Posted inଖେଳ

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର: ପନ୍ତଙ୍କ ସମେତ ୩ ଖେଳାଳିଙ୍କ ନାମ ସୁପାରିସ୍‌

ଦୁବାଇ,୩।୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ‘ପ୍ଲେୟର ଅଫ୍‌ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସମେତ ଆଉ ଦୁଇ ଖେଳାଳି ସାମିଲ ହୋଇଛନ୍ତି। ନୂଆକରି ପ୍ରଦାନ କରାଯିବାକୁ ଥିବା ଏହି ପୁରସ୍କାର ପାଇଁ ଆଇସିସି ପନ୍ତଙ୍କ ବ୍ୟତୀତ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ ଆୟର୍ଲାଣ୍ଡର ପଲ୍‌ ଷ୍ଟର୍ଲିଂଙ୍କ ନାମ ସୁପାରିସ କରିଛି। ଗୋଟିଏ ମାସର ପ୍ରଦର୍ଶନକୁ ଭିତ୍ତିକରି ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ଗତ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଭାରତର ଐତିହାସିକ ସିରିଜ ବିଜୟରେ ପନ୍ତଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ସିଡ୍‌ନୀରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ପନ୍ତ ୯୭ ରନର ଉପଯୋଗୀ ପାଳି ଖେଳିଥିଲେ ଓ ଏହା ଡ୍ର ରହିଥିଲା। ସେହିପରି ବ୍ରିସ୍‌ବେନ୍‌ର ଗାବାରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପନ୍ତ ଅପରାଜିତ ୮୯ ରନର ଲଢୁଆ ଇନିଂସ ଖେଳି ଭାରତକୁ ଜିତାଇ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
ସେହିପରି ଜାନୁୟାରୀରେ ରୁଟ୍‌ ଶ୍ରୀଲଙ୍କ ବିପକ୍ଷରେ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ଯଥାକ୍ରମେ ୨୨୮ ଓ ୧୮୬ ରନ ସଂଗ୍ରହ କରିଥିଲେ। ଏହି ସିରିଜରେ ଇଂଲଣ୍ଡ ୨-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ସେହିପରି ଷ୍ଟର୍ଲିଂ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ଦୁଇଟି ଓ ଆଫଗାନିସ୍ତାନ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳି ୩ଟି ଶତକ ହାସଲ କରିଥିଲେ।
ଅନ୍ୟପଟେ ମହିଳା ପୁରସ୍କାର ପାଇଁ ପାକିସ୍ତାନର ଡାଏନା ବେଗ୍‌ ଓ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ଶବନିମ୍‌ ଇସ୍‌ମାଇଲ ଓ ମାରିଜନେ କାପ୍ପଙ୍କ ନାମ ଆଇସିସି ନୋମିନେଟ୍‌ କରିଛି। ବେଗ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ଓ ୨ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆ ସିରିଜରେ ସେ ମୋଟ ଉପରେ ସର୍ବାଧିକ ୯ ଉଇକେଟ ଅକ୍ତିଆର କରିଛନ୍ତି। ସେହିପରି ଇସ୍‌ମାଇଲ ପାକିସ୍ତାନ ବିପକ୍ଷରେ ୩ଟି ଦିନିକିଆ ଓ ୨ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆ ସିରିଜରେ ସେ ୭ ଉଇକେଟ ନେଇ ଦକ୍ଷିଣ ଆଫ୍ରିକାକୁ ଜିତାଇଥିଲେ। ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ରେ ସେ ୫ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ମାରିଜନେ ପାକିସ୍ତାନ ବିପକ୍ଷରେ ୨ଟି ଦିନିକିଆ ଓ ୨ଟି ଟି୨୦ ଖେଳିଥିଲେ। ଦିନିକିଆ ସିରିଜରେ ୧୧୦.୫୭ ଷ୍ଟ୍ରାଇକ୍‌ରେଟ୍‌ରେ ସେ ୧୧୫ ରନ ସଂଗ୍ରହ କରିବା ସହ ୩ଟି ଉଇକେଟ ଅକ୍ତିଆର କରିଥିଲେ।
ମତଦାନ ମାଧ୍ୟମରେ ପୁରସ୍କାରର ଅନ୍ତିମ ବିଜେତାଙ୍କ ନାମ ଘୋଷଣା କରାଯିବ। ଏଥିପାଇଁ ଆଇସିସି ଭୋଟିଂ ଏକାଡେମୀ ଦାୟିତ୍ୱରେ ରହିବ। ଏହି ଏକାଡେମୀରେ କ୍ରିକେଟ ଜଗତର ସିନିୟର ଜର୍ନାଲିଷ୍ଟ, ପୂର୍ବତନ ଖେଳାଳି ଓ ବ୍ରୋଡ୍‌କାଷ୍ଟର ଏବଂ ଆଇସିସି ହଲ୍‌ ଅଫ୍‌ ଫେମ୍‌ର କିଛି ସଦସ୍ୟ ସାମିଲ ରହିବେ। ଇମେଲ ମାଧ୍ୟମରେ ଭୋଟିଂ ଏକାଡେମୀ ତାଙ୍କର ଭୋଟ ଦେବେ। ଏହି ଏକାଡେମୀ ମତଦାନର ୯୦ ପ୍ରତିଶତ ଭୋଟ ଶେୟାର ନିଜ ପାଖରେ ବଜାୟ ରଖିବ। ଆଉ ୧୦ ପ୍ରତିଶତ ଭୋଟିଂ ଶେୟାର ପ୍ରଶଂସକଙ୍କ ପାଖରେ ରହିବ। ଆଇସିସି ଓ୍ବେବସାଇଟ୍‌ରେ ପ୍ରଶଂସକମାନେ ମତଦାନ କରିପାରିବେ। ପ୍ରତ୍ୟେକ ମାସର ଦ୍ୱିତୀୟ ସୋମବାର ଆଇସିସି ଡିଜିଟାଲ ଚ୍ୟାନେଲ ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri