ବଦଳିଲେ ୨୮ ଓଏଏସ୍‌ ଅଫିସର

ଭୁବନେଶ୍ୱର,୨୨।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୨୮ ଓଏଏସ୍‌ ଅଫିସରଙ୍କ ବଦଳି କରାଯାଇଛି। ଏନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବଦଳି ବିଜ୍ଞପ୍ତି ଜାରି ହୋଇଛି। ସମ୍ପୃକ୍ତ ଅଫିସରମାନଙ୍କୁ ଅପରାହ୍ନରେ ରିଲିଭ୍‌ କରି ନୂଆ ସ୍ଥାନରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଏହି ବଦଳି କରାଯାଇଥିବା ଜଣାପଡ଼ିଛି।

ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପାରଳାଖେମୁଣ୍ଡି ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓଏଏସ୍‌ ଅଫିସର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ରାୟଗଡ଼ା ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଛି। ଓଏଏସ୍‌ ଅଫିସର ଜ୍ୟୋତିକାନ୍ତ ଭୁଜବଳଙ୍କୁ ଗଞ୍ଜାମ ଡିଏସ୍‌ଆର୍‌, କ୍ଷୀରୋଦ କୁମାର ଦାଶଙ୍କୁ ମୟୂରଭଞ୍ଜ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ନିର୍ଲିପ୍ତ ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ବିଭାଗ, ଗଜାନନ ପ୍ରଧାନଙ୍କୁ କେନ୍ଦୁଝର ଡିଏସ୍‌ଆର୍‌, ଇପ୍‌ସିତା ପାତ୍ର ବରଗଡ଼ ଜିଲା ମେଡିକାଲ ପ୍ରଶାସନିକ ଅଫିସର, ଆରତୀ ଭୋଇ ବଲାଙ୍ଗୀର ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓ ଅଳକାରାଣୀ ଦେବତାଙ୍କୁ ଢେଙ୍କାନାଳ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଛି।

ସେହିପରି ଓଏଏସ୍‌ ହରିହର ପଞ୍ଚୁଆତି ଓ ସିଗ୍ଧା ଛାୟା ମହାପାତ୍ରଙ୍କୁ ଜଳସମ୍ପଦ ବିଭାଗ ଜୋନ ଅଫିସର(ମୁଖ୍ୟାଳୟ), ଓଏଏସ୍‌ ଦୟାସିନ୍ଧୁ ପରି ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଛି। ସନ୍ତୋଷ ସାହୁଙ୍କୁ ଓଏସଡି(କ୍ରୀଡ଼ା କୋରାପୁଟକୁ ବଦଳି ହୋଇଥିବାବେଳେ ବିଶ୍ୱକେଶନ ପାଣ୍ଡେଙ୍କୁ ଓଏସ୍‌ଡି(କ୍ରୀଡ଼ା ସୁନ୍ଦରଗଡ଼ ଅଞ୍ଜଳି ତରାଇଙ୍କୁ ପୁରୀ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ସସ୍ମିତା ଉପାଧ୍ୟାୟଙ୍କୁ ଯାଜପୁର ଜିଲା ହସ୍ପିଟାଲ ପ୍ରଶାସନିକ ଅଫିସର, ଆଦଶ୍ୟା ରଥଙ୍କୁ କେନ୍ଦ୍ରାପଡ଼ା ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ନୀଳାମ୍ବର ମହାନନ୍ଦାଙ୍କୁ ସାଧାରଣ ପ୍ରଶାସନ ବିଭାଗ, ସୁଦୀପ୍ତ କୁମାର ନାଏକଙ୍କୁ ଓଏସ୍‌ଡି(କ୍ରୀଡ଼ା ଗଞ୍ଜାମ, ବାଣୀନିବେଦିତା ସ୍ବାଇଁଙ୍କୁ କଟକ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ଭଜନାନନ୍ଦ ସାହୁଙ୍କୁ ଜଳସମ୍ପଦ ବିଭାଗର ଜୋନ ଅଫିସର(ମୁଖ୍ୟାଳୟ), ଆଦିତ୍ୟ କୁମାର ପଣ୍ଡାଙ୍କୁ ଢେଙ୍କାନାଳ ଜୋନ ଅଫିସର(ରେଳପ୍ରକଳ୍ପ), ଶିବବ୍ରତ ତ୍ରିପାଠୀଙ୍କୁ ଅନୁଗୁଳ ଡିଏସ୍‌ଆର, ସ୍ମୃତିରଞ୍ଜନ ମଲ୍ଲିକଙ୍କୁ ଭୁବନେଶ୍ୱର ଇଡ୍‌କୋ(ମୁଖ୍ୟାଳୟ) ଲ୍ୟାଣ୍ଡ ଅଫିସର, ଗୋପିନାଥ ମିଶ୍ରଙ୍କୁ ଆଇନ ବିଭାଗର ଓଏସ୍‌ଡି, ପ୍ରଶାନ୍ତ କୁମାର ଜେନାଙ୍କୁ ଆଇନ ବିଭାଗର ଓଏସ୍‌ଡି, ଗୌରଚନ୍ଦ୍ର ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡି ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓ ଚିନ୍ମୟ କୁମାର ନାୟକଙ୍କୁ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଫିସର ଭାବେ ବଦଳି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?