ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ। ଅବସର ପରେ ଶିକ୍ଷକମାନଙ୍କ ଆର୍ଥିକ ସୁରକ୍ଷାକୁ ନେଇ ଏଭଳି ଉଦ୍‌ବେଗ ପ୍ରକାଶ କରିଛି ଏନ୍‌ପିଏସ୍‌ ଶିକ୍ଷକ ସଂଘ ।

ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ରବିବାର ଏନ୍‌ପିଏସ୍‌ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବ୍ଲକ ସଭାପତି ଜଗଦିଶ ନାଇକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶିକ୍ଷକମାନେ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଆଲୋଚନାରେ ଶିକ୍ଷକମାନେ କହିଥିଲେ ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଶିକ୍ଷକମାନେ ଅଧିକ ଅବହେଳିତ ଅବସ୍ଥାରେ ଅଛନ୍ତି। ଅନ୍ୟ ରାଜ୍ୟରେ ଶିକ୍ଷକମାନଙ୍କୁ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ମିଳୁଥିବା ବେଳେ ଓଡ଼ିଶାରେ ୨୨୦୦ ଟଙ୍କା ଦିଆଯାଉଥିବା ସେମାନେ ଅଭିଯୋଗ କରିଥିଲେ।
ଏଥିସହ ଏନ୍‌ପିଏସ୍‌ ଅଧୀନରେ ଥିବା ଶିକ୍ଷକମାନେ ଅବସର ପରେ ପୂର୍ଣ୍ଣ ପେନସନ ପାଉନଥିବା ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଥିଲା। ଚାକିରି ସମୟରେ ଦରମାରୁ କଟାଯାଇ ସଞ୍ଚିତ ହେଉଥିବା ୪୦ ପ୍ରତିଶତ ଅର୍ଥ ଉପରେ ମିଳୁଥିବା ସୁଧ ଆଧାରରେ ପେନସନ ଭଳି ଅର୍ଥ ମିଳୁଥିବାରୁ ଅବସର ପରେ ଶିକ୍ଷକମାନେ ଆର୍ଥିକ ସଙ୍କଟରେ ପଡ଼ୁଥିବା ସେମାନେ କହିଥିଲେ। ଦୀର୍ଘ ବର୍ଷ ଚାକିରି କରିବା ପରେ ଅବସର ନେଇ ହଠାତ୍‌ ରୋଜଗାରର ଅବସର ଶୂନ୍ୟ ହୋଇଯିବା ଚିନ୍ତାଜନକ ବୋଲି ଶିକ୍ଷକମାନେ ମତ ଦେଇଥିଲେ।
ତେଣୁ ରାଜ୍ୟ ସରକାର ଏନ୍‌ପିଏସ୍‌ ଅଧୀନରେ ଥିବା ଶିକ୍ଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ପେନସନ ଯୋଜନା ଲାଗୁ କରିବା ସହ ଶିକ୍ଷକମାନଙ୍କୁ ଉପଯୁକ୍ତ ଆର୍ଥିକ ସୁରକ୍ଷା ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏହି ଅବସରରେ ଅବସର ଗ୍ରହଣ କରିଥିବା ଶିକ୍ଷକ ସୁଶାନ୍ତ କୁମାର ସାମନ୍ତରା, ଶିକ୍ଷୟିତ୍ରୀ ସୁଷମା ରାୟଗୁରୁ, ସବିତା ପତି, ଲୁଲୁ ପଟ୍ଟନାୟକଙ୍କୁ ସଂଘ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେମାନେ ପେନସନ ବାବଦକୁ ୩ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ପାଇବେ ବୋଲି ଜଣାପଡ଼ିଛି।

ଉତ୍ସବରେ ଭଞ୍ଜନଗର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାୟକ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ରଥ, ଅବସରପ୍ରାପ୍ତ ଶିକ୍ଷକ ସରୋଜକାନ୍ତ ଶତପଥି, ଶିକ୍ଷକ ନେତା ସିଦ୍ଧାର୍ଥ ଶତପଥି ଓ ସଞ୍ଜୟ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ସଭା ସଂଯୋଜନା କରିଥିବାବେଳେ ଜଣେ ଶିକ୍ଷକ ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ମନୋଜ ବେହେରା, ଆଶାଲତା ବେହେରା, ଶିଶିର କାନ୍ତ ପତି, ଶିବାଶିଷ ବେହେରା, ଭକ୍ତବନ୍ଧୁ ବିଷୋୟୀ, କାଳୀ ଚରଣ ସେଠୀ, ଅବିନାଶ ପଣ୍ଡା, ଗଙ୍ଗାଧର ପଣ୍ତା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?