ପଙ୍କୋଦ୍ଧାର ବିଳମ୍ବକୁ ନେଇ ଅସନ୍ତୋଷ

କଟକ ଅଫିସ,୨୬।୪: କଟକ ମହାନଗର ନିଗମ(ସିଏମ୍‌ସି)ର ବିଭିନ୍ନ ଓ୍ବାର୍ଡରେ ଦୁଇଟି ପର୍ଯ୍ୟାୟରେ ପଙ୍କୋଦ୍ଧାର କରାଯିବା କଥା। ଏଥିପାଇଁ ୩ଟି ଘରୋଇ ସଂସ୍ଥା(ମଞ୍ଜୁ, ପ୍ରତ୍ୟୁଷ ଓ ଜାଗୃତି)କୁ ଦାୟିତ୍ୱ ଦିଆଯାଇଛି। ହେଲେ ଏପ୍ରିଲ ମାସ ଶେଷ ହେବାକୁ ବସିଥିବାବେଳେ ପ୍ରଥମ ପର୍ଯ୍ୟାୟ ପଙ୍କୋଦ୍ଧାର ଶେଷ ହୋଇନାହିଁ। ଖାଲି ସେତିକି ନୁହେଁ ଟେଣ୍ଡର ନେଇଥିବା ସଂସ୍ଥା ପ୍ରକୃତରେ କେତେ ପଙ୍କୋଦ୍ଧାର କରିଛି ତା’ର ତଥ୍ୟ ଓ ଯନ୍ତ୍ରୀ ବିଭାଗ ତଥ୍ୟ ସହିତ ତାଳମେଳ ରହୁ ନାହିଁ। ଫଳରେ ପଙ୍କୋଦ୍ଧାର କିଭଳି ଭାବେ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ୩ ସଂସ୍ଥାର ମନମୁଖି କାର୍ଯ୍ୟକୁ ନେଇ ଚେତାବନୀ ଦିଆଯିବା ସହିତ ଆସନ୍ତା ୩୦ ସୁଦ୍ଧା ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ କରାଯିବ। ଏନେଇ ମଙ୍ଗଳବାର ସିଏମ୍‌ସି ବିଜୁ ଭବନରେ ଅନୁଷ୍ଠିତ ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ସ୍ଥାୟୀ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୂଳିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।
ଏହି ୩ ସଂସ୍ଥାର କାର୍ଯ୍ୟକୁ ଯନ୍ତ୍ରୀ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉ ନ ଥିବାରୁ ସହରରେ ପଙ୍କୋଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କମିଟି ଅଧ୍ୟକ୍ଷା ମୂଳିଆଙ୍କ ନେତୃତ୍ୱରେ ସଂସ୍ଥାର ପଙ୍କୋଦ୍ଧାର କାର୍ଯ୍ୟକୁ ତଦାରଖ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ପ୍ରତି ୱାର୍ଡରେ କେତେ ନାଳ ଓ ତାହାର ମାପ ସଂକ୍ରାନ୍ତରେ ଯନ୍ତ୍ରୀ ବିଭାଗ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଅପରପକ୍ଷରେ ରାସ୍ତାପାର୍ଶ୍ୱ ଅଚଳ ଲାଇଟ୍‌ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସହରର ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ମେଶିନ ଅଚଳ ହୋଇପଡିଛି। ତେବେ କେତେ ସଂଖ୍ୟକ ମେଶିନ ଅଚଳ ହୋଇପଡିଛି, ତାହାର ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରଦାନ କରିବାକୁ ଯନ୍ତ୍ରୀ ବିଭାଗକୁ କୁହାଯାଇଛି। ସେହିଭଳି ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନେ କମିଟିକୁ ଜଣାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଧ୍ୟକ୍ଷା ମୂଳିଆ ଗତ କାଉନ୍‌ସିଲ ବୈଠକରେ ଏ ନେଇ ଅଭିଯୋଗ କରିଥିଲେ। ଫଳରେ ଏହି ବୈଠକରେ ସିଏମ୍‌ସି ମେୟର ସୁବାସ ସିଂ ଯୋଗଦେଇ ପ୍ରତି କାର୍ଯ୍ୟ ସମ୍ପର୍କରେ ବିଭାଗୀୟ କମିଟିକୁ ଅବଗତ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ୱାଟ୍‌କୋ ଅଧିକାରୀଙ୍କ ଅନୁପସ୍ତିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବୈଠକରେ କମିଟିର ସମସ୍ତ ସଦସ୍ୟ, ଯନ୍ତ୍ରୀ ବିଭାଗ ଓ ଜାଇକା ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri