Posted inଖେଳ

କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ବିଦା କଲା ଓଡ଼ିଶା ଏଫ୍‌ସି: ମହଙ୍ଗା ପଡ଼ିଲା ରେପ୍‌ ମନ୍ତବ୍ୟ

ନୂଆଦିଲ୍ଳୀ,୩।୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅନ୍ୟତମ ଦଳ ଓଡ଼ିଶା ଏଫ୍‌ସି ମଙ୍ଗଳବାର ହେଡ୍‌ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ଦାୟିତ୍ୱରୁ ହଟାଇଛି। ସୋମବାର ଗୋଆର ବାମ୍ବୋଲିମ୍‌ରେ ଅନୁଷ୍ଠିତ ଜାମଶେଦ୍‌ପୁର ଏଫ୍‌ସି ବିପକ୍ଷ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ୦-୧ ଗୋଲରେ ପରାସ୍ତ ହୋଇଥିଲା। ମ୍ୟାଚ୍‌ ପର ଖବରଦାତା ସମ୍ମିଳନୀରେ ବକ୍ସଟର ରେଫରିଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକ ବିବାଦୀୟ ମନ୍ତ୍ରବ୍ୟ ଦେବା ପରେ ଓଡ଼ିଶା ତରଫରୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି। ମ୍ୟାଚ୍‌ରେ ଓଡ଼ିଶା ଷ୍ଟ୍ରାଇକର ତଥା ବ୍ରାଜିଲ୍‌ ଫୁଟବଲର ଡିଏଗୋ ମୌରିସିଓଙ୍କୁ ପେନାଲ୍ଟି ଏରିଆରେ ପ୍ରତିପକ୍ଷ ଗୋଲକିପର ଟି.ପି. ରେହେନେସ ବିବାଦୀୟ ଢଙ୍ଗରେ ତଳେ ପକାଇଥିଲେ। ଫଳରେ ଓଡ଼ିଶା ପେନାଲ୍ଟି ପାଇଁ ଦାବି କରିଥିଲା। କିନ୍ତୁ ଏହାକୁ ରେଫରି ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ ବକ୍ସଟର ପ୍ରବଳ ଅସନ୍ତୋଷ ଜାହିର କରିଥିଲେ।
ଆମ ସପକ୍ଷରେ ନିଷ୍ପତ୍ତି ଯାଉ ବୋଲି ଚାହୁଁଛୁ। ଆମେ କେବେ ପେନାଲ୍ଟି ପାଇବୁ ତାହା ମଧ୍ୟ ଆମେ ଜାଣି ନାହୁଁ। ଯଦି ଆମ ଖେଳାଳି ଅନ୍ୟ କାହାକୁ ବଳାତ୍କାର କରିନ୍ତି କିମ୍ବା ନିଜେ ବଳାତ୍କାରର ଶିକାର ହୁଅନ୍ତି ତା’ହେଲେ ସମ୍ଭବତଃ ଆମକୁ ପେନାଲ୍ଟି ମିଳିବ ବୋଲି ବକ୍ସଟର ଖବରଦାତା ସମ୍ମିଳନୀରେ ମନ୍ତବ୍ୟ ଦେଇଥିଲେ।
ଏହା ବିବାଦ ସୃଷ୍ଟି କରିବା ପରେ ଓଡ଼ିଶା ଏଫ୍‌ସି ତରଫରୁ କ୍ଷମା ମଗାଯାଇଥିଲା। ୬୭ ବର୍ଷୀୟ ଇଂଲଣ୍ଡର ପୂର୍ବତନ କ୍ଲବ୍‌ ଖେଳାଳି ତଥା ମ୍ୟାନେଜର ବକ୍ସଟରଙ୍କ ମନ୍ତବ୍ୟ ଅବାଞ୍ଚିତ ଓ ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା କ୍ଲବର ମର୍ଯ୍ୟାଦା ତଥା ଆଭିମୁଖ୍ୟକୁ ନକାରାତ୍ମକ ଭାବେ ପ୍ରଭାବିତ କରୁଛି ବୋଲି ଓଡ଼ିଶା ତରଫରୁ କୁହାଯାଇଥିଲା। କିନ୍ତୁ କଥା ଏତିକିରେ ସରି ନ ଥିଲା। ଓଡ଼ିଶା ଯଥାଶୀଘ୍ର ବକ୍ସଟରଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛି। ବାକିଥିବା ମ୍ୟାଚ୍‌ଗୁଡିକ ପାଇଁ ଖୁବ୍‌ଶୀଘ୍ର ମଧ୍ୟବର୍ତ୍ତିକାଳୀନ କୋଚ୍‌ଙ୍କ ନାମ ଘୋଷଣା କରାଯିବ ବୋଲି ଦଳ ତରଫରୁ କୁହାଯାଇଛି।
ଉଲ୍ଲେଖଥାଉ କି ବକ୍ସଟରଙ୍କ ତତ୍ତ୍ୱାବଧାନରେ ଚଳିତ ସେସ୍‌ନରେ ଓଡ଼ିଶା ଏଫ୍‌ସିର ପ୍ରଦର୍ଶନ ଆଦୌ ଆଶାନୁରୂପ ହୋଇପାରି ନାହିଁ। ଓଡ଼ିଶା ଏ ପର୍ଯ୍ୟନ୍ତ ୧୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ ଡ୍ର ଓ ୮ ପରାଜୟ ସହ ମାତ୍ର ୮ ପଏଣ୍ଟ ହାସଲ କରି ତାଲିକାର ସର୍ବନିମ୍ନ ସ୍ଥାନ ୧୧ତମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?