Posted inଖେଳ

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର: ପନ୍ତଙ୍କ ସମେତ ୩ ଖେଳାଳିଙ୍କ ନାମ ସୁପାରିସ୍‌

ଦୁବାଇ,୩।୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ‘ପ୍ଲେୟର ଅଫ୍‌ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସମେତ ଆଉ ଦୁଇ ଖେଳାଳି ସାମିଲ ହୋଇଛନ୍ତି। ନୂଆକରି ପ୍ରଦାନ କରାଯିବାକୁ ଥିବା ଏହି ପୁରସ୍କାର ପାଇଁ ଆଇସିସି ପନ୍ତଙ୍କ ବ୍ୟତୀତ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ ଆୟର୍ଲାଣ୍ଡର ପଲ୍‌ ଷ୍ଟର୍ଲିଂଙ୍କ ନାମ ସୁପାରିସ କରିଛି। ଗୋଟିଏ ମାସର ପ୍ରଦର୍ଶନକୁ ଭିତ୍ତିକରି ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ଗତ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜରେ ଭାରତର ଐତିହାସିକ ସିରିଜ ବିଜୟରେ ପନ୍ତଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ସିଡ୍‌ନୀରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ପନ୍ତ ୯୭ ରନର ଉପଯୋଗୀ ପାଳି ଖେଳିଥିଲେ ଓ ଏହା ଡ୍ର ରହିଥିଲା। ସେହିପରି ବ୍ରିସ୍‌ବେନ୍‌ର ଗାବାରେ ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ପନ୍ତ ଅପରାଜିତ ୮୯ ରନର ଲଢୁଆ ଇନିଂସ ଖେଳି ଭାରତକୁ ଜିତାଇ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
ସେହିପରି ଜାନୁୟାରୀରେ ରୁଟ୍‌ ଶ୍ରୀଲଙ୍କ ବିପକ୍ଷରେ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ଯଥାକ୍ରମେ ୨୨୮ ଓ ୧୮୬ ରନ ସଂଗ୍ରହ କରିଥିଲେ। ଏହି ସିରିଜରେ ଇଂଲଣ୍ଡ ୨-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ସେହିପରି ଷ୍ଟର୍ଲିଂ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ଦୁଇଟି ଓ ଆଫଗାନିସ୍ତାନ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳି ୩ଟି ଶତକ ହାସଲ କରିଥିଲେ।
ଅନ୍ୟପଟେ ମହିଳା ପୁରସ୍କାର ପାଇଁ ପାକିସ୍ତାନର ଡାଏନା ବେଗ୍‌ ଓ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ଶବନିମ୍‌ ଇସ୍‌ମାଇଲ ଓ ମାରିଜନେ କାପ୍ପଙ୍କ ନାମ ଆଇସିସି ନୋମିନେଟ୍‌ କରିଛି। ବେଗ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଦିନିକିଆ ଓ ୨ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆ ସିରିଜରେ ସେ ମୋଟ ଉପରେ ସର୍ବାଧିକ ୯ ଉଇକେଟ ଅକ୍ତିଆର କରିଛନ୍ତି। ସେହିପରି ଇସ୍‌ମାଇଲ ପାକିସ୍ତାନ ବିପକ୍ଷରେ ୩ଟି ଦିନିକିଆ ଓ ୨ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆ ସିରିଜରେ ସେ ୭ ଉଇକେଟ ନେଇ ଦକ୍ଷିଣ ଆଫ୍ରିକାକୁ ଜିତାଇଥିଲେ। ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ରେ ସେ ୫ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ମାରିଜନେ ପାକିସ୍ତାନ ବିପକ୍ଷରେ ୨ଟି ଦିନିକିଆ ଓ ୨ଟି ଟି୨୦ ଖେଳିଥିଲେ। ଦିନିକିଆ ସିରିଜରେ ୧୧୦.୫୭ ଷ୍ଟ୍ରାଇକ୍‌ରେଟ୍‌ରେ ସେ ୧୧୫ ରନ ସଂଗ୍ରହ କରିବା ସହ ୩ଟି ଉଇକେଟ ଅକ୍ତିଆର କରିଥିଲେ।
ମତଦାନ ମାଧ୍ୟମରେ ପୁରସ୍କାରର ଅନ୍ତିମ ବିଜେତାଙ୍କ ନାମ ଘୋଷଣା କରାଯିବ। ଏଥିପାଇଁ ଆଇସିସି ଭୋଟିଂ ଏକାଡେମୀ ଦାୟିତ୍ୱରେ ରହିବ। ଏହି ଏକାଡେମୀରେ କ୍ରିକେଟ ଜଗତର ସିନିୟର ଜର୍ନାଲିଷ୍ଟ, ପୂର୍ବତନ ଖେଳାଳି ଓ ବ୍ରୋଡ୍‌କାଷ୍ଟର ଏବଂ ଆଇସିସି ହଲ୍‌ ଅଫ୍‌ ଫେମ୍‌ର କିଛି ସଦସ୍ୟ ସାମିଲ ରହିବେ। ଇମେଲ ମାଧ୍ୟମରେ ଭୋଟିଂ ଏକାଡେମୀ ତାଙ୍କର ଭୋଟ ଦେବେ। ଏହି ଏକାଡେମୀ ମତଦାନର ୯୦ ପ୍ରତିଶତ ଭୋଟ ଶେୟାର ନିଜ ପାଖରେ ବଜାୟ ରଖିବ। ଆଉ ୧୦ ପ୍ରତିଶତ ଭୋଟିଂ ଶେୟାର ପ୍ରଶଂସକଙ୍କ ପାଖରେ ରହିବ। ଆଇସିସି ଓ୍ବେବସାଇଟ୍‌ରେ ପ୍ରଶଂସକମାନେ ମତଦାନ କରିପାରିବେ। ପ୍ରତ୍ୟେକ ମାସର ଦ୍ୱିତୀୟ ସୋମବାର ଆଇସିସି ଡିଜିଟାଲ ଚ୍ୟାନେଲ ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?