ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭାରତର ଅନ୍ୟାନ୍ୟ ମେଳାମାନଙ୍କ ମଧ୍ୟରୁ ବୈଶାଖ ମେଳା ଅନ୍ୟତମ । ଏହି ମେଳା ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ବସୁ ଥିବାରୁ ମନୋରମ ଦୃଶ୍ୟ ସହ କୁଲୁ କୁଲୁ ନାଦରେ ପ୍ରବାହିତ ଚିରସ୍ରୋତା ଝରଣା ଭକ୍ତଙ୍କୁ ଟାଣିଆଣିଥାଏ।

ଆସନ୍ତା ବୈଶାଖ ମେଳା ଏପ୍ରିଲ ୨୭ ତାରିଖରୁ ଆରମ୍ଭ ହୋଇ ମଇ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏବିଡିଓ ପାଇକମାଳ ଦେବାଶିଷ ସିହ୍ନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଜିଲାପାଳ ଆଦିତ୍ୟ ଗୋୟଲ, ପଦ୍ମପୁର ଉପଜିଲାପାଳ ସ୍ନେହା ଅରୁଗୁଲା, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପାଣ୍ଡବ ଶବର, ବରଗଡ଼ ଏମ୍‌ପିଙ୍କ ପ୍ରତିନିଧି ପ୍ରିତେଶ ବହିଦାର, ପଦ୍ମପୁର ବିଧାୟକଙ୍କ ପ୍ରତିନିଧି ଗୌତମ ସିଂହ ଏବଂ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ପାଇକମାଳ ପଦ୍ମପୁର, ଝାରବନ୍ଧର ଖବରଦାତା ଏବଂ ସତେଚନ ନାଗରିକ ଯୋଗ ଦେଇଥିଲେ। ଜିଲାପାଳ ଗୋୟଲ ବୈଠକରେ ସମ୍ପୃକ୍ତ ସମସ୍ତ ବିଭାଗକୁ ନିଜ ନିଜ ଦାୟିତ୍ୱ ସମୟରେ ସଠିକ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ମନ୍ଦିରର ବିଭିନ୍ନ ସଦସ୍ୟ, କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri