ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ ସେବାୟତ ପରିବାରଙ୍କ ଦର୍ଶନ ପରେ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଏଥିଲାଗି ଏଯାବତ ପ୍ରଶାସନ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଅର (ଏସ୍‌ଓପି) ଜାରି ହୋଇ ନ ଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ନେଇ ପୋଲିସ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି। ଜଗନ୍ନାଥବଲ୍ଲଭ ପାର୍କିଂସ୍ଥଳରେ ବ୍ୟବସ୍ଥା କରାଯିବା ସହ ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ନିର୍ମାଣ କରାଯାଉଛି। ରବିବାର ପୁରୀ ଏସ୍‌ପି କନୱର ବିଶାଲ ସିଂ ଏହି ବ୍ୟାରିକେଡ୍‌ ନିର୍ମାଣ ଓ ପାର୍କିଂ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପତିତପାବନ ଦର୍ଶନ ଉପରେ କୌଣସି କଟକଣା ଲାଗୁ କରାଯାଇନାହିଁ। ତେଣୁ ଶ୍ରଦ୍ଧାଳୁମାନେ ବିନା ଦ୍ୱିଧାରେ ପତିତପାବନଙ୍କ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପୁରୀବାସୀଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଜିଲା ପୋଲିସ ଆବଶ୍ୟକ ପଦକ୍ଷେପ ନେଉଛି। ଜଗନ୍ନାଥବଲ୍ଲଭକୁ ୩ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଭାଗକୁ ଦୁଇଚକିଆ ଯାନ ପାଇଁ ରଖାଯାଇଥିବାବେଳେ ଅନ୍ୟ ଭାଗଟି କାର୍‌ ପାର୍କିଂ ଲାଗି ଉଦ୍ଦିଷ୍ଟ ରହିଛି। ସେହିପରି ଅନ୍ୟ ଏକ ଭାଗରେ କାଉଣ୍ଟର ଖୋଲାଯିବ। ସେଠାରେ ଲୋକେ ପହଞ୍ଚି ନିଜ ପରିବାର ସଦସ୍ୟଙ୍କ ପରିଚୟପତ୍ର ଦେଖାଇ ଟୋକନ୍‌ ସଂଗ୍ରହ କରିବେ। ସ୍ଥାନୀୟ ଅଞ୍ଚଳର ଲୋକେ ସାଧାରଣତଃ ଦୁଇଚକିଆ ଯାନ ଯୋଗେ ଦର୍ଶନ ପାଇଁ ଆସିବେ ବୋଲି ଅନୁମାନ କରି ପ୍ରଶାସନ ଦୁଇଚକିଆ ଗାଡ଼ିର ପାର୍କିଂ ଫି ଛାଡ଼ କରିଛି। ସେହିପରି ସେବାୟତ କିମ୍ବା ସ୍ଥାନୀୟ ଲୋକେ ନିର୍ଦ୍ଦିଷ୍ଟ ତାରିଖରେ ମନ୍ଦିର ଯିବା ନେଇ ପ୍ରଶାସନ ସ୍ଥିର କରିଛି, ମାତ୍ର ପତିତପାବନ ଦର୍ଶନ ଉପରେ କୌଣସି କଟକଣା ଜାରି କରାଯାଇନାହିଁ। ଯେ କେହି ଶ୍ରଦ୍ଧାଳୁ ବିନା ଦ୍ୱିଧାରେ ଆସି ପତିତପାବନଙ୍କ ଦର୍ଶନ କରିପାରିବେ। ଏମାନଙ୍କ ପାଇଁ ଜଗନ୍ନାଥବଲ୍ଲଭ ପାର୍କିଂସ୍ଥଳରେ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ଥାନା ଆଇଆଇସି ଗୋକୁଳାନନ୍ଦ ଦାସ କହିଛନ୍ତି ଯେ, ମାର୍କେଟ ଛକଠାରୁ ଜିଲା ପ୍ରଶାସନ ବ୍ୟାରିକେଡ୍‌ ବ୍ୟବସ୍ଥା କରିଛି। ସ୍ଥାନୀୟ ଲୋକେ ଟୋକନ୍‌ ଧରି ଜଗନ୍ନାଥ ବଲ୍ଲଭରୁ ବାହାରିବା ପରେ ହିଁ ବ୍ୟାରିକେଡ୍‌ ମଧ୍ୟରେ ପ୍ରବେଶ କରିବେ। ବ୍ୟାରିକେଡ୍‌ ଭିତରେ ଏକ ୨୦ ଫୁଟର ପାଦଚଲା କରିଡର ନିର୍ମାଣ କରାଯାଇଛି। ଏହି କରିଡର ଭିତରେ ସେମାନେ ଚାଲି ଚାଲି ରାଜନଅରସ୍ଥିତ ମୁଖ୍ୟ ବ୍ୟାରିକେଡ୍‌ ପାଖରେ ପହଞ୍ଚିବେ। ସେଠାରେ ୯ଟି ବ୍ୟାରିକେଡ୍‌ରେ ଲୋକଙ୍କୁ ବିଭକ୍ତ କରାଯାଇ ମନ୍ଦିର ଭିତରକୁ ଛଡ଼ାଯିବ। ପରିଚୟପତ୍ର ଓ ଟୋକନ୍‌ ଦେଖାଇ ସ୍ଥାନୀୟ ଲୋକେ ମନ୍ଦିର ପ୍ରବେଶ କରିପାରିବେ ବୋଲି ଆଇଆଇସି ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri