ଅଭିନବ ନିଷ୍ପତ୍ତି: ୫ଶହ ଗ୍ରାମ୍‌ ପ୍ଲାଷ୍ଟିକ୍‌ ଦେଲେ ‘ଆହାର’ ମିଲ୍‌

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ସ୍ବଚ୍ଛ ସହର ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଜୋର୍‌ଦାର ଉଦ୍ୟମ ଚଳାଇଛି। ଶୁକ୍ରବାର ସହରବାସୀଙ୍କୁ ସଚେତନ...

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

କ.ନୂଆଗଁା,୨୪ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ସାରଙ୍ଗ ଗଡ଼ ଥାନା ଅଞ୍ଚଳରେ ବୁଧବାର ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବନେଗଁାର ଜମ୍ବେବ ପ୍ରଧାନ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬ ଆକ୍ରାନ୍ତ, ମୋଟ ସୁସ୍ଥଙ୍କ ସଂଖ୍ୟା ୩ ,୭୨୦ରେ ପହଞ୍ଚିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ରାଜ୍ୟରେ ଆଉ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ହଜାର ୭୨୦ରେ ପହଞ୍ଚିଛି। ଏନେଇ ରାଜ୍ୟ...

ଭଉଣୀ ହତ୍ୟାକାରୀକୁ ଆଜୀବନ: ଭିଣୋଇ ନିର୍ଦ୍ଦୋଶରେ ଖଲାସ

ଆନନ୍ଦପୁର,୨୫। ୯(ସ୍ବ.ପ୍ର.): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ବୁଧବାର ଏକ ହତ୍ୟା ଘଟଣାର ରାୟ ପ୍ରକାଶ କରି ଭିଣୋଇକୁ ନିର୍ଦ୍ଦୋଶରେ ଖଲାସ ଏବଂ...

ମଝିଗଡ଼ିଆରୁ ହରିଣ ଉଦ୍ଧାର

କପ୍ତିପଦା,୨୦।୫(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ମଝିଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ହରିଣକୁ ଉଦ୍ଧାର କରାଯାଇଛି ା ଉଦ୍ଧାର ହରିଣଟିକୁ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ...

ମାଲକାନଗିରି ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ: ଜିଲାର ବିକାଶରେ ଗଣପର୍ବର ଭୂମିକା ଗୁରୁତ୍ୱପୂର୍ଣ୍ଣ

ମାଲକାନଗିରି,୫ା୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ତରଫରୁ ବୁଧବାର ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନରେ ନିକଟସ୍ଥ ସତୀଗୁଡା ଜଳଭଣ୍ଡାରର ଚମ୍ପାଖାରୀ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *