ଆଖି ବୁଜିଲେ କୋଶଲ ସଂଗଠକ ସାକେତ୍ ଶ୍ରୀଭୂଷଣ ସାହୁ

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ପାଇଁ ସ୍ବର ଉଠାଉଥିବା ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ସାକେତ୍ ଶ୍ରୀଭୂଷଣ ସାହୁଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଛି। ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିଲା । ସ୍ବର୍ଗତ ସାହୁଙ୍କ ପରଲୋକ ଖବର ଜଣାପଡିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ସାହୁ ଅବିବାହିତ ଥିଲେ ଏବଂ ଯୁବାବସ୍ଥା ତଥା ଛାତ୍ରାବସ୍ଥାରୁ କୋଶଲ ପ୍ରଦେଶ ଗଠନ ପାଇଁ ବାହାରିଥିଲେ। କୋଶଲ ପ୍ରଦେଶ ଗଠନ ନେଇ ଜୀବନ ଥିବା ପର୍ଯ୍ୟନ୍ତ ସେ ସ୍ବର ଉତ୍ତୋଳନ କରି ଆସିଥିଲେ। ଗନ୍ଧମାର୍ଦ୍ଦନ ବଞ୍ଚାଅ ପରିପ୍ରେକ୍ଷୀରେ ସେ ବିଗତ କିଛିଦିନ ତଳେ ସଭା, ସମିତି କରିଥିଲେ। ତାଙ୍କ ପରଲୋକ ସ୍ଥାନୀୟ ଲୋକ ଏବଂ କୋଶଲପ୍ରେମୀ ମାନଙ୍କୁ ସ୍ତବ୍ଧ ଓ ଶୋକାଭିଭୁତ କରି ପକାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଅକୁ କ୍ରିକେଟର୍ କରିବାକୁ ବହି ପଢ଼ିଥିଲେ ବାପା, ଆଜି ଶତକ ମାରି ଗର୍ବିତ କଲେ କୁଶାଗ୍ର

ନୂଆଦିଲ୍ଲୀ, ୨୦।୧୧: ଟିମ୍ ଇଣ୍ଡିଆ କାହିଁକି କୁମାର କୁଶାଗ୍ରଙ୍କୁ ନିୟମିତ ଭାବେ ନିଜ ସ୍କ୍ୱାଡ୍‌ରେ ସାମିଲ କରୁଛି, ତାହାର ଉତ୍ତର ଆଉ ଥରେ ମିଳିଯାଇଛି। ଇମର୍ଜିଂ ଏସିଆ…

୨୩ରୁ ୧୩୩ ଅଙ୍ଗନଓ୍ୱାଡ଼ି କେନ୍ଦ୍ରରେ ଝୁଲିବ ତାଲା : ସମୂହ ଛୁଟିରେ ଯିବେ କର୍ମୀ, ୫ ହଜାର ଶିଶୁ ପ୍ରଭାବିତ ହେବା ଆଶଙ୍କା

ଗୁଡ଼ାରି, ୨୦ା୧୧ (ପ୍ରମୋଦ କୁମାର ପତି): ରାଜ୍ୟ ସଂଘର ନିଷ୍ପତ୍ତି ଓ ଜିଲା ସଂଘର ସହମତିକ୍ରମେ ଗୁଡ଼ାରି ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀ ବିଭିନ୍ନ ଦାବି ପୂରଣ…

ବାତ୍ୟାରେ ଥରହର ତାରାତାରିଣୀ ପାହାଡ଼: ଲଗାଣ ବର୍ଷାରେ ଭୂସ୍ଖଳନ

ପୁରୁଷୋତ୍ତମପୁର, ୨୦।୧୧ (ସବିତା ମିଶ୍ର): ବାତ୍ୟା ‘ଅକ୍ୱାନ୍‌’ର ପ୍ରଭାବରେ ଲଗାଣ ବର୍ଷା ଏବେ ତାରାତାରିଣୀ ପାହାଡ଼ ପାଇଁ ବିପଦ ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ…

ବରଗଡ ଧନୁଯାତ୍ରା ମହୋତ୍ସବ: ୨୭ରେ ହେବ କଂସ ଚୟନ

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ…

କଟକଣାକୁ ଫୁ’; ଗୋବରୀ ନଦୀ ମଝିରେ ଟଳମଳ ହେଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ…

ମହାକାଳପଡ଼ା, ୨୦ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ‘ଅକ୍ୱାନ’କୁ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି।…

ବିପଦପ୍ରବଣ ଅଞ୍ଚଳରେ ପ୍ରଶାସନର ତଦାରଖ: ୨୫ ଆଶ୍ରୟସ୍ଥଳୀରେ ୩୬୦୦ ଲୋକ

ରାଇକିଆ, ୨୦।୧୧ (ପ୍ରଦୀପ ବେହେରା): ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ମୁକାବିଲା ପାଇଁ କନ୍ଧମାଳ ଜିଲାର ରାଇକିଆରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ରେ…

ବାଲିଯାତ୍ରାରେ DRONE କୁ ନାଁ: ୧୧ ପର୍ଯ୍ୟନ୍ତ ଦୁଲୁକିବ ମଞ୍ଚ, ୫ କିମି ପରିଧି ନୋ ଡ୍ରୋନ୍ ଜୋନ୍, ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୦।୧୧(ପ୍ରଭୁକଲ୍ୟାଣ ପାଲ୍) ଐତିହାସିକ ବାଲିଯାତ୍ରାରେ ରାତି ୧୧ଟା ପର୍ଯ୍ୟନ୍ତ ବାଜିବ ମାଇକ୍ ଓ ସାଉଣ୍ଡ ସିଷ୍ଟମ୍। ଏଥିପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି।…

ବିପଦ ଟଳିଲା, ତଥାପି ସଜାଗ ରହିବାକୁ ପରାମର୍ଶ: ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ …

ଛତ୍ରପୁର/ଦିଲ୍ଲୀପ ସାମଲ, ୨୦/୧୧: ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ଏବଂ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?