Posted inଖେଳ

କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ବିଦା କଲା ଓଡ଼ିଶା ଏଫ୍‌ସି: ମହଙ୍ଗା ପଡ଼ିଲା ରେପ୍‌ ମନ୍ତବ୍ୟ

ନୂଆଦିଲ୍ଳୀ,୩।୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅନ୍ୟତମ ଦଳ ଓଡ଼ିଶା ଏଫ୍‌ସି ମଙ୍ଗଳବାର ହେଡ୍‌ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ଦାୟିତ୍ୱରୁ ହଟାଇଛି। ସୋମବାର ଗୋଆର ବାମ୍ବୋଲିମ୍‌ରେ ଅନୁଷ୍ଠିତ ଜାମଶେଦ୍‌ପୁର ଏଫ୍‌ସି ବିପକ୍ଷ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ୦-୧ ଗୋଲରେ ପରାସ୍ତ ହୋଇଥିଲା। ମ୍ୟାଚ୍‌ ପର ଖବରଦାତା ସମ୍ମିଳନୀରେ ବକ୍ସଟର ରେଫରିଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକ ବିବାଦୀୟ ମନ୍ତ୍ରବ୍ୟ ଦେବା ପରେ ଓଡ଼ିଶା ତରଫରୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି। ମ୍ୟାଚ୍‌ରେ ଓଡ଼ିଶା ଷ୍ଟ୍ରାଇକର ତଥା ବ୍ରାଜିଲ୍‌ ଫୁଟବଲର ଡିଏଗୋ ମୌରିସିଓଙ୍କୁ ପେନାଲ୍ଟି ଏରିଆରେ ପ୍ରତିପକ୍ଷ ଗୋଲକିପର ଟି.ପି. ରେହେନେସ ବିବାଦୀୟ ଢଙ୍ଗରେ ତଳେ ପକାଇଥିଲେ। ଫଳରେ ଓଡ଼ିଶା ପେନାଲ୍ଟି ପାଇଁ ଦାବି କରିଥିଲା। କିନ୍ତୁ ଏହାକୁ ରେଫରି ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ବକ୍ସଟର ପ୍ରବଳ ଅସନ୍ତୋଷ ଜାହିର କରିଥିଲେ।
ଆମ ସପକ୍ଷରେ ନିଷ୍ପତ୍ତି ଯାଉ ବୋଲି ଚାହୁଁଛୁ। ଆମେ କେବେ ପେନାଲ୍ଟି ପାଇବୁ ତାହା ମଧ୍ୟ ଆମେ ଜାଣି ନାହୁଁ। ଯଦି ଆମ ଖେଳାଳି ଅନ୍ୟ କାହାକୁ ବଳାତ୍କାର କରିନ୍ତି କିମ୍ବା ନିଜେ ବଳାତ୍କାରର ଶିକାର ହୁଅନ୍ତି ତା’ହେଲେ ସମ୍ଭବତଃ ଆମକୁ ପେନାଲ୍ଟି ମିଳିବ ବୋଲି ବକ୍ସଟର ଖବରଦାତା ସମ୍ମିଳନୀରେ ମନ୍ତବ୍ୟ ଦେଇଥିଲେ।
ଏହା ବିବାଦ ସୃଷ୍ଟି କରିବା ପରେ ଓଡ଼ିଶା ଏଫ୍‌ସି ତରଫରୁ କ୍ଷମା ମଗାଯାଇଥିଲା। ୬୭ ବର୍ଷୀୟ ଇଂଲଣ୍ଡର ପୂର୍ବତନ କ୍ଲବ୍‌ ଖେଳାଳି ତଥା ମ୍ୟାନେଜର ବକ୍ସଟରଙ୍କ ମନ୍ତବ୍ୟ ଅବାଞ୍ଚିତ ଓ ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା କ୍ଲବର ମର୍ଯ୍ୟାଦା ତଥା ଆଭିମୁଖ୍ୟକୁ ନକାରାତ୍ମକ ଭାବେ ପ୍ରଭାବିତ କରୁଛି ବୋଲି ଓଡ଼ିଶା ତରଫରୁ କୁହାଯାଇଥିଲା। କିନ୍ତୁ କଥା ଏତିକିରେ ସରି ନ ଥିଲା। ଓଡ଼ିଶା ଯଥାଶୀଘ୍ର ବକ୍ସଟରଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛି। ବାକିଥିବା ମ୍ୟାଚ୍‌ଗୁଡିକ ପାଇଁ ଖୁବ୍‌ଶୀଘ୍ର ମଧ୍ୟବର୍ତ୍ତିକାଳୀନ କୋଚ୍‌ଙ୍କ ନାମ ଘୋଷଣା କରାଯିବ ବୋଲି ଦଳ ତରଫରୁ କୁହାଯାଇଛି।
ଉଲ୍ଲେଖଥାଉ କି ବକ୍ସଟରଙ୍କ ତତ୍ତ୍ୱାବଧାନରେ ଚଳିତ ସେସ୍‌ନରେ ଓଡ଼ିଶା ଏଫ୍‌ସିର ପ୍ରଦର୍ଶନ ଆଦୌ ଆଶାନୁରୂପ ହୋଇପାରି ନାହିଁ। ଓଡ଼ିଶା ଏ ପର୍ଯ୍ୟନ୍ତ ୧୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ ଡ୍ର ଓ ୮ ପରାଜୟ ସହ ମାତ୍ର ୮ ପଏଣ୍ଟ ହାସଲ କରି ତାଲିକାର ସର୍ବନିମ୍ନ ସ୍ଥାନ ୧୧ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାମୋସଙ୍କ ହ୍ୟାଟ୍ରିକ୍‌: କ୍ୱାର୍ଟରରେ ପର୍ତ୍ତୁଗାଲ

ଦୋହା,୭।୧୨: ଫରଓ୍ବାର୍ଡ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ୍‌ ବଳରେ ଆତ୍ମବିଶ୍ୱାସ ଭରା ବିଜୟ ସହିତ କ୍ୱାର୍ଟରରେ ପ୍ରବେଶ କରିଛି ପର୍ତ୍ତୁଗାଲ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଖେଳା ଯାଇଥିବା...

କବର ସ୍ଥାନରେ କ୍ରିକେଟ ଅଭ୍ୟାସ କରୁଥିଲେ, ସୌରଭ ଗାଙ୍ଗୁଲି ବଦଳାଇଦେଲେ ଭାଗ୍ୟ

ନିଜ ଉପରେ ଯଦି ବିଶ୍ୱାସ ଅଛି ତେବେ କିଛି ବି କାମ ଅସମ୍ଭବ ନୁହେଁ। ଭାରତୀୟ ଦଳର ଜଣେ କ୍ରିକେଟର ମଧ୍ୟ ଅଛନ୍ତି, ଯିଏ କବର...

ଶ୍ୱାସ ଉପକରଣ ପ୍ରସ୍ତୁତ କରିବ ମର୍ସିଡିଜ୍‌ ଟିମ୍‌

ଲଣ୍ଡନ, ୮ା୪ (ଏଏଫ୍‌ପି)- କରୋନା ଭାଇରସ୍‌ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛି ଫର୍ମୁଲାଓ୍ବାନ ଟିମ୍‌ ମର୍ସିଡିଜ୍‌। ଆସନ୍ତା ସପ୍ତାହରୁ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ...

ଆଇପିଏଲ୍‌ ପରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ୍‌

ନୂଆଦିଲ୍ଲୀ,୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ଶେଷ ହେବାର ତୁରନ୍ତ ପରେ ଦକ୍ଷିଣ ଆଫ୍ରିକା ସହ ଏକ ଦ୍ୱିପାକ୍ଷିକ ଟି୨୦ ସିରିଜ୍‌ ଖେଳିବ।...

ଡ୍ରାଭିଡ୍‌ ହେଲେ ଭାରତୀୟ ଦଳର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୩।୧୧: ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କୁ ବୁଧବାର ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଚଳିତ ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ...

ସଚିନଙ୍କୁ ପଛରେ ପକାଇଲେ ଶେଫାଳି

ସେଣ୍ଟ ଲୁସିଆ,୧୦।୧୧(ପି.ଟି.)- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୩୦ ବର୍ଷର ପୂରୁଣା ରେକର୍ଡ ଭାଙ୍ଗିଛନ୍ତି ୧୫ ବର୍ଷୀୟା ଶେଫାଳି ବର୍ମା। ସେ ଦେଶର...

ଆଇସିସି ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନକୁ ଉଠିଲେ ଜାସନ ହୋଲ୍‌ଡର

ଦୁବାଇ ୧୫ା୭ (ପି.ଟି.)-ଆଇସିସି ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ୍‌ରେ ଓ୍ବେଷ୍ଟଇଣ୍ଡିଜ ବୋଲର ଜାସନ ହୋଲ୍‌ଡର ତାଙ୍କ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ସବୁଠାରୁ...

ଦୀର୍ଘ ୧୪୪ ବର୍ଷ ଟେଷ୍ଟ ଇତିହାସରେ କେବଳ ଏହି କ୍ରିକେଟର ପ୍ରଥମ ବଲ୍‌ରେ ମାରିଛନ୍ତି ଛକା, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ…

ନୂଆଦିଲ୍ଲୀ,୧୧।୮: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏଥିରେ ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇଥାଏ। ଦୀଘେ ପାଞ୍ଚ ଦିନ ଧରି ଚାଲୁଥିବା...

Advertisement
Archives

Model This Week