ବାଲିଯାତ୍ରାରେ DRONE କୁ ନାଁ: ୧୧ ପର୍ଯ୍ୟନ୍ତ ଦୁଲୁକିବ ମଞ୍ଚ, ୫ କିମି ପରିଧି ନୋ ଡ୍ରୋନ୍ ଜୋନ୍, ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୦।୧୧ ଐତିହାସିକ ବାଲିଯାତ୍ରାରେ ରାତି ୧୧ଟା ପର୍ଯ୍ୟନ୍ତ ବାଜିବ ମାଇକ୍ ଓ ସାଉଣ୍ଡ ସିଷ୍ଟମ୍। ଏଥିପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି। ଏଥିସହ ବାଲିଯାତ୍ରା ପଡ଼ିଆ ଓ ଏହାର ଆଖପାଖ ୫ କିଲୋମିଟର ପରିଧିକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। କଟକ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।

ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ଏହି ଐତିହାସିକ ମହୋତ୍ସବ। ଏଥିରେ ଦେଶର ବିଭିନ୍ନ ରାଜ୍ୟ ଓ ଜିଲାରୁ ସାଂସ୍କୃତିକ ଦଳ ଯୋଗଦେଇ ନିଜ ନିଜର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ପ୍ରଦର୍ଶନ କରିବେ। ଏସିଆର ସର୍ବବୃହତ୍ ବାଣିଜ୍ୟ ମେଳା ଭାବେ ପରିଚିତ ଏହି ମହୋତ୍ସବକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ରାତି ୧୧ଟା ପର୍ଯ୍ୟନ୍ତ ଲାଉଡ୍‌ସ୍ପିକର ଓ ସାଉଣ୍ଡ ସିଷ୍ଟମ୍ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି।

ଅନ୍ୟପକ୍ଷରେ, ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛି ଜିଲା ପ୍ରଶାସନ। ଚଳିତବର୍ଷ ମହୋତ୍ସବରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ସହ ବହୁ ବିଶିଷ୍ଟ ଅତିଥି ଓ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନଜରରେ ରଖି ନଭେମ୍ବର ୨୨ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆ ଓ ଏହାର ନିର୍ଦ୍ଧାରିତ ୫ କିଲୋମିଟର ପରିଧି ମଧ୍ୟରେ ଡ୍ରୋନ୍ ସମେତ ବିଭିନ୍ନ ଉଡ଼ନ୍ତା ଉପକରଣ ଉଡ଼ାଣ ଉପରେ ନିଷେଧାଦେଶ ଲାଗୁ କରାଯାଇଛି। ଏଥିମଧ୍ୟରେ ପାରାଗ୍ଲାଇଡର, ପାରାମୋଟର, ପାୱାର ହ୍ୟାଙ୍ଗ ଗ୍ଲାଇଡର, ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍ ଓ ୟୁଏଭି ଆଦି ରହିଛି।

ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଉପକରଣ ଜବତ କରାଯିବା ସହ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ। ନିର୍ଦ୍ଧାରିତ ଅଞ୍ଚଳ ଓ ସମୟସୀମା ମଧ୍ୟରେ ଏଭଳି ଉପକରଣ ଚଳାଇବାକୁ ଚାହୁଁଥିବା ବ୍ୟକ୍ତି ଓ ସଂସ୍ଥା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜୁଡିସିଆଲ୍ ସେକ୍ସନରୁ ପୂର୍ବାନୁମତି ନେବାକୁ ପଡ଼ିବ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ଟଳିଲା, ତଥାପି ସଜାଗ ରହିବାକୁ ପରାମର୍ଶ: ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ …

ଛତ୍ରପୁର/ଦିଲ୍ଲୀପ ସାମଲ, ୨୦/୧୧: ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ଏବଂ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଞ୍ଜାମ…

ପାକିସ୍ତାନର ପୁଣି ଥରେ ପର୍ଦ୍ଦାଫାଶ: ଭାରତ ଗସ୍ତ ସମୟରେ ମୁସାଦିକ ମଲିକଙ୍କୁ ସ୍ବାଗତ କରାଯାଇ ନଥିଲା ଦାବି ମିଥ୍ୟା ପ୍ରମାଣିତ

ନୂଆଦିଲ୍ଲୀ,୨୦।୧୧: ଶୁକ୍ରବାର (ନଭେମ୍ବର ୨୦) ନୂଆଦିଲ୍ଲୀରେ ତିନି ଦିନିଆ ଏସସିଓ (SCO) ‘ସଭ୍ୟତାଗୁଡ଼ିକର ସଂଳାପ’ (Dialogue of Civilizations) ଆରମ୍ଭ ହେବାକୁ ଯାଉଛି, ଯେଉଁଥିପାଇଁ ଏସସିଓ ସଦସ୍ୟ…

ସଙ୍କଟରେ ୪୨ ମୌଜା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁ

କଟକ ସଦର,୨୦ା୧୧(ସୁଶାନ୍ତ କୁମାର ଜେନା): ୪୨ ମୌଜାର ଜୀବନ ରେଖା କୁହାଯାଉଥିବା କାଠଯୋଡ଼ି ନଦୀର ଝିଙ୍କିରିଆ ସେତୁଟି ଏବେ ସଙ୍କଟଜନକ ପରିସ୍ଥିତିରେ ରହିଛି। ୪୦ ବର୍ଷ ତଳେ…

ନେପାଳ ବିପକ୍ଷରେ ଫ୍ଲପ ହେଲେ ବୈଭବ ସୂର୍ଯ୍ୟବଂଶୀ; ୨୬ ରନର ଇନିଂସ ପରେ ଥମିଗଲା ଏହି ‘ଓ୍ବାଣ୍ଡର ବୟ’ଙ୍କ ଝଡ଼

ନୂଆଦିଲ୍ଲୀ,୨୦।୧୧: ‘ରାଇଜିଂ ଷ୍ଟାର୍ସ ଏସିଆ କପ’ରେ ନେପାଳ ବିପକ୍ଷ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂରେ କୌଣସି ପ୍ରଭାବ ପକାଇ ପାରିଲେ ନାହିଁ। ଅଭିଷେକ ଶର୍ମାଙ୍କ ସହ ଇନିଂସ…

୨ ବର୍ଷ ପରେ ଟେଷ୍ଟ ସିରିଜ ଜିତିଲା ପାକିସ୍ତାନ: ତଥାପି ତାଲିକାରେ ବଦଳିଲାନି ଭାଗ୍ୟ, ରହିଲା ଶେଷରେ…

ନୂଆଦିଲ୍ଲୀ, ୨୦।୧୧: ପାକିସ୍ତାନ କ୍ରିକେଟ ଟିମ ପାଇଁ ଶୁକ୍ରବାର ଦିନଟି ଭଲ ରହିଛି। ପ୍ରାୟ ଦୁଇ ବର୍ଷ ପରେ ଦଳ ଏକ ଟେଷ୍ଟ ସିରିଜ ଜିତିବାରେ ସଫଳ…

ସର୍ବାଧିକ ଟେଷ୍ଟ ୱିକେଟ ନେବାର ରେକର୍ଡ ହାସଲ କରିଛନ୍ତି ପାକିସ୍ତାନୀ ବୋଲର, ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୨୦।୧୧: ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଅବାସ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ନେବାର ରେକର୍ଡ ସ୍ଥାପନ କରିଛନ୍ତି। ସେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ଦ୍ରୁତ…

ଅକ୍ୱାନ ପ୍ରଭାବରେ ଭାଙ୍ଗିଲା ଶିଶୁଣ୍ଡା-ଚିଙ୍ଗୁଡ଼ିଆ ନାଳ ଘାଇ, ଶହଶହ ହେକ୍ଟର ଚାଷଜମି ଜଳମଗ୍ନ

ଜଗନ୍ନାଥପ୍ରସାଦ,୨୦ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ, ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଯୋଗୁ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶିଶୁଣ୍ଡା ଚିଙ୍ଗୁଡ଼ିଆ…

‘ତାଙ୍କ ପାଖରେ ଲଢୁଆ ମନୋଭାବ ରହିଛି…’ ଯଶସ୍ବୀ ଜୈସୱାଲଙ୍କୁ ନେଇ ବଡ଼ ବୟାନ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଚାଲିଥିବା ୱେଲିଂଟନ ଟେଷ୍ଟ ମ୍ୟାଚରେ ଯଶସ୍ବୀ ଜୈସୱାଲ ଏକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଯଦିଓ ସେ ଶତକ ହାସଲ କରିବାରୁ ବଞ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?