ଫସର ଫାଟିଲା ରବି ଚାଷ ଆଶା

ଯାଜପୁର,୮ା୯(ହର୍ଷବର୍ଦ୍ଧନ ବେହେରା) : ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଖରିଫ ସହିତ ରବି ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରିବାକୁ ଧାର୍ଯ୍ୟ ହୋଇଛି। କିନ୍ତୁ ଯାଜପୁର ଜିଲାରେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ନ କରି କେବଳ ଖରିଫ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ହେଉଥିବା ସୂଚନା ମଳିଛି। ଫଳରେ ଚାଷୀଙ୍କ ରବି ଧାନ ଚାଷ ଆଶା ଫସର ଫାଟିଛି। ନଭେମ୍ବର କିମ୍ବା ଡିସେମ୍ବର ପରେ ଜିଲାର ବ୍ରାହ୍ମଣୀ, ଖରସ୍ରୋତା, ବିରୁପା, ତଣ୍ଟିଘାଇ ଆଦି ନଦୀନାଳରେ ଆବଶ୍ୟକ ପରିମାଣର ପାଣି ଉପଲବ୍ଧ ହେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ବିଭାଗସ୍ତରରେ କୁହାଯାଉଛି। ଏହାସହ କଳିଙ୍ଗନଗର ଶିଳ୍ପ କାରଖାନାଗୁଡିକୁ ବ୍ରାହ୍ମଣୀ ଏବଂ ଏହାର ଶାଖା ଖରସ୍ରୋତା ନଦୀର ଉପରମୁଣ୍ଡରୁ ହେଉଥିବା ଜଳଯୋଗାଣରେ ଯେପରି ବାଧା ନ ହେବ ସେଥିପାଇଁ ଜାଣିଶୁଣି ଏଭଳି ଚକ୍ରାନ୍ତ ହେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି।
ଯାଜପୁର ଜିଲାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ରବି ଋତୁରେ ୨୪୫୬ ହେକ୍ଟର ଜମିରେ ଚାଷ କରିବାକୁ ବିଭାଗୀୟ ପ୍ରସ୍ତାବ ରହିଥିଲା। ଏହାସହ ବୃହତ୍‌ ଜଳସେଚନ ପ୍ରକଳ୍ପରେ ୫୦୮୫ ହେକ୍ଟର, କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ୨୬୭୬ ହେକ୍ଟର, କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପରେ ୨୩୨୨୧ ହେକ୍ଟର ଭାବେ ସମୁଦାୟ ୩୩୪୩୮ ହେକ୍ଟର ଜମିରେ ରବି ଚାଷ କରାଯିବ। କେବଳ ମେଗା ଉଠା ଜଳସେଚନ ପ୍ରକଳ୍ପରେ ରବି ଏବଂ ଖରିଫରେ ୧୨,୮୦୦ ହେକ୍ଟର ଜମିରେ ସେଚ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ଏହିମର୍ମରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ୧୨ା୧୨ା୨୦୨୨ରେ ସମସ୍ତ ଜିଲାପାଳମାନଙ୍କୁ ଜଳସେଚନ ସଂକ୍ରାନ୍ତରେ ବ୍ଲକ ଏବଂ ଜିଲାସ୍ତରରେ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାସ୍ତବରେ ଜିଲାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହେବାର ପ୍ରାୟ ୧୦ ବର୍ଷ ଅତିକ୍ରାନ୍ତ ହୋଇ ସାରିିଥିଲେ ହେଁ ଧାର୍ଯ୍ୟ ଜମିରେ ଜଳସେଚନ ହୋଇ ପାରିନାହିଁ। ଜିଲାରେ ୫୭.୬୦ ହେକ୍ଟର ଧାନ ଚାଷ, ୦.୪୦ ହେକ୍ଟର ବିରି, ୦.୬୫ ହେକ୍ଟର ଅନ୍ୟାନ୍ୟ ଡାଲି ଜାତୀୟ, ୧୬.୮୭ ହେକ୍ଟର ପନିପରିବା, ୦.୦୩ ହେକ୍ଟର ତନ୍ତୁ, ୦.୭୦ ହେକ୍ଟର ମସଲା ଜାତୀୟ ଏଭଳି ଭାବେ ସମୁଦାୟ ୭୬.୨୫ ହେକ୍ଟର ଜମିରେ ଜଳସେଚନ ହୋଇଥାଏ ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଜିଲାରେ ୧୨ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ଯେତେବେଳେ ଆରମ୍ଭ ହୋଇଥିଲା ଚାଷୀମାନେ ଦୁଇ ଫସଲି କରି ଆର୍ଥିକ କ୍ଷେତ୍ରରେ ସୁଦୃଢ ହୋଇ ପାରିବେ ବୋଲି ଆଶା ରଖିଥିଲେ। ହେଲେ ଖରିଫ ଚାଷରେ କେବଳ ଜଳସେଚନ ହୋଇ ପାରିବ ବୋଲି ଯେତେବେଳେ ଚାଷୀ ଜାଣିଲେ ସମସ୍ତ ଆଶା ଚୁରମାର ହୋଇଯାଇଥିବା ମତ ପ୍ରକାଶ ପାଇଛି। ଚାଷ କ୍ଷତିଗ୍ରସ୍ତ ହେଲେ ମୁଣ୍ଡରେ ହାତ ଦେଇ କାନ୍ଦେ ଚାଷୀ। ସେ ଋଣ କରି ଶୁଝି ନ ପାରି ଆମତ୍ହତ୍ୟା କରୁଥିବା ନଜିର ରହିଛି। ଚାଷ ପାଇଁ ଆବଶ୍ୟକ ପାଣି। ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବ୍ୟାପକ ବ୍ୟବସ୍ଥା ହୋଇଛି। ଏହିକ୍ରମରେ ଜିଲାର ପ୍ରବାହିତ କେଲୁଅ, ବିରୁପା, ତଣ୍ଟିଘାଇ, ଦୁଧେଇ ଓ ଖରସ୍ରୋତା ନଦୀରେ ମେଗା ଉଠାଜଳସେଚନ ପ୍ରକଳ୍ପଗୁଡିକ ଜରିଆରେ ପ୍ରାୟ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା ହୋଇଥିଲା। ଏଥିରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ୨୦୦୦ ହେକ୍ଟର, ବରୀ ନିର୍ବାଚନ ମଣ୍ଡଳୀର ୩,୭୦୦ ହେକ୍ଟର, ଧର୍ମଶାଳା ଓ କୋରେଇ ନିର୍ବାଚନ ମଣ୍ଡଳୀର ୫,୪୦୦ ହେକ୍ଟର ଏବଂ ଯାଜପୁର ନିର୍ବାଚନ ମଣ୍ଡଳୀର ୧୭୦୦ ହେକ୍ଟର ଜମିରେ ଜଳସେଚନର ଆଶା ରହିଥିଲା। ମାତ୍ର ମେଗା ଉଠା ଜଳସେଚନ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ କାର୍ଯ୍ୟଶୈଳୀରେ ଆନ୍ତରିକତା ଅଭାବରୁ ଏହି ବ୍ୟବସ୍ଥାର ସୁଫଳ ପାଇ ପାରୁନି ଚାଷୀ। ବିଶେଷ କରି ମେଗା ଉଠାଜଳସେଚନ ପ୍ରକଳ୍ପରେ ଅଣଓଡ଼ିଆ ଠିକାଦାରଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ ସମ୍ପାଦନ ଚାଷୀକୂଳଙ୍କୁ ହତାଶ କରିଛି। ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଏବଂ ବ୍ୟୟ ଅଟକଳ ଅନୁସାରେ ପ୍ରକଳ୍ପଗୁଡିକ ନିର୍ମାଣ ହୋଇ ପାରିନାହିଁ। ଏହିସବୁ ପ୍ରକଳ୍ପ ପାଇଁ ଆବଣ୍ଟିତ ଅନୁଦାନରୁ ଅନେକ କୋଟି ଟଙ୍କା ହେରାଫେରି ହୋଇଥିବା ଅଭିଯୋଗ ହୋଇଛି। ଫଳରେ ରବି ଋତୁରେ କ୍ଷେତକୁ ପାଣି ବୁନ୍ଦାଏ ବି ପହଞ୍ଚିବ ନାହିଁ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ମତାମତ ପାଇଁ ମେଗା ଉଠା ଜଳସେଚନ ଯନ୍ତ୍ରୀ ମଧୁ ମୋହନଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?