Posted inଖେଳ

ଛାଡ଼ପତ୍ରକୁ ଗୁଜବ କହିଲେ ଶୋଏବ

କରାଚୀ,୨୬ା୪(ପି.ଟି): ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ସହିତ ଛାଡପତ୍ର ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ୍‌। ବିଗତ ୬ ମାସ ହେବ ଉଭୟ ଅଲଗା ହେବା ନେଇ ଚର୍ଚ୍ଚା ହୋଇ ଆସୁଛି। ଏପରିକି ଉଭୟ ଏକତ୍ର ନଜର ମଧ୍ୟ ଆସୁନାହାନ୍ତି। ପ୍ରଥମ ଥର ପାଇଁ ଶୋଏବ ଏହା ଉପରେ ପ୍ରତିକ୍ରିୟା ରଖିବା ସହ ଏହାକୁ ଗୁଜବ ବୋଲି କହିଛନ୍ତି। ଉଭୟ ଏକତ୍ର ଦେଖା ନ ଯିବାର ମୁଖ୍ୟ କାରଣ ହେଉଛି ଉଭୟ କ୍ରୀଡା ସହ ଜଡିତ ପ୍ରଫେସନାଲ କମିଟମେଣ୍ଟ। ଏହା ବ୍ୟତୀତ ଇଦ୍‌ର ମାହୋଲରେ ସେ ନିଜ ପତ୍ନୀ ଓ ପୁଅଙ୍କୁ ମିସ୍‌ କରୁଥିବା କହିଛନ୍ତି ଶୋଏବ। ଏକ ପାକିସ୍ତାନୀ ଚ୍ୟାନେଲରେ ଶୋଏବ ଏହି ମନ୍ତବ୍ୟ ଦେଇଥିଲେ। ବୈବାହିକ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ, ମାତ୍ର ଏହାକୁ ସମ୍ପର୍କର ଶେଷ ବୋଲି ବିବେଚନା କରିବା ଭୁଲ୍‌। ଉଭୟଙ୍କ ଅନ୍ତର୍ଜାତୀୟ କ୍ରୀଡା ଜୀବନର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ କାରଣରୁ ଏକତ୍ର ହୋଇପାରୁ ନ ଥିବା ସେ ସ୍ବୀକାର କରିଥିଲେ। ତେବେ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରକାଶ ପାଉଥିବା ଖବର ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଶୋଏବ ମଲିକଙ୍କ ପାକିସ୍ତାନୀ ଅଭିନେତ୍ରୀ ତଥା ୟୁ ଟ୍ୟୁବର ଆୟେଶା ଓମାରଙ୍କ ସହିତ ଏକ ଫଟୋଶୁଟ୍‌ ବେଶ୍‌ ଭାଇରାଲ ହୋଇଥିଲା। ଉଭୟଙ୍କ ନାମ ପରସ୍ପର ସହିତ ଯୋଡାଯାଇଥିଲା। ତେବେ ଉଭୟ ଶୋଏବ ଓ ଆୟେଶା ଏହି ଖବରକୁ ଅସ୍ବୀକାର କରି ଆସିଛନ୍ତି। ଏହି ଫଟୋଶୁଟ୍‌ଟି କିଛି ବର୍ଷ ପୂର୍ବରୁ ହୋଇଥିବା ନେଇ ଆୟେଶା ସ୍ପଷ୍ଟୋକ୍ତି ରଖିଥିଲେ। ସାନିଆ ମିର୍ଜା ନିଜ ଅନ୍ତର୍ଜାତୀୟ ଟେନିସ୍‌ରୁ ଅବସର ନେଇ ସାରିଥିବା ବେଳେ ୪୧ ବର୍ଷୀୟ ଶୋଏବ ବିଶ୍ୱର ବିଭିନ୍ନ ଲିଗ୍‌ରେ ଅଂଶଗ୍ରହଣ କରୁଛନ୍ତି। ଶୋଏବ ପୂର୍ବରୁ ବିବାହିତ ଥିବା ବେଳେ ୭ ଏପ୍ରିଲ୍‌ ୨୦୧୦ରେ ପ୍ରଥମ ପତ୍ନୀ ଆୟେଶା ସିଦ୍ଦିକିଙ୍କୁ ଛାଡପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri