ଶିଶୁର ଶାରୀରିକ ବିକାଶରେ ପୌଷ୍ଟିକତା

ସୁସ୍ଥ ଓ ନୀରୋଗ ଜୀବନଯାପନ ପାଇଁ ପୁଷ୍ଟିକର ଖାଦ୍ୟ ନିତାନ୍ତ ଆବଶ୍ୟକ। କରୋନା ମହାମାରୀ ସମୟରେ ଶିଶୁଙ୍କ ଶାରୀରିକ ବିକାଶ ଓ ରୋଗପ୍ରତିରୋଧକ ଶକ୍ତି ଓ ପିଲାଙ୍କ ଆହାର ବିଶ୍ରାମ ସହିତ ସାମଗ୍ରିକ ଭାବରେ ସମସ୍ତଙ୍କ ପାଇଁ ଏକ ବଡ଼ ସୂଚନା ପ୍ରଦାନ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନ ଅଧିକାଂଶ ଲୋକ କୁପୋଷଣର ଶିକାର ହେଉଥିବା ଦେଖିବାକୁ ମିଳୁଛି। କେବଳ ଜଙ୍କଫୁଡ, ତେଲଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବାରୁ ଧୀରେ ଧୀରେ ଶିଶୁମାନେ ପୁଷ୍ଟିକର ଖାଦ୍ୟଠାରୁ ଦୂରେଇ ଯାଉଛନ୍ତି। ଫଳରେ ମେଦବହୁଳତା, ଗ୍ୟାସ ଆଦି ରୋଗର ଶିକାର ହେଉଛନ୍ତି। ତେଣୁ ଭୋଜନରେ ପ୍ରୋଟିନଯୁକ୍ତ ଏବଂ ଉଚ୍ଚ ଫାଇଭରଯୁକ୍ତ ଖାଦ୍ୟକୁ ସାମିଲ କରିବା ପାଇଁ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ସଚେତନ କରାଯାଇଆସୁଛି। ସ୍ବାସ୍ଥ୍ୟ ଓ ବିକାଶର ଅନ୍ୟତମ ମୂଳଦୁଆ ହେଉଛି ପୌଷ୍ଟିକତା। ରୋଗ ସଂକ୍ରମଣ ଓ ଅପପୁଷ୍ଟି ମଧ୍ୟରେ ସମ୍ପର୍କ ରହିଛି। ଉତ୍କୃଷ୍ଟ ପୌଷ୍ଟିକତାର ଅର୍ଥ ସବୁ ବୟସର ଲୋକଙ୍କ ପାଇଁ ଦୃଢ଼ ରୋଗ ପ୍ରତିରୋଧକ ବ୍ୟବସ୍ଥା, କମ୍‌ ରୁଗ୍‌ଣାବସ୍ଥା ଓ ଉତ୍ତମ ସ୍ବାସ୍ଥ୍ୟ। ସୁସ୍ଥ ପିଲା ଭଲ ପଢ଼ନ୍ତି। ଶୈଶବ ଓ ବାଲ୍ୟାବସ୍ଥାରେ ଅଭିବୃଦ୍ଧି ଓ ବିକାଶ ତାଡ଼ନାରେ ଶକ୍ତି ଓ ଅନେକ ଜରୁରୀ ପୌଷ୍ଟିକ ଆହାରର ଆବଶ୍ୟକତା ବୃଦ୍ଧି ପାଇଥାଏ। ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁର ଏକ ତୃତୀୟାଂଶ ଭାଗ ପାଇଁ ଅପପୁଷ୍ଟି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଦାୟୀ। ଜୀବନର ପ୍ରଥମ ବର୍ଷରେ ଯେଉଁ ପୌଷ୍ଟିକତା ଓ ପୋଷଣ ମିଳିଥାଏ ତାହା ଜୀବନଯାକର ସ୍ବାସ୍ଥ୍ୟ ଓ ନିରାମୟତା ପାଇଁ ଅତି ଜରୁରୀ। ଶିଶୁ ଅବସ୍ଥାରେ ମା’ର ସ୍ତନ୍ୟପାନଠାରୁ ଅଧିକ ମୂଲ୍ୟବାନ ଉପହାର ଆଉ କିଛି ହୋଇପାରେନା। ଜନ୍ମ ହେବାର ପ୍ରଥମ ୧୨ ମାସରେ ଶିଶୁର ବୃଦ୍ଧି ଦ୍ରୁତତର ହୋଇଥାଏ। ସ୍ବାଭାବିକ ଚର୍ବଣ ଶକ୍ତି ଓ କଥା କହିବା ଶକ୍ତିର ବିକାଶ ସୁନିଶ୍ଚିତ କରିବାକୁ ଏହା ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାରମ୍ଭିକ କଠିନ ଖାଦ୍ୟ ରୂପେ ଶସ୍ୟ ଜାତୀୟ ଖାଦ୍ୟ ଦିଆଯାଏ ଓ ତା’ପରେ ଧୀରେ ଧୀରେ ପନିପରିବା ଓ ଫଳ ଦିଆଯାଏ। ବାଲ୍ୟାବସ୍ଥା ବୃଦ୍ଧିର ଊର୍ଜା (ଶକ୍ତି) ଆବଶ୍ୟକତାର ଦୁଇଟି ଭାଗ ରହିଛି। ବର୍ଦ୍ଧିଷ୍ଣୁ ତନ୍ତୁ ପାଇଁ କିଛି ଊର୍ଜା ଦରକାର ହେଉଥିବାବେଳେ ଆଉ କିଛି ଊର୍ଜା ପୁଷ୍ଟିକର ଓ ଚର୍ବି ରୂପେ ତନ୍ତୁରେ ସଞ୍ଚତ୍ତ ହୋଇରହେ। ଯବକ୍ଷାରଜାନ ଭାରସାମ୍ୟ, ଶରୀର ଗଠନ ତଥ୍ୟ ଶରୀର ବୃଦ୍ଧି ଓ ବିକାଶ ହେତୁ ନୂତନ ତନ୍ତୁ ସଞ୍ଚୟ ପାଇଁ ଶିଶୁ ଓ ବାଳକ କିଛି ସର୍ବନିମ୍ନ ପୁଷ୍ଟିସାର ଖାଦ୍ୟ ଦରକାର କରିଥାନ୍ତି। ପିଲାମାନଙ୍କ ପାଇଁ ଜୀବସାର ଓ ଖଣିଜ ପଦାର୍ଥର ମଧ୍ୟ ବିଶେଷ ଆବଶ୍ୟକତା ଥାଏ; କାରଣ ବୃଦ୍ଧି ଓ ବିକାଶ ପାଇଁ ଏଗୁଡ଼ିକ ଅତି ଜରୁରୀ।
ଜନ୍ମର ପ୍ରଥମ ବର୍ଷରେ ଖାଦ୍ୟ ମାଧ୍ୟମରେ ଲୌହ ଅଂଶ ଯୋଗାଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା। ବର୍ଷକରୁ ସାନ ଶିଶୁଙ୍କୁ ଗାଈ, ଛେଳି କ୍ଷୀର କିମ୍ବା ସୋୟା ପାନୀୟ ପିଇବାକୁ ଦିଆଯିବା ଆଦୌ ଉଚିତ ନୁହେଁ। ଶିଶୁର ଛଅ ମାସ ବୟସ ଯାଏ ତାହାର ସମସ୍ତ ଆବଶ୍ୟକତା ମାଆ ସ୍ତନ୍ୟକ୍ଷୀର ଦ୍ୱାରା ପୂରଣ ହୋଇପାରେ। ଛଅମାସ ପରେ ଶିଶୁକୁ ଲୌହ ଓ ଖଣିଜ ପଦାର୍ଥରେ ସମୃଦ୍ଧ କଠିନ ଖାଦ୍ୟ ମା’ କ୍ଷୀରର ପରିପୂରକ ଭାବେ ଦିଆଯିବା ଉଚିତ। ଜନ୍ମର ପ୍ରଥମ ମାସରେ ଶିଶୁ ଊର୍ଜାଶକ୍ତି ଆବଶ୍ୟକତା ଦୈନିକ ୩୦୦ କ୍ୟାଲୋରି ଓ ଏହା ୧୨ ମାସ ବେଳକୁ ୭୦୦ କ୍ୟାଲୋରିକୁ ବୃଦ୍ଧି ପାଏ। ପ୍ରଥମରୁ ତିନିବର୍ଷ ଭିତରେ ପିଲାର ନିଜସ୍ବ ବ୍ୟକ୍ତିତ୍ୱ ବିକଶିତ ହୁଏ। ପିଲାର ନିୟମିତ ଖାଦ୍ୟ ଓ ଜଳଖିଆରେ ଶ୍ୱେତସାର ସମୃଦ୍ଧ ଖାଦ୍ୟ ଫଳ, ପନିପରିବା, ଦୁଗ୍ଧଜାତ ସାମଗ୍ରୀ, ମାଛ, ମାଂସ, ଅଣ୍ଡା, ମଞ୍ଜିଜାତୀୟ ଖାଦ୍ୟ, କୋଳି, ବାଦାମ ଆଦି ରହିଲେ ତାହାର ସୁଷମ ବୃଦ୍ଧି ଓ ବିକାଶରେ ସହାୟକ ହୋଇଥାଏ। ପିଲାମାନେ ପ୍ରଚୁର ମାତ୍ରାରେ ତରଳ ଜାତୀୟ ପାନୀୟ ପିଇବା ଦରକାର। ଏ ଦୃଷ୍ଟିରୁ ଜଳ ଏକ ବଢ଼ିଆ ପାନୀୟ ଓ ଏହା ତାପଜଶକ୍ତି (କ୍ୟାଲୋରି) ଶୂନ୍ୟ ତରଳ ପାନୀୟ। ମା’ମାନେ ସବୁବେଳେ ମନେରଖିବା ଉଚିତ ପିଲାମାନଙ୍କୁ ସୁଷମ ଖାଦ୍ୟ ଓ ଘରୋଇ ପ୍ରସ୍ତୁତ ଖାଦ୍ୟ ହିଁ ଦିଅନ୍ତୁ। ପାଣି ପିଇବା କ୍ଷେତ୍ରରେ ଭଲ ଭାବେ ସିଝା ହୋଇଥିବା ପାଣି ନିଶ୍ଚିତ ଭାବେ ବିଶୋଧିତ। ଅନେକ କ୍ଷେତ୍ରରେ ଦେଖାଯାଏ ଏହି ଖାଦ୍ୟ ପାନୀୟ ହିଁ ପୋଷଣର ବଡ଼ ବାଧକ ସାଜିଥାଏ। ଏହା ପିଲାଟିର ଶାରୀରିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ବାଧକ ଦେଖାଯାଇଥାଏ। ସରକାରୀ ଡାକ୍ତରଖାନାରେ ପିଲାମାନଙ୍କ ମାଗଣା ଡାକ୍ତରୀ ପରାମର୍ଶ, ପୁଷ୍ଟିକତା ଖାଦ୍ୟ ଓ ସମଗ୍ର ଔଷଧପତ୍ର ପ୍ରଦାନ କରାଯାଉଛି, ଏହାର ସୁଯୋଗ ନିଅନ୍ତୁ। ପିଲାର ପୁଷ୍ଟିକତା ପାଇଁ ସୁଷମ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

  • ପ୍ର.ଜ୍ୟୋତିରଞ୍ଜନ ଚମ୍ପତିରାୟ
    ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ, ଫକୀରମୋହନ
    ମେଡ଼ିକାଲ କଲେଜ, ବାଲେଶ୍ୱର,
    ମୋ:୯୪୩୭୧୨୪୦୭୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri