ଝିଅ ପ୍ରେମ ବିବାହ କରିବାରୁ ମା’ବାପା ଶୁଦ୍ଧି ହେଲେ

ଆଳି,୮ା୯(ବନମାଳୀ ସେନାପତି):ଝିଅ ବିବାହଯୋଗ୍ୟା ହେବା ପରେ ତାକୁ ଭଲ ବର ଏବଂ ଭଲ ଘର ଦେଖି ବିବାହ ଦେବାକୁ ପ୍ରତ୍ୟେକ ମା’ବାପାଙ୍କ ଇଚ୍ଛା ଥାଏ। ମାତ୍ର ଝିଅ ଯେତେବେଳେ ମା’ବାପାଙ୍କ ଇଚ୍ଛାକୁ ପ୍ରତ୍ୟାଖ୍ୟାନ କରି କୌଣସି ଯୁବକଙ୍କୁ ପ୍ରେମ କରି ଚାଲିଯାଏ, ସେତେବେଳେ ମା’ବାପା ଭାଙ୍ଗି ପଡ଼ନ୍ତି। ଏପରି କି କେହି କେହି ଝିଅର ମୁହଁ ଆଉ ଜୀବନରେ ଚାହଁିବେନି ବୋଲି ପ୍ରତିଜ୍ଞା ମଧ୍ୟ କରନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ। ଜଣେ ଯୁବତୀ ନିଜ ଇଚ୍ଛାରେ ତାଙ୍କ ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିବା ପରେ ମା’ବାପା ଝିଅର ଜୀବନ୍ତ ଅବସ୍ଥାରେ ଶୁଦ୍ଧି ହୋଇଛନ୍ତି। ଏପରି କି ଘର ସମ୍ମୁଖରେ ଝିଅର ଫଟୋ ରଖି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ ନୂଆବଜାର ନିକଟ ଲକ୍ଷ୍ମୀଧର ମଳିକଙ୍କ ଝିଅ ଦୀପାଞ୍ଜଳି ସେହି ଗ୍ରାମର ଅନାମ ମଳିକଙ୍କ ପୁଅ ରାଜେନ୍ଦ୍ରଙ୍କୁ ବୁଧବାର ପ୍ରେମ ବିବାହ କରିଛନ୍ତି। ଏହି ବିବାହକୁ ପୂର୍ବରୁ ଦୀପାଞ୍ଜଳିଙ୍କ ପରିବାର ଲୋକ ବିରୋଧ କରି ଆସୁଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ପରିବାରର ଅନିଚ୍ଛା ସତ୍ତ୍ୱେ ଝିଅ ପ୍ରେମ ବିବାହ କରିବାରୁ ମା’ବାପା ଗୁରୁବାର ଦୀପାଞ୍ଜଳିଙ୍କ ପାଇଁ ଶୁଦ୍ଧି ହୋଇଛନ୍ତି। ଏପରି କିି ଘର ସମ୍ମୁଖରେ ଦୀପାଞ୍ଜଳିଙ୍କ ଫଟୋ ଏବଂ ଶ୍ରଦ୍ଧାଞ୍ଜଳି ପୋଷ୍ଟର ଲଗାଇଛନ୍ତି। ଗୋଟିଏ ପଟେ ଦୀପାଞ୍ଜଳିଙ୍କ ଶାଶୁଘରେ ବିବାହର ଚତୁର୍ଥୀ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ତାଙ୍କ ବାପଘର ଲୋକମାନେ ପଣ୍ଡିତ ଡକାଇ ବିଧିବିଧାନ ଅନୁସାରେ ଝିଅ ଜୀବିତ ଥାଇ ଶୁଦ୍ଧି ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀପାଞ୍ଜଳିଙ୍କ ଶାଶୁଘର ଓ ବାପଘରର ଦୂରତ୍ୱ ମାତ୍ର ଶହେ ମିଟର ହୋଇଥିବାରୁ ଏହା ଅଧିକ ଚର୍ଚ୍ଚାର ପରିସରକୁ ଆସିଛି। ଏ ନେଇ ରାଜେନ୍ଦ୍ରଙ୍କ ବାପା ଅନାମଙ୍କୁ ପଚାରିବାରେ ସରକାରୀ ଆଇନକାନୁନ ଓ ବିଧିବିଧାନ ଅନୁସାରେ ସେ ତାଙ୍କ ପୁଅର ବାହାଘର କରିଛନ୍ତି। ଉଭୟେ ପୁଅ ଏବଂ ବୋହୂ ସାବାଳକ। କିନ୍ତୁ ସେମାନେ ମୋ ବୋହୂର ଜୀବନ୍ତ ଶୁଦ୍ଧି ହେବା ସହ ଆଳି ନୂଆବଜାରରେ ତା’ର ଶ୍ରଦ୍ଧାଞ୍ଜଳି ବ୍ୟାନର ଲଗାଇଛନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ। ଅପରପକ୍ଷରେ ଦୀପାଞ୍ଜଳିଙ୍କ ଦାଦା ବାବୁରାମ କୁହନ୍ତି, ସେମାନେ ଦୀର୍ଘଦିନ ହେବ ଏହି ପ୍ରେମ ସମ୍ପର୍କରେ ଜାଣିବା ପରେ ବିରୋଧ କରୁଥିଲେ। ଝିଅ ତାଙ୍କ କଥା ନ ମାନି ଘର ଛାଡ଼ି ପଳାଇ ପ୍ରେମ ବିବାହ କରିଥିବାରୁ ଏଭଳି ଏକ ଚରମ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri