Posted inଖେଳ

ଓସିଏ ଆନ୍ତଃ ଜିଲା ସିନିୟର ଟି ୨୦: ସୁପରଲିଗ୍‌ ମ୍ୟାଚରେ କଟକ-ଏ, ଇକୋର୍ସା ବିଜୟୀ

ଭୁବନେଶ୍ୱର,୨୧।୧୨(ସ୍ପୋର୍ଟ୍ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍‌ରେ ରବିବାର ସୁପରଲିଗ୍‌ର ଦୁଇଟି ମ୍ୟାଚ ଖେଳାଯାଇଛି। ଏଥିରେ କଟକ-ଏ ଓ ଇକୋର୍ସା ବିଜୟ ହାସଲ କରିଛନ୍ତି।
ରେଭନ୍ସା ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବାଲେଶ୍ୱର ଓ କଟକ-ଏ ପରସ୍ପରକୁ ଭେଟିଥିଲେ। ଏହି ଲୋ ସ୍କୋରିଂ ମ୍ୟାଚରେ କଟକ ୭ ଉଇକେଟରେ ବିଜୟ ହାସଲ କରିଛି। ଟସ୍‌ ଜିତି ବାଲେଶ୍ୱର ପ୍ରଥମେ ବ୍ୟାଟିଂ କରି ୧୮.୩ ଓଭରରେ ମାତ୍ର ୭୩ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଖଗେଶ ମିଶ୍ର ୧୨ ଓ ନାଉଥାମ୍‌ ଭଞ୍ଜ ୧୧ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ କଟକ ତରଫରୁ ସୁନୀଲ ରାଉଲ ୪, ଦୀପକ ବେହେରା ଓ ସୌରଭ କାନୋଜିଆ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ କଟକ ୧୪.୩ ଓଭରରେ ୩ ଉଇକେଟ ହରାଇ ୭୪ ରନକରି ବିଜୟୀ ହୋଇଥିଲା। ଦଳ ତରଫରୁ ଅରବିନ୍ଦ ସିଂ ଅପରାଜିତ ୨୩, ଜ୍ୟୋତି ରଞ୍ଜଦ ଦଳାଇ ୨୨ ରନ ସଂଗ୍ରହ କରିଥିଲେ। ବାଲେଶ୍ୱରର ଶେଖର ମାଝି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଓସିଏ ସଦସ୍ୟ ରବିନାରାୟଣ ପଣ୍ଡା ଅତିଥି ଭାବେ ଏହି ମ୍ୟାଚରେ ଯୋଗ ଦେଇଥିଲେ।
କିଟ୍‌ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଇକୋର୍ସା ୯ ଉଇକେଟରେ ଭୁବନେଶ୍ୱର-ଏ’କୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭୁବନେଶ୍ୱର ୧୮.୧ ଓଭରରେ ୯୨ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଶାନ୍ତନୁ ମିଶ୍ର ସର୍ବାଧିକ ୪୨, ଅନୁରାଗ ଷଡ଼ଙ୍ଗୀ ୧୦, ଦେବାଶିଷ ସାମନ୍ତରାୟ ୧୦ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଇକୋର୍ସା ତରଫରୁ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୪, ଜୟନ୍ତ ବେହେରା ଓ ଆଲୋକ ମଙ୍ଗରାଜ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଇକୋର୍ସା ୧୫.୪ ଓଭରରେ ଗୋଟିଏ ଉଇକେଟ ହରାଇ ୯୫ ରନ କରି ବିଜୟୀ ହୋଇଛି। ଦଳ ତରଫରୁ କାମେଶ୍ୱର ବାରିକ ଅପରାଜିତ ୪୩, ଗିରିଜା ରାଉତ ୨୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭୁବନେଶ୍ୱର ତରଫରୁ ମନୋଜ ବାରିକ ଏକମାତ୍ର ଉଇକେଟ ହାସଲ କରିଥିଲେ। ଓସିଏ ତଥା ମଙ୍ଗଳା କ୍ଲବ ସଦସ୍ୟ ଶିବବ୍ରତ ମଲିକ୍‌ ଅତିଥି ଭାବେ ଏହି ମ୍ୟାଚରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri