ବ୍ରହ୍ମପୁତ୍ର ନଦୀ ଉପରେ ଚାଇନାର ନଦୀ ବନ୍ଧ ଯୋଜନା: ଭାରତ-ବାଂଲାଦେଶ ଉପରେ ପଡ଼ିବ ପ୍ରଭାବ

ବେଜିଂ,୩୦।୧୧: ବ୍ରହ୍ମପୁୁତ୍ର ନଦୀ ଉପରେ ଚାଇନା ବିଶାଳକାୟ ନନ୍ଦୀବନ୍ଧ ନିର୍ମାଣ କରିବାକୁ ଯାଉଛି। ଏସମ୍ପର୍କରେ ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ ଚାଇନା ଅରୁଣାଚଳ ପ୍ରଦେଶ ନିକଟରେ ବ୍ରହ୍ମପୁତ୍ର ନଦୀର ନିମ୍ନ ଅବବାହିକାରେ ନଦୀବନ୍ଧ କରିବାକୁ ଷଡ଼ଯନ୍ତ୍ର ରଚିଥିବା ଗ୍ଲୋବାଲ ଟାଇମ୍ସ୍‌ରେ ଉଲ୍ଲେଖ କରାଯାଇଛି। ଏନେଇ ଚାଇନାର କମ୍ୟୁନିଷ୍ଟ ସରକାରଙ୍କ ପକ୍ଷରୁ ୧୪ ତମ ପଞ୍ଚବାର୍ଷିକ ଯୋଜନା ଅନ୍ତର୍ଗତ ଏହି ଘୋଷଣା କରାଯାଇଛି। ଏହି ପରିଯୋଜନା ନେଇ ଚାଇନା ପକ୍ଷରୁ କୌଣସି ବଜେଟ ଜାରି କରାଯାଇ ନାହିଁ। ତେବେ ଏହାକୁ ନେଇ ଭାରତ ସହିତ ଚାଇନାର ବିବାଦ ଅଧିକ ବଢ଼ିବାର ଆଶଙ୍କା ରହିଛି। ଏହାର ଉଚ୍ଚତା ୧୮୧ ମିଟର ଏବଂ ଲମ୍ବା ୨.୩୩ କିଲୋମିଟର ହେବା ବୋଲି କୁହାଯାଉଛି। ଚାଇନା ବ୍ରହ୍ମପୁତ୍ର ନଦୀ ଉପରେ ପୂୂର୍ବରୁ ୧୧ଟି ବନ୍ଧ ନିର୍ମାଣ କରିସାରିଛି। ସେଥି ମଧ୍ୟରେ ସମ୍ପ୍ରତି ନିର୍ମାଣ ହେବାକୁ ଯାଉଥିବା ୟାରଲୁଙ୍ଗ୍‌ ଜଙ୍ଗ୍‌ବୋ ଜଳ ବିଦ୍ୟୁତ୍‌ ପରିଯୋଜନା ସର୍ବ ବୃହତ୍‌। ଏହା ୨୦୩୫ ସୁଦ୍ଧା ଶେଷ ହେବ ବୋଲି କୁହାଯାଉଛି। ଏହା ୨୦୧୫ଠାରୁ କାମ କରିବା ଆରମ୍ଭ କରିଛି। ଏହା ସହିତ ତିବ୍ବତର ବାପୁ, ଜିଇଶି, ଲଙ୍ଗ୍‌ଟା, ଡାକପା, ନାଙ୍ଗ୍‌, ଡେମୋ, ନାମ୍‌ଚା, ମେଟୋକଠାରେ ମଧ୍ୟ ଚାଇନାର ଜଳବିଦ୍ୟୁତ୍‌ ଯୋଜନା ରହିଛି। ବ୍ରହ୍ମପୁତ୍ର ନଦୀ ତିବ୍ବତରୁ ଚାଇନା ଅଧିକୃତ ଅଞ୍ଚଳରୁ ବାହାରି ଅରୁଣାଚଳ ଦେଇ ଭାରତରେ ପ୍ରବେଶ କରୁଛି। ପରେ ଏହା ଆସାମ ଦେଇ ବାଲାଂଦେଶରେ ପ୍ରବେଶ କରିଛି। ବର୍ଷର ଅନ୍ୟ ସମୟରେ ନଦୀର ଜଳସ୍ତର ସାମାନ୍ୟ ରହୁଛି। ମାତ୍ର ବର୍ଷା ଦିନେ ଚାଇନାର ନଦୀବନ୍ଧ ପରିଯୋଜନା ଯୋଗୁ ଅଧିକ ବର୍ଷା ଜଳ ନିଷ୍କାସନ ହେଉଥିବାରୁ ଆସାମ ଏବଂ ବାଂଲାଦେଶରେ ପ୍ରତିବର୍ଷ ବନ୍ୟା ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ପୁଣି ନୂଆ ନଦୀବନ୍ଧ ନିର୍ମାଣ ହେଲେ ପରିସ୍ଥିତି ସଙ୍କଟ ଜନକ ହେବ ବୋଲି କୁହାଯାଉଛି। ଚାଇନା ଜାଣିଶୁଣି ଏଭଳି କରୁଥିବା ଅଭିଯୋଗ ହେଉଛି। ଏହାଦ୍ୱାରା ଭାରତ ଏବଂ ବାଂଲାଦେଶ ଉପରେ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?