ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ପରଲୋକରେ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୨୦୧୯ରେ ମସ୍କିଷ୍କ ଏବଂ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ନେଇ ରାଜେଶ୍ୱରୀ ଫେସ୍‌ବୁକ୍‌ ପୃଷ୍ଠାରେ ସୂଚନା ଦେଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସୁସ୍ଥ ହୋଇ ଆସୁଥିଲେ। ଦୀର୍ଘଦିନ ଧରି ଲଢ଼େଇ କରୁଥିଲେ ହେଁ ବୁଧବାର ରାତିରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ତେବେ ରାଜେଶ୍ୱରୀ ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’, ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ’ରେ ସେ ପ୍ରଶଂସନୀୟ ଅଭିନୟ କରିଥିଲେ। ସେହିପରି ଧାରାବାହିକ ‘ଉଆଁସୀ କନ୍ୟା’, ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ବାଭିମାନ’, ‘ଦେବୀ’ଆଦିରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଧାରାବାହିକ ଉଆଁସି କନ୍ୟାରେ ଅଳକା ଚରିତ୍ରରେ ସେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ। ବିଶେଷତଃ ଖଳନାୟିକା ଚରିତ୍ର ପାଇଁ ରାଜେଶ୍ୱରୀ ଖୁବ ଲୋକପ୍ରିୟତା ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ସପ୍ତାହରେ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କର

ଭୁବନେଶ୍ୱର,୬ା୧(ବ୍ୟୁରୋ): କୋଭିଡ୍‌ ପରବର୍ତ୍ତୀ ସ୍ଥିତିରେ ଜୀବିକା ଅର୍ଜନ ଓ ନିଯୁକ୍ତି ସୃଷ୍ଟିଭିତ୍ତିକ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲାପାଳମାନଙ୍କୁ...

ନିବେଶକଙ୍କ ପାଇଁ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ

ନୂଆଦିଲ୍ଲୀ,୨୩।୯: ନିବେଶକ ଏବଂ ବିଜ୍‌ନେସ୍‌ ଲାଗି ବହୁ ପ୍ରତୀକ୍ଷିତ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଉନ୍ମୋଚିତ ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସମସ୍ତ ମଞ୍ଜୁରୀ ବ୍ୟବସ୍ଥାକୁ...

ବାଲୁଗାଁରୁ କୃଷ୍ଣପ୍ରସାଦ ଲଞ୍ଚ ଚଳାଚଳ ବନ୍ଦ

କୃଷ୍ଣପ୍ରସାଦ,୧ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁରୁଠାରୁ ଚିଲିକାରେ ଲଞ୍ଚ୍‌ ଯୋଗେ ଦୈନିକ ଶତାଧିକ ଯାତ୍ରୀ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ଅଞ୍ଚଳକୁ ଯାତାୟାତ କରିଥାନ୍ତି। ତେବେ ହଠାତ୍‌...

ବଜେଟ ଖର୍ଚ୍ଚ ୫୧ ହଜାର କୋଟି

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ସତ୍ତ୍ୱେ ରାଜ୍ୟରେ ରାଜସ୍ବ ଆଦାୟ ବୃଦ୍ଧି ଘଟିଛି। ଗତବର୍ଷ ତୁଳନାରେ ୨୦୨୦ ଅକ୍ଟୋବର ଶେଷ ସୁଦ୍ଧା ୨.୨୭ ପ୍ରତିଶତ ରାଜସ୍ବ ବୃଦ୍ଧି...

କୋଭିଡ୍‌ରେ ମୃତ ଅଙ୍ଗନଓ୍ବାଡି, ଆଶାକର୍ମୀଙ୍କ ପରିବାରକୁ ମିଳିବ ମାସିକ ସହାୟତା

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ଲଢ଼େଇରେ ଆଶାକର୍ମୀ ଓ ଅଙ୍ଗନଓ୍ବାଡି କର୍ମୀ ପ୍ରମୁଖ ଭୂମିକା ନେଉଛନ୍ତି। ଇତିମଧ୍ୟରେ ଏହି କୋଭିଡ୍‌ ଯୋଦ୍ଧାଙ୍କ ଜୀବନ ମଧ୍ୟ ଗଲାଣି। ପୂର୍ବରୁ ଏମାନଙ୍କ...

କନଷ୍ଟେବଳ ନିଯୁକ୍ତି ବୟସ ସୀମା ୪ ବର୍ଷ କୋହଳ, ଆଶାୟୀ ଆଶ୍ୱସ୍ତ

କଟକ ଅଫିସ,୨୪।୧: ରାଜ୍ୟରେ କନଷ୍ଟେବଳ ନିଯୁକ୍ତି ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପଦବୀ ଲାଗି ଆବେଦନକାରୀଙ୍କ ଲାଗି ବୟସ ସୀମା ୪ ବର୍ଷ...

ରେଭେନ୍‌ଶାରେ ଅନ୍‌ଲାଇନରେ ପାଠପଢ଼ା

କଟକ ଅଫିସ,୩।୪: ଅନ୍‌ଲାଇନରେ ଚାଲିଛି ପାଠପଢା। ଅଧ୍ୟାପକମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଛାତ୍ରୀଛାତ୍ରଙ୍କର କ୍ଲାସ ନେଉଛନ୍ତି। ସାରା ଦେଶରେ ଲକ୍‌ଡାଉନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ ଏପ୍ରିଲ...

ନଦୀରେ ବୁଡ଼ିଗଲେ ୨ ଭାଇ

ଡେଲାଙ୍ଗ,୧୭।୯(ଡି.ଏନ୍‌.ଏ.): ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଧାନକେରା ପଞ୍ଚାୟତ ନାଗଣ ଗ୍ରାମ ନିକଟ ଲୁଣା ନଦୀରେ ୨ ଶିଶୁପୁତ୍ର...

Advertisement
Archives

Model This Week