ବଦଳିଲେ ୨୮ ଓଏଏସ୍‌ ଅଫିସର

ଭୁବନେଶ୍ୱର,୨୨।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୨୮ ଓଏଏସ୍‌ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବଦଳି ବିଜ୍ଞପ୍ତି ଜାରି ହୋଇଛି। ସମ୍ପୃକ୍ତ ଅଫିସରମାନଙ୍କୁ ଅପରାହ୍ନରେ ରିଲିଭ୍‌ କରି ନୂଆ ସ୍ଥାନରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଏହି ବଦଳି କରାଯାଇଥିବା ଜଣାପଡ଼ିଛି।

ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପାରଳାଖେମୁଣ୍ଡି ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓଏଏସ୍‌ ଅଫିସର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ରାୟଗଡ଼ା ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଛି। ଓଏଏସ୍‌ ଅଫିସର ଜ୍ୟୋତିକାନ୍ତ ଭୁଜବଳଙ୍କୁ ଗଞ୍ଜାମ ଡିଏସ୍‌ଆର୍‌, କ୍ଷୀରୋଦ କୁମାର ଦାଶଙ୍କୁ ମୟୂରଭଞ୍ଜ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ନିର୍ଲିପ୍ତ ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ବିଭାଗ, ଗଜାନନ ପ୍ରଧାନଙ୍କୁ କେନ୍ଦୁଝର ଡିଏସ୍‌ଆର୍‌, ଇପ୍‌ସିତା ପାତ୍ର ବରଗଡ଼ ଜିଲା ମେଡିକାଲ ପ୍ରଶାସନିକ ଅଫିସର, ଆରତୀ ଭୋଇ ବଲାଙ୍ଗୀର ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓ ଅଳକାରାଣୀ ଦେବତାଙ୍କୁ ଢେଙ୍କାନାଳ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଛି।

ସେହିପରି ଓଏଏସ୍‌ ହରିହର ପଞ୍ଚୁଆତି ଓ ସିଗ୍ଧା ଛାୟା ମହାପାତ୍ରଙ୍କୁ ଜଳସମ୍ପଦ ବିଭାଗ ଜୋନ ଅଫିସର(ମୁଖ୍ୟାଳୟ), ଓଏଏସ୍‌ ଦୟାସିନ୍ଧୁ ପରି ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଛି। ସନ୍ତୋଷ ସାହୁଙ୍କୁ ଓଏସଡି(କ୍ରୀଡ଼ା କୋରାପୁଟକୁ ବଦଳି ହୋଇଥିବାବେଳେ ବିଶ୍ୱକେଶନ ପାଣ୍ଡେଙ୍କୁ ଓଏସ୍‌ଡି(କ୍ରୀଡ଼ା ସୁନ୍ଦରଗଡ଼ ଅଞ୍ଜଳି ତରାଇଙ୍କୁ ପୁରୀ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ସସ୍ମିତା ଉପାଧ୍ୟାୟଙ୍କୁ ଯାଜପୁର ଜିଲା ହସ୍ପିଟାଲ ପ୍ରଶାସନିକ ଅଫିସର, ଆଦଶ୍ୟା ରଥଙ୍କୁ କେନ୍ଦ୍ରାପଡ଼ା ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ନୀଳାମ୍ବର ମହାନନ୍ଦାଙ୍କୁ ସାଧାରଣ ପ୍ରଶାସନ ବିଭାଗ, ସୁଦୀପ୍ତ କୁମାର ନାଏକଙ୍କୁ ଓଏସ୍‌ଡି(କ୍ରୀଡ଼ା ଗଞ୍ଜାମ, ବାଣୀନିବେଦିତା ସ୍ବାଇଁଙ୍କୁ କଟକ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ଭଜନାନନ୍ଦ ସାହୁଙ୍କୁ ଜଳସମ୍ପଦ ବିଭାଗର ଜୋନ ଅଫିସର(ମୁଖ୍ୟାଳୟ), ଆଦିତ୍ୟ କୁମାର ପଣ୍ଡାଙ୍କୁ ଢେଙ୍କାନାଳ ଜୋନ ଅଫିସର(ରେଳପ୍ରକଳ୍ପ), ଶିବବ୍ରତ ତ୍ରିପାଠୀଙ୍କୁ ଅନୁଗୁଳ ଡିଏସ୍‌ଆର, ସ୍ମୃତିରଞ୍ଜନ ମଲ୍ଲିକଙ୍କୁ ଭୁବନେଶ୍ୱର ଇଡ୍‌କୋ(ମୁଖ୍ୟାଳୟ) ଲ୍ୟାଣ୍ଡ ଅଫିସର, ଗୋପିନାଥ ମିଶ୍ରଙ୍କୁ ଆଇନ ବିଭାଗର ଓଏସ୍‌ଡି, ପ୍ରଶାନ୍ତ କୁମାର ଜେନାଙ୍କୁ ଆଇନ ବିଭାଗର ଓଏସ୍‌ଡି, ଗୌରଚନ୍ଦ୍ର ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡି ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓ ଚିନ୍ମୟ କୁମାର ନାୟକଙ୍କୁ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଫିସର ଭାବେ ବଦଳି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri