Posted inଖେଳ

ଓଡ଼ିଶା ଏଫ୍‌ସି ସୁପର କପ୍‌ ଚାମ୍ପିୟନ

ଭୁବନେଶ୍ୱର,୨୬ା୪(ସ୍ପୋଟର୍‌ସ ବ୍ୟୁରୋ): କେରଳର କୋଝିକୋଡରେ ଅନୁଷ୍ଠିତ ସୁପର୍‌ କପ୍‌ ଫୁଟବଲର ଚତୁର୍ଥ ସଂସ୍କରଣରେ ଚାମ୍ପିୟନ୍‌ ହୋଇଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ନୂତନ କୋଚ୍‌ କ୍ଲିଫୋର୍ଡ ମିରାଣ୍ଡାଙ୍କ ଅଧୀନରେ ପ୍ରଥମ ଥର ପାଇଁ ସୁପର କପ୍‌ରେ ଅଂଶଗ୍ରହଣ କରିଥିବା ବେଳେ ଦଳ ଏହାର ପ୍ରଥମ ଜାତୀୟ ଟାଇଟଲ୍‌ ହାସଲ କରିଛି। ଏହା ସହିତ ପ୍ରଥମ ଭାରତୀୟ କୋଚ୍‌ ଭାବରେ ମିରାଣ୍ଡା ଓଏଫ୍‌ସିକୁ ଚାମ୍ପିୟନ କରାଇଛନ୍ତି। ମଙ୍ଗଳବାରର ଫାଇନାଲ ମ୍ୟାଚରେ ଡିଏଗୋ ମରିସିଓ ଡବଲ ଗୋଲ ସ୍କୋର କରିଥିବା ବେଳେ ବେଙ୍ଗାଲୁରୁ ଏଫ୍‌ସିକୁ ୨-୧ଗୋଲରେ ହରାଇଛି ଓଏଫ୍‌ସି। ଓଡ଼ିଶା ପକ୍ଷରୁ ମରିସିଓ (୨୩ ଓ ୩୭ ତମ ମିନିଟରେ) ଦୁଇଟି ଗୋଲ ସ୍କୋର କରିଥିବା ବେଳେ ୮୫ ତମ ମିନିଟରେ ବେଙ୍ଗାଲୁରୁ ପକ୍ଷରୁ ସୁନୀଲ ଛେତ୍ରୀ ଏକମାତ୍ର ଗୋଲ ସ୍କୋର କରିଥିଲେ।
ଇଏମଏସ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଓଏଫ୍‌ସି ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ୨୨ ତମ ମିନିଟରେ ଓଡ଼ିଶାର ଭିକ୍ଟର ରୋଡ୍ରିଗୁଏଜଙ୍କୁ ଫାଉଲ୍‌ ମାରିବା କାରଣରୁ ସୁରେଶଙ୍କୁ ୟେଲୋ କାର୍ଡ ମିଳିଥିବା ବେଳେ ଓଡ଼ିଶାକୁ ଏକ ଫ୍ରି କିକ୍‌ ମିଳିଥିଲା। ୨୩ ତମ ମିନିଟରେ ଫ୍ରି କିକ୍‌ରୁ ଗୋଲ ସ୍କୋର କରିବା ସହିତ ଡିଏଗୋ ମରିସିଓ ଓଡ଼ିଶାକୁ ଅଗ୍ରଣୀ କରିଥିଲେ। ୩୭ ତମ ମିନିଟରେ ଓଏଫ୍‌ସି ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମରିସିଓ। ଜେରୀଙ୍କ ହେଡରକୁ ବେଙ୍ଗାଲୁରୁ ପୋଷ୍ଟ ମଧ୍ୟକୁ ପଠାଇ ସେ ଦଳକୁ ୨-୦ରେ ଆଗୁଆ କରିଥିଲେ।
ପ୍ରଥମାର୍ଦ୍ଧରେ ଓଏଫ୍‌ସି ୨-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲା। ଦ୍ୱିତୀୟାର୍ଦ୍ଧର ୮୫ ମିନିଟ ପର୍ଯ୍ୟନ୍ତ କେହି କାହାକୁ ଗୋଳ ଦେଇ ପାରିନଥିଲେ। ୮୩ ତମ ମିନିଟରେ ଅନିକେତ ଯାଦବ ବେଙ୍ଗାଲୁରୁର ଶିବଶକ୍ତିଙ୍କୁ ଫାଉଲ ମାରିବା କାରଣରୁ ପେନାଲ୍ଟି କିକ୍‌ ମିଳିଥିଲା। ଅଧିନାୟକ ସୁନୀଲ ଛେତ୍ରୀ ଗୋଲ ସ୍କୋର କରିବା ସହିତ ଏକମାତ୍ର ଗୋଲଟି ପରିଶୋଧ କରିଥିଲେ। ଫାଇନାଲ ମ୍ୟାଚରେ ଡବଲ୍‌ ଗୋଲ୍‌ ସହିତ ଆଇଏସ୍‌ଏଲ୍‌ ଗୋଲ୍ଡେନ୍‌ ବୁଟ୍‌ ବିଜେତା ଡିଏଗୋ ମରିସିଓ ଓଏଫ୍‌ସି ପକ୍ଷରୁ ସର୍ବାଧିକ ୫ ଗୋଲ ସ୍କୋର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନନ୍ଦ କୁମାର ଶେକର ୪ ଗୋଲ ମାରିଛନ୍ତି। ଅମରିନ୍ଦର ସିଂଙ୍କୁ ଗୋଲକିପର୍‌ ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା। ଟାଇଟଲ ବିଜୟୀ ହୋଇଥିବା ବେଳେ ଏସିଆନ୍‌ ଏଏଫ୍‌ସି ଯୋଗ୍ୟତା ଅର୍ଜନ ପାଇଁ ଏପ୍ରିଲ ୨୯ ତାରିଖରେ ଗୋକୁଳମ କେରଳ ବିପକ୍ଷରେ ମ୍ୟାଚ୍‌ ଖେଳିବ ଓଏଫ୍‌ସି। ଏହି ମ୍ୟାଚ୍‌ର ବିଜେତା ଏସିଆନ୍‌ ଏଏଫ୍‌ସି ପାଇଁ ଯୋଗ୍ୟତା ଅର୍ଜନ କରିବ।

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଓଡ଼ିଶା ଏଫ୍‌ସି ପ୍ରଥମଥରପାଇଁ ସୁପରକପ୍‌ ଟାଇଟଲ୍‌ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ୨-୧ରେ ପରାସ୍ତ କରିଥିଲା। ଭବିଷ୍ୟତରେ ଓଡ଼ିଶା ଏଫ୍‌ସି ଆହୁରି ଅଧିକ ସଫଳତା ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?