ପଙ୍କୋଦ୍ଧାର ବିଳମ୍ବକୁ ନେଇ ଅସନ୍ତୋଷ

କଟକ ଅଫିସ,୨୬।୪: କଟକ ମହାନଗର ନିଗମ(ସିଏମ୍‌ସି)ର ବିଭିନ୍ନ ଓ୍ବାର୍ଡରେ ଦୁଇଟି ପର୍ଯ୍ୟାୟରେ ପଙ୍କୋଦ୍ଧାର କରାଯିବା କଥା। ଏଥିପାଇଁ ୩ଟି ଘରୋଇ ସଂସ୍ଥା(ମଞ୍ଜୁ, ପ୍ରତ୍ୟୁଷ ଓ ଜାଗୃତି)କୁ ଦାୟିତ୍ୱ ଦିଆଯାଇଛି। ହେଲେ ଏପ୍ରିଲ ମାସ ଶେଷ ହେବାକୁ ବସିଥିବାବେଳେ ପ୍ରଥମ ପର୍ଯ୍ୟାୟ ପଙ୍କୋଦ୍ଧାର ଶେଷ ହୋଇନାହିଁ। ଖାଲି ସେତିକି ନୁହେଁ ଟେଣ୍ଡର ନେଇଥିବା ସଂସ୍ଥା ପ୍ରକୃତରେ କେତେ ପଙ୍କୋଦ୍ଧାର କରିଛି ତା’ର ତଥ୍ୟ ଓ ଯନ୍ତ୍ରୀ ବିଭାଗ ତଥ୍ୟ ସହିତ ତାଳମେଳ ରହୁ ନାହିଁ। ଫଳରେ ପଙ୍କୋଦ୍ଧାର କିଭଳି ଭାବେ ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ୩ ସଂସ୍ଥାର ମନମୁଖି କାର୍ଯ୍ୟକୁ ନେଇ ଚେତାବନୀ ଦିଆଯିବା ସହିତ ଆସନ୍ତା ୩୦ ସୁଦ୍ଧା ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ କରାଯିବ। ଏନେଇ ମଙ୍ଗଳବାର ସିଏମ୍‌ସି ବିଜୁ ଭବନରେ ଅନୁଷ୍ଠିତ ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ସ୍ଥାୟୀ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୂଳିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।
ଏହି ୩ ସଂସ୍ଥାର କାର୍ଯ୍ୟକୁ ଯନ୍ତ୍ରୀ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉ ନ ଥିବାରୁ ସହରରେ ପଙ୍କୋଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କମିଟି ଅଧ୍ୟକ୍ଷା ମୂଳିଆଙ୍କ ନେତୃତ୍ୱରେ ସଂସ୍ଥାର ପଙ୍କୋଦ୍ଧାର କାର୍ଯ୍ୟକୁ ତଦାରଖ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ପ୍ରତି ୱାର୍ଡରେ କେତେ ନାଳ ଓ ତାହାର ମାପ ସଂକ୍ରାନ୍ତରେ ଯନ୍ତ୍ରୀ ବିଭାଗ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଅପରପକ୍ଷରେ ରାସ୍ତାପାର୍ଶ୍ୱ ଅଚଳ ଲାଇଟ୍‌ ମରାମତି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସହରର ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ମେଶିନ ଅଚଳ ହୋଇପଡିଛି। ତେବେ କେତେ ସଂଖ୍ୟକ ମେଶିନ ଅଚଳ ହୋଇପଡିଛି, ତାହାର ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରଦାନ କରିବାକୁ ଯନ୍ତ୍ରୀ ବିଭାଗକୁ କୁହାଯାଇଛି। ସେହିଭଳି ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅଧିକାରୀମାନେ କମିଟିକୁ ଜଣାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଧ୍ୟକ୍ଷା ମୂଳିଆ ଗତ କାଉନ୍‌ସିଲ ବୈଠକରେ ଏ ନେଇ ଅଭିଯୋଗ କରିଥିଲେ। ଫଳରେ ଏହି ବୈଠକରେ ସିଏମ୍‌ସି ମେୟର ସୁବାସ ସିଂ ଯୋଗଦେଇ ପ୍ରତି କାର୍ଯ୍ୟ ସମ୍ପର୍କରେ ବିଭାଗୀୟ କମିଟିକୁ ଅବଗତ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ୱାଟ୍‌କୋ ଅଧିକାରୀଙ୍କ ଅନୁପସ୍ତିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବୈଠକରେ କମିଟିର ସମସ୍ତ ସଦସ୍ୟ, ଯନ୍ତ୍ରୀ ବିଭାଗ ଓ ଜାଇକା ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri