ହାରୁହାରୁ ଜିତିଥିଲେ, ଜିତୁଜିତୁ ହାରିଥିଲେ

ଭୁବନେଶ୍ୱର,୯।୪: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ସବୁ ଦଳର ପ୍ରାର୍ଥୀ ଓହ୍ଲାଇଲେଣି ପ୍ରଚାର ମଇଦାନରେ। କୁହାଯାଉଛି ଏଥର ୨୪ରେ କଡା ଟକ୍କର ହେବାକୁ ଯାଉଛି। ମୁହାମୁହିଁ ହେବେ ହେଭିଓ୍ବେଟ୍‌। ପୂର୍ବରୁ ଭୁବନେଶ୍ୱର ଓ ସମ୍ବଲପୁରରେ ମହା ସଂଗ୍ରାମ ହେବ ବୋଲି କୁହାଯାଉଥିବାବେଳେ ଅନ୍ୟ ଜିଲାରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିପାର। ତେବେ ୨୦୧୯ରେ ମଧ୍ୟ ଓଡିଶାର ବିଭିନ୍ନ ଅଞ୍ଚଳରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଗତ ନିର୍ବାଚନରେ ବଲାଙ୍ଗୀରର କଣ୍ଟାବାଂଜିରେ ହୋଇଥିଲା କାଣ୍ଟେ କା ଟକ୍କର। ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା। କଂଗ୍ରେସ ଏହି ଆସନରୁ ସନ୍ତୋଷ ସିଂ ସାଲୁଜାଙ୍କୁ ଟିକେଟ୍‌ ଦେଇଥିବାବେଳେ ଭାଜପା ଲକ୍ଷ୍ମଣ ବାଗ ଓ ବିଜେଡି ଅଜୟ କୁମାର ଦାସଙ୍କୁ ଟିକେଟ୍‌ ଦେଇଥିଲା। ଏଥିରେ ସାଲୁଜା ୬୪,୨୪୬ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ଲକ୍ଷ୍ମଣଙ୍କୁ ୬୪,୧୧୮ ଭୋଟ୍‌ ମିଳିଥିଲା। କହିରଖୁଛୁ କି, ଲକ୍ଷ୍ମଣ ମାତ୍ର ୧୨୮ ଭୋଟ୍‌ରେ ସାଲୁଜାଙ୍କ ଠାରୁ ପରାସ୍ତ ହୋଇଥିଲେ।

ସେହିପରି କୋରାପୁଟର ଲକ୍ଷ୍ମୀପୁରରେ ଦୁଇ ଦଳର ପ୍ରାର୍ଥୀଙ୍କ ଭିତରେ ହୋଇଥିଲା ଘମାଘୋଟ ଲଢେଇ। ବିଜେଡିରୁ ପ୍ରଭୁ ଜାନିଙ୍କୁ ୪୫ ହଜାର ୨୧୧ ଭୋଟ ମିଳିଥିବାବେଳେ କଂଗ୍ରେସର କୈଳାସ କୁଲେଶିକାଙ୍କୁ ୪୪ହଜାର ୯୮୨ ଭୋଟ୍‌ ମିଳିଥିଲା। ଏହି ନିର୍ବାଚନରେ କୈଳାସ, ପ୍ରଭୁଙ୍କ ଠାରୁ ୨୨୯ ଭୋଟ୍‌ରେ ପରାଜୟ ହୋଇଥିଲେ।

ଗଜପତିର ମୋହନାରେ କଂଗ୍ରେସର ଦାଶରଥି ଗମାଙ୍ଗ ଓ ବିଜେଡିର ପୂର୍ଣ୍ଣବାସୀ ନାୟକଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ଏଥିରେ ଦାଶରଥି ୫୩ହଜାର ୭୦୫ ଭୋଟ୍‌ ପାଇ ବିଜୟ ମୁକୁଟ ପିନ୍ଧିଥିଲେ। ପୂର୍ଣ୍ଣବାସୀ ଏଥିରେ ମାତ୍ର ୨୩୫୪ ଭୋଟ୍‌ରେ ପରାସ୍ତ ହୋଇଥିଲେ।
ଢେଙ୍କାନାଳର ପରଜଙ୍ଗରେ ବିଜେଡି ଓ ଭାଜପା ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ବିଜେଡିର ନୃସିଂହ ସାହୁ ୭୮ହଜାର ୭୪୭ ଭୋଟ୍‌ ପାଇଁ ବିଜୟୀ ହୋଇଥିଲେ। ଏଥିରେ ଭାଜପାର ବିଭୂତି ଭୂଷଣ ପ୍ରଧାନ ମାତ୍ର ୭୪୦ କମ୍‌ ଭୋଟ୍‌ ପାଇ ପରାସ୍ତ ହୋଇଥିଲେ।

ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ଯେଉଁଥିରେ କଂଗ୍ରେସର ରାଜନ ଏକ୍କା ୫୩ହଜାର ୯୧୮ ଭୋଟ୍‌ରେ ବିଜୟୀ ହୋଇଥିଲେ। ଅନ୍ୟପଟେ ବିଜେଡିର ମଙ୍ଗଳା କିଷାନ ମାତ୍ର ୯୪୬ ଭୋଟ୍‌ରେ ପରାସ୍ତ ହୋଇଥିଲେ।

ସେହିପରି କେନ୍ଦୁଝରରେ ବିଜେଡି ଓ ଭାଜପା ମଧ୍ୟରେ ଲଢେଇ ହୋଇଥିଲେ। ଏଥିରେ ମୋହନ ମାଝି ୭୨ ହଜାର ୭୬୦ ଭୋଟ୍‌ ପାଇ ବିଜୟୀ ହୋଇଥିବାବେଳେ ମାଧବ ସରକାର ମାତ୍ର ୧୧୨୪ କମ୍‌ ଭୋଟ୍‌ ପାଇ ପରାସ୍ତ ହୋଇଥିଲେ। ଏହି କ୍ରମରେ ଉଦଳାରେ ଭାଜପାର ଭାସ୍କର ମଢେଇ ୬୯ହଜାର ୭୨୫ ଭୋଟ୍‌ ପାଇ ବିଜୟୀ ହୋଇଥିବାବେଳେ ବିଜେଡିର ଶ୍ରୀନାଥ ସୋରେନ ୧୪୩୩ କମ୍‌ ଭୋଟ୍‌ ପାଇ ପରାସ୍ତ ହୋଇଥିଲେ।

ଏବେକାର ଚର୍ଚ୍ଚିତ ଅଞ୍ଚଳ ନୀଳଗିରି ସେବେମଧ୍ୟ ଚର୍ଚ୍ଚାର ଘେରକୁ ଆସିଥିଲା। ଭାଜପାର ସୁକାନ୍ତ ନାୟକ ୬୯ହଜାର ୫୧୭ ଭୋଟ୍‌ ପାଇ ବିଜେଡିର ସନ୍ତୋଷ ଖଟୁଆଙ୍କୁ ପରାସ୍ତ କରିଥିଲେ। ସନ୍ତୋଷ ତାଙ୍କ ଠାରୁ ମାତ୍ର ୧୫୭୭ କମ୍‌ ଭୋଟ୍‌ ପାଇଁ ହାରିଥିଲେ। ସେହପରି ବ୍ରହ୍ମଗିରରେ ଭାଜପାର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୮୮ହଜାର ୨୫୬ ଭୋଟ୍‌ ପାଇ ଜିତିଥିବାବେଳେ ବିଜେଡିର ସଂଜୟ ଦାଶବର୍ମା ମାତ୍ର ୨୧୩୦ କମ୍‌ ଭୋଟ ପାଇ ପରାସ୍ତ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri