Posted inଖେଳ

ଓଡ଼ିଶା ଏଫ୍‌ସି ସୁପର କପ୍‌ ଚାମ୍ପିୟନ

ଭୁବନେଶ୍ୱର,୨୬ା୪(ସ୍ପୋଟର୍‌ସ ବ୍ୟୁରୋ): କେରଳର କୋଝିକୋଡରେ ଅନୁଷ୍ଠିତ ସୁପର୍‌ କପ୍‌ ଫୁଟବଲର ଚତୁର୍ଥ ସଂସ୍କରଣରେ ଚାମ୍ପିୟନ୍‌ ହୋଇଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ନୂତନ କୋଚ୍‌ କ୍ଲିଫୋର୍ଡ ମିରାଣ୍ଡାଙ୍କ ଅଧୀନରେ ପ୍ରଥମ ଥର ପାଇଁ ସୁପର କପ୍‌ରେ ଅଂଶଗ୍ରହଣ କରିଥିବା ବେଳେ ଦଳ ଏହାର ପ୍ରଥମ ଜାତୀୟ ଟାଇଟଲ୍‌ ହାସଲ କରିଛି। ଏହା ସହିତ ପ୍ରଥମ ଭାରତୀୟ କୋଚ୍‌ ଭାବରେ ମିରାଣ୍ଡା ଓଏଫ୍‌ସିକୁ ଚାମ୍ପିୟନ କରାଇଛନ୍ତି। ମଙ୍ଗଳବାରର ଫାଇନାଲ ମ୍ୟାଚରେ ଡିଏଗୋ ମରିସିଓ ଡବଲ ଗୋଲ ସ୍କୋର କରିଥିବା ବେଳେ ବେଙ୍ଗାଲୁରୁ ଏଫ୍‌ସିକୁ ୨-୧ଗୋଲରେ ହରାଇଛି ଓଏଫ୍‌ସି। ଓଡ଼ିଶା ପକ୍ଷରୁ ମରିସିଓ (୨୩ ଓ ୩୭ ତମ ମିନିଟରେ) ଦୁଇଟି ଗୋଲ ସ୍କୋର କରିଥିବା ବେଳେ ୮୫ ତମ ମିନିଟରେ ବେଙ୍ଗାଲୁରୁ ପକ୍ଷରୁ ସୁନୀଲ ଛେତ୍ରୀ ଏକମାତ୍ର ଗୋଲ ସ୍କୋର କରିଥିଲେ।
ଇଏମଏସ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଓଏଫ୍‌ସି ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୨୨ ତମ ମିନିଟରେ ଓଡ଼ିଶାର ଭିକ୍ଟର ରୋଡ୍ରିଗୁଏଜଙ୍କୁ ଫାଉଲ୍‌ ମାରିବା କାରଣରୁ ସୁରେଶଙ୍କୁ ୟେଲୋ କାର୍ଡ ମିଳିଥିବା ବେଳେ ଓଡ଼ିଶାକୁ ଏକ ଫ୍ରି କିକ୍‌ ମିଳିଥିଲା। ୨୩ ତମ ମିନିଟରେ ଫ୍ରି କିକ୍‌ରୁ ଗୋଲ ସ୍କୋର କରିବା ସହିତ ଡିଏଗୋ ମରିସିଓ ଓଡ଼ିଶାକୁ ଅଗ୍ରଣୀ କରିଥିଲେ। ୩୭ ତମ ମିନିଟରେ ଓଏଫ୍‌ସି ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମରିସିଓ। ଜେରୀଙ୍କ ହେଡରକୁ ବେଙ୍ଗାଲୁରୁ ପୋଷ୍ଟ ମଧ୍ୟକୁ ପଠାଇ ସେ ଦଳକୁ ୨-୦ରେ ଆଗୁଆ କରିଥିଲେ।
ପ୍ରଥମାର୍ଦ୍ଧରେ ଓଏଫ୍‌ସି ୨-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲା। ଦ୍ୱିତୀୟାର୍ଦ୍ଧର ୮୫ ମିନିଟ ପର୍ଯ୍ୟନ୍ତ କେହି କାହାକୁ ଗୋଳ ଦେଇ ପାରିନଥିଲେ। ୮୩ ତମ ମିନିଟରେ ଅନିକେତ ଯାଦବ ବେଙ୍ଗାଲୁରୁର ଶିବଶକ୍ତିଙ୍କୁ ଫାଉଲ ମାରିବା କାରଣରୁ ପେନାଲ୍ଟି କିକ୍‌ ମିଳିଥିଲା। ଅଧିନାୟକ ସୁନୀଲ ଛେତ୍ରୀ ଗୋଲ ସ୍କୋର କରିବା ସହିତ ଏକମାତ୍ର ଗୋଲଟି ପରିଶୋଧ କରିଥିଲେ। ଫାଇନାଲ ମ୍ୟାଚରେ ଡବଲ୍‌ ଗୋଲ୍‌ ସହିତ ଆଇଏସ୍‌ଏଲ୍‌ ଗୋଲ୍ଡେନ୍‌ ବୁଟ୍‌ ବିଜେତା ଡିଏଗୋ ମରିସିଓ ଓଏଫ୍‌ସି ପକ୍ଷରୁ ସର୍ବାଧିକ ୫ ଗୋଲ ସ୍କୋର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନନ୍ଦ କୁମାର ଶେକର ୪ ଗୋଲ ମାରିଛନ୍ତି। ଅମରିନ୍ଦର ସିଂଙ୍କୁ ଗୋଲକିପର୍‌ ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା। ଟାଇଟଲ ବିଜୟୀ ହୋଇଥିବା ବେଳେ ଏସିଆନ୍‌ ଏଏଫ୍‌ସି ଯୋଗ୍ୟତା ଅର୍ଜନ ପାଇଁ ଏପ୍ରିଲ ୨୯ ତାରିଖରେ ଗୋକୁଳମ କେରଳ ବିପକ୍ଷରେ ମ୍ୟାଚ୍‌ ଖେଳିବ ଓଏଫ୍‌ସି। ଏହି ମ୍ୟାଚ୍‌ର ବିଜେତା ଏସିଆନ୍‌ ଏଏଫ୍‌ସି ପାଇଁ ଯୋଗ୍ୟତା ଅର୍ଜନ କରିବ।

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଓଡ଼ିଶା ଏଫ୍‌ସି ପ୍ରଥମଥରପାଇଁ ସୁପରକପ୍‌ ଟାଇଟଲ୍‌ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ୨-୧ରେ ପରାସ୍ତ କରିଥିଲା। ଭବିଷ୍ୟତରେ ଓଡ଼ିଶା ଏଫ୍‌ସି ଆହୁରି ଅଧିକ ସଫଳତା ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri