ବରଗଡ ଧନୁଯାତ୍ରା ମହୋତ୍ସବ: ୨୭ରେ ହେବ କଂସ ଚୟନ

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ

ଜାନୁଆରୀ ମାସ ୨୨ତାରିଖ ପଯର୍‌ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଏଥର ମ୍ଯଯ ଏହି ମହୋତ୍ସବ ପାଇଁ କଂସ ଚୟନ ପ୍ରକ୍ରିୟା ଚାଲିଛି। ଇତିମ୍ଯଯରେ ଆଶାୟୀ କଂସ କଳାକାରଙ୍କ ଆବେଦନ ଅବଧି ସରି ଯାଇଛି। ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୧୦ ଟାରୁ କଂସ ଚୟନ ଆରମ୍ଭ ହେବ। ସେହି ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଆବେଦନ କରିଥିବା ୪୪କଂସ କଳାକାରଙ୍କୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ଅନୁରୋଧ କରିଛି। ତେବେ ଏଥର ଧନୁଯାତ୍ରା ପାଇଁ କଂସ ଅଭିନୟ ପାଇଁ ମନୋନୀତ କଳାକାର ୨ ବର୍ଷ ପାଇଁ ଅଭିନୟ କରି ପାରିବେ ବୋଲି ସୂଚନା ଦିଆଯାଇଛି। ଏଠାରେ ପ୍ରକାଶଥାଉକି, ଗତବର୍ଷ ମଧ୍ୟ ଧନୁଯାତ୍ରା ପାଇଁ କଳାକାର ଚୟନ ହୋଇଥିଲା। ସେଥିରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ସୁଶିଲ କୁମାର ମେହେର କଂସ ଅଭିନୟ ପାଇଁ ମନୋନୀତ ହୋଇଥିଲେ। ମାତ୍ର ତାଙ୍କ ଅଭିନୟକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇ ଥିବାବେଳେ କେତେକ ମହଲରେ ପ୍ରଶଂସା ମଧ୍ୟ କରାଯାଇଥିଲା। ଏପରିକି ବିଭିନ୍ନ ସଂଗଠନ କଂସ ଅଭିନେତା ବଦଳି ପାଇଁ ଦାବି କରିଥିବାବେଳେ ଆଉ କିଛି ସଂଗଠନ ବଦଳି ନ କରିବା ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ସ୍ଥିତିରେ ମାନସିକ ଭାରାକ୍ରାନ୍ତ ରହିଥିବା ଦର୍ଶାଇ ଖୋଦ୍‌ କଂସ ଅଭିନେତା ସୁଶିଲ କୁମାର ମେହେର ଏଥର ଧନୁଯାତ୍ରା ମହୋତ୍ସବର ଅଭିନୟରୁ ଅ୍ଯଯାହତି ନେବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଆଦି୍ଯଯ ଗୋୟଲଙ୍କୁ ଲେଖି ଜଣାଇଥିଲେ। ଏହାପରେ ଧନୁଯାତ୍ରା ମହୋତ୍ସବ ସମିତିର କଳାକାର

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଟକଣାକୁ ଫୁ’; ଗୋବରୀ ନଦୀ ମଝିରେ ଟଳମଳ ହେଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ…

ମହାକାଳପଡ଼ା, ୨୦ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ‘ଅକ୍ୱାନ’କୁ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି।…

ବିପଦପ୍ରବଣ ଅଞ୍ଚଳରେ ପ୍ରଶାସନର ତଦାରଖ: ୨୫ ଆଶ୍ରୟସ୍ଥଳୀରେ ୩୬୦୦ ଲୋକ

ରାଇକିଆ, ୨୦।୧୧ (ପ୍ରଦୀପ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ କନ୍ଧମାଳ ଜିଲାର ରାଇକିଆରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ରେ…

ବାଲିଯାତ୍ରାରେ DRONE କୁ ନାଁ: ୧୧ ପର୍ଯ୍ୟନ୍ତ ଦୁଲୁକିବ ମଞ୍ଚ, ୫ କିମି ପରିଧି ନୋ ଡ୍ରୋନ୍ ଜୋନ୍, ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୦।୧୧(ପ୍ରଭୁକଲ୍ୟାଣ ପାଲ୍) ଐତିହାସିକ ବାଲିଯାତ୍ରାରେ ରାତି ୧୧ଟା ପର୍ଯ୍ୟନ୍ତ ବାଜିବ ମାଇକ୍ ଓ ସାଉଣ୍ଡ ସିଷ୍ଟମ୍। ଏଥିପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି।…

ବିପଦ ଟଳିଲା, ତଥାପି ସଜାଗ ରହିବାକୁ ପରାମର୍ଶ: ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ …

ଛତ୍ରପୁର/ଦିଲ୍ଲୀପ ସାମଲ, ୨୦/୧୧: ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ଏବଂ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଞ୍ଜାମ…

ପାକିସ୍ତାନର ପୁଣି ଥରେ ପର୍ଦ୍ଦାଫାଶ: ଭାରତ ଗସ୍ତ ସମୟରେ ମୁସାଦିକ ମଲିକଙ୍କୁ ସ୍ବାଗତ କରାଯାଇ ନଥିଲା ଦାବି ମିଥ୍ୟା ପ୍ରମାଣିତ

ନୂଆଦିଲ୍ଲୀ,୨୦।୧୧: ଶୁକ୍ରବାର (ନଭେମ୍ବର ୨୦) ନୂଆଦିଲ୍ଲୀରେ ତିନି ଦିନିଆ ଏସସିଓ (SCO) ‘ସଭ୍ୟତାଗୁଡ଼ିକର ସଂଳାପ’ (Dialogue of Civilizations) ଆରମ୍ଭ ହେବାକୁ ଯାଉଛି, ଯେଉଁଥିପାଇଁ ଏସସିଓ ସଦସ୍ୟ…

ସଙ୍କଟରେ ୪୨ ମୌଜା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁ

କଟକ ସଦର,୨୦ା୧୧(ସୁଶାନ୍ତ କୁମାର ଜେନା): ୪୨ ମୌଜାର ଜୀବନ ରେଖା କୁହାଯାଉଥିବା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁଟି ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି। ୪୦ ବର୍ଷ ତଳେ…

ନେପାଳ ବିପକ୍ଷରେ ଫ୍ଲପ ହେଲେ ବୈଭବ ସୂର୍ଯ୍ୟବଂଶୀ; ୨୬ ରନର ଇନିଂସ ପରେ ଥମିଗଲା ଏହି ‘ଓ୍ବାଣ୍ଡର ବୟ’ଙ୍କ ଝଡ଼

ନୂଆଦିଲ୍ଲୀ,୨୦।୧୧: ‘ରାଇଜିଂ ଷ୍ଟାର୍ସ ଏସିଆ କପ’ରେ ନେପାଳ ବିପକ୍ଷ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂରେ କୌଣସି ପ୍ରଭାବ ପକାଇ ପାରିଲେ ନାହିଁ। ଅଭିଷେକ ଶର୍ମାଙ୍କ ସହ ଇନିଂସ…

୨ ବର୍ଷ ପରେ ଟେଷ୍ଟ ସିରିଜ ଜିତିଲା ପାକିସ୍ତାନ: ତଥାପି ତାଲିକାରେ ବଦଳିଲାନି ଭାଗ୍ୟ, ରହିଲା ଶେଷରେ…

ନୂଆଦିଲ୍ଲୀ, ୨୦।୧୧: ପାକିସ୍ତାନ କ୍ରିକେଟ ଟିମ ପାଇଁ ଶୁକ୍ରବାର ଦିନଟି ଭଲ ରହିଛି। ପ୍ରାୟ ଦୁଇ ବର୍ଷ ପରେ ଦଳ ଏକ ଟେଷ୍ଟ ସିରିଜ ଜିତିବାରେ ସଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?